Posted inଜାତୀୟ

ଅନ୍ଧବିଶ୍ୱାସ: ଭୂତ ଛଡ଼ାଇବାକୁ ଯୁବତୀଙ୍କୁ ଜବରଦସ୍ତି ମଦ, ବିଡ଼ି ପିଆଇଲେ

କୋଟ୍ଟାୟମ୍‌,୯ା୧୧:ଦେହରେ ଭୂତ ସବାର ହୋଇଛି କହି ତାକୁ ଘଉଡ଼ାଇବା ପାଇଁ ଯୁବତୀଙ୍କୁ ଜୋର୍‌ଜବରଦସ୍ତ ମଦ ଓ ବିଡ଼ି ପିଆଇଛନ୍ତି ଗ୍ରାମବାସୀ। ଏପରି କି କଳାଯାଦୁ ନାମରେ ତାଙ୍କୁ ଅନେକ ଘଣ୍ଟା ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଛନ୍ତି। କେରଳର କୋଟ୍ଟାୟମ ଜିଲାରେ ଘଟିଥିବା ଏହି ଘଟଣା ସମ୍ପର୍କରେ ଶନିବାର ସ୍ଥାନୀୟ ପୋଲିସ ସୂଚନା ଦେଇଛି।
ଗତ ସପ୍ତାହରେ ଯୁବତୀ ଜଣକ ତାଙ୍କ ପୁରୁଷବନ୍ଧୁ ଘରକୁ ଯାଇଥିଲେ। ପୁରୁଷବନ୍ଧୁଙ୍କ ମା’ ଯୁବତୀଙ୍କ ଶରୀରରେ ସମ୍ପର୍କୀୟଙ୍କ ଭୂତ ଚଢ଼ିଥିବା କହି ଜଣେ ଗୁଣିଆଙ୍କୁ ଡାକିଥିଲେ। ଗୁଣିଆ ଯୁବତୀଙ୍କ ଦେହରୁ ଭୂତ ଛଡ଼ାଇବା ପାଇଁ ପୂର୍ବାହ୍ନ ୧୧ଟାରୁ ରାତି ପର୍ଯ୍ୟନ୍ତ ଅନେକ ଘଣ୍ଟା ଧରି ତାଙ୍କୁ ନିର୍ଯାତନା ଦେଇଥିଲେ। ସେ ଯୁବତୀଙ୍କୁ ଜବରଦସ୍ତ ମଦ ଓ ବିଡ଼ି ପିଆଇବା ସହ ପବିତ୍ର ଭସ୍ମ (ପାଉଁଶ) ଖୁଆଇଥିଲେ। ଯୁବତୀଙ୍କ ମାନସିକ ଅବସ୍ଥା ଖରାପ ହେବାରୁ ସେ ସଂଜ୍ଞାହୀନ ହୋଇଯାଇଥିଲେ। ତାଙ୍କ ବାପା ଏନେଇ ଶୁକ୍ରବାର ଥାନାରେ ଏତଲା ଦେଇଛନ୍ତି। ପୋଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ଗୁଣିଆ ଶିବ ଦାସ(୫୪), ଯୁବତୀଙ୍କ ପୁରୁଷବନ୍ଧୁ ଅଖିଳ ଦାସ(୨୬) ଓ ତାଙ୍କ ୫୪ ବର୍ଷୀୟ ବାପାଙ୍କୁ ପୋଲିସ ଗିରଫ କରି କୋର୍ଟରେ ହାଜର କରିଛି। ପୁରୁଷବନ୍ଧୁଙ୍କ ମା’ ଫେରାର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Gold-Silver Price:ରେକର୍ଡ ଭାଙ୍ଗିଲା ସୁନା, ଚାନ୍ଦି ବି ୩ ଲକ୍ଷ ଉପରେ, କ’ଣ ରହିଛି ଗ୍ରୀନଲାଣ୍ଡ ସହ ସମ୍ପର୍କ? ଜାଣନ୍ତୁ

ନୂଆଦିଲ୍ଲୀ,୧୯।୧: ସୁନା ଏବଂ ରୂପା ମୂଲ୍ୟ ହ୍ରାସ ସମ୍ପର୍କରେ ସମସ୍ତ ପୂର୍ବାନୁମାନ ଭୁଲ ପ୍ରମାଣିତ ହେଉଥିବା ପରି ମନେ ହେଉଛି। ଉଭୟ ମୂଲ୍ୟବାନ ଧାତୁ ନିରନ୍ତର...

ଗ୍ରୀନଲାଣ୍ଡକୁ ନେଇ ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୯।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲାଣ୍ଡ ସମ୍ପର୍କରେ ଡେନମାର୍କ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ସମୟରେ, ସେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି...

ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପୋଷାକ ଭତ୍ତା ମିଳୁନାହିଁ , ଅବସର ବୟସକୁ ନେଇ ରଖିଲେ ଦାବି

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ)-ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଙ୍ଘର ବାର୍ଷିକ ଉତ୍ସବ ରବିବାର ସ୍ଥାନୀୟ ବନ ବିହାର ପରିସରରେ ଅନୁଷ୍ଟିତ ହୋଇଯାଇଛି। ବୈଠକରେ ସଙ୍ଘର...

ପ୍ରେମ ସମ୍ପର୍କରେ ଫାଟ: ୭ ବର୍ଷ ହେଲା ମିଳୁନି ପ୍ରେମିକଙ୍କ ପତ୍ତା, ପ୍ରେମିକା କହିବେ ସବୁ…

ଭୁବନେଶ୍ୱର,୧୯ା୧(ତ୍ରିନାଥ ମହାନ୍ତି): ୭ ବର୍ଷ ତଳେ ଚନ୍ଦକା ଥାନା ଅଞ୍ଚଳରୁ ନିଖୋଜ ବ୍ୟବସାୟୀ ବଳରାମ ସାହାଣୀଙ୍କର ଏଯାଏ ପତ୍ତା ମିଳିନି। ହେଲେ ଏହି ମାମଲାରେ ୫ଦିନ...

Budget 2026 Expectations: ଏଥର ବଜେଟରେ ମହିଳା, ଯୁବପିଢ଼ି ଏବଂ ‘ବିକଶିତ ଭାରତ’ର ଦୃଷ୍ଟିକୋଣ ଉପରେ ଧ୍ୟାନ ଦିଆଯିବ, ବଜେଟରୁ କ’ଣ ଆଶା ରହିଛି ଜାଣନ୍ତୁ

ନୂଆଦିଲ୍ଲୀ,୧୯।୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ରବିବାର, ଫେବୃଆରୀ ୧ରେ ଦେଶର ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ଭାବରେ ଏହା ତାଙ୍କର ଲଗାତାର ନବମ ବଜେଟ...

ଚାଇନା ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୨ ମୃତ ୮୪ ଆହତ

ବେଜିଂ,୧୯।୧: ପଶ୍ଚିମ ଚାଇନାର ଆଭ୍ୟନ୍ତରୀଣ ମଙ୍ଗୋଲିଆ ସ୍ବୟଂଶାସିତ ଅଞ୍ଚଳର ବାଓଟୋଉ ସହରରେ ରବିବାର (ଜାନୁଆରୀ ୧୮) ଏକ ଷ୍ଟିଲ ପ୍ଲାଣ୍ଟରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା।...

ପାଳନ ହେଉନି ଏନ୍‌ଜିଟି ନିର୍ଦ୍ଦେଶ : ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା

ପୁରୀ,୧୯ା୧(ଅଜିତ୍‌ କୁମାର ମହାନ୍ତି): ପୁରୀ ବଳିଆପଣ୍ଡା ଡମ୍ପିଂୟାର୍ଡ ପ୍ରସଙ୍ଗରେ ଏନ୍‌ଜିଟିର ନିର୍ଦ୍ଦେଶକୁ ପ୍ରଶାସନ ଫୁ’ କରି ଦେଇଥିବା ଦେଖିବାକୁ ମିଳୁଛି। ଏନ୍‌ଜିଟିର ନିର୍ଦ୍ଦେଶ ସତ୍ତ୍ୱେ ଅଳିଆ...

Ind Vs NZ: ODI ସିରିଜ ପରାଜୟ ଉପରେ ଆସିଲା ଅଧିନାୟକ ଗିଲଙ୍କ ବୟାନ – ‘ବିରାଟଙ୍କ ବ୍ୟାଟିଂ ଏକ ‘ପ୍ଲସ ପଏଣ୍ଟ’ କିନ୍ତୁ…’

ନୂଆଦିଲ୍ଲୀ,୧୯।୧: ଭାରତୀୟ ଅଧିନାୟକ ଶୁବମନ ଗିଲ, ଜାନୁଆରୀ ୧୮, ୨୦୨୬ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ହାରିବା ପରେ କହିଛନ୍ତି ଯେ ବିରାଟ କୋହଲିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri