ଆପାର୍ଟମେଣ୍ଟ ବାଲ୍‌କୋନି ଭୁଶୁଡ଼ି ୩ମୃତ

କଟକ,୯।୧୧(କାର୍ତ୍ତିକ ସାହୁ): ଐତିହାସିକ ବାଲିଯାତ୍ରା ପାଇଁ କଟକ ସହର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ଶନିବାର ଅପରାହ୍ନରେ ମଣିସାହୁ ଛକ ନିକଟରେ ଘଟିଛି ଏକ ଅଘଟଣ। ଏକ ପୁରୁଣା ଆପାର୍ଟମେଣ୍ଟର ୫ମ ମହଲାରେ ଥିବା ବାଲ୍‌କୋନି ଭୁଶୁଡ଼ି ଆଜ୍‌ବେଷ୍ଟସ୍‌ ଘର ଉପରେ ଖସି ପଡ଼ିଛି। ଏଥିରେ ଜଣେ ଶିଶୁ ସମେତ ୩ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୨ମହିଳା ଏବଂ ୨ପିଲା ମଧ୍ୟ ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ବକ୍ସିବଜାର ମଣିସାହୁ ଛକରେ ଶନିବାର ଅପରାହ୍ନ ପ୍ରାୟ ୪.୪୫ ମିନିଟ ସମୟରେ ଏକ କୋଠାର ବାଲକୋନି ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଅବଦୁଲ ଜଲିଲ(୬୦), ଅବଦୁଲ ଜାହିଦ(୩୦) ଓ ରମ୍‌ଜାନି ଖାନ୍‌ଙ୍କ ପୁଅ ରେହାନ ଖାନ୍‌(୮)। ଅବଦୁଲ ଜଲିଲଙ୍କ ସ୍ତ୍ରୀ ରେହମାତୁନ୍‌ ନିଶା(୫୦) ଏବଂ ଅବଦୁଲ ଜାହିଦଙ୍କ ସ୍ତ୍ରୀ ସାହିନା ବେଗମ୍‌(୨୯) ଗୁରୁତର ଅବସ୍ଥାରେ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଉଭୟେ ସମ୍ପର୍କରେ ଶାଶୂ-ବୋହୂ ଅଟନ୍ତି। ଏହି ଘଟଣାରେ ଅବଦୁଲ୍‌ ଜାହିଦ୍‌ଙ୍କ ୨ପୁଅ ଅବଦୁଲ୍‌ ରେହମାନ୍‌(୮) ଏବଂ ଅବଦୁଲ ମୁଜାହିଦ୍‌(୪) ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତାହତ ସମସ୍ତେ ଦୁଇଟି ପରିବାରର ବୋଲି ଜାଣିବାକୁ ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ କରିଛି।

ସୂଚନାନୁସାରେ, ବକ୍ସିବଜାର ମଣିସାହୁ ନିକଟସ୍ଥ ହାଡ଼ିବନ୍ଧୁ ସ୍କୁଲ ନିକଟ ବସ୍ତିରେ ପ୍ରାୟ ୨୫ରୁ ୩୦ ପରିବାର ରହନ୍ତି। ସମସ୍ତେ ଶ୍ରମିକ ଶ୍ରେଣୀର। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଆପାର୍ଟମେଣ୍ଟଟି ୨୦୦୦ ମସିହାରେ ନିର୍ମାଣ ଶେଷ ହୋଇ ସେଠାରେ ଲୋକମାନେ ରହୁଥିଲେ। ମାତ୍ର ଦୀର୍ଘ ବର୍ଷ ଧରି ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଆପାର୍ଟମେଣ୍ଟର ବାଲକୋନି ଦୁର୍ବଳ ହୋଇପଡ଼ିଥିଲା। ବାଲିଯାତ୍ରା ଯିବା ପାଇଁ ସମସ୍ତେ ତତ୍ପର ଥିବାବେଳେ ବସ୍ତିକୁ ଲାଗି ରହିଥିବା ଉକ୍ତ ପୁରୁଣା ଆପାର୍ଟମେଣ୍ଟର ବାଲକୋନୀ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଏହି ସମୟରେ ଆପାର୍ଟମେଣ୍ଟ ନିକଟସ୍ଥ ଆଜବେଷ୍ଟସ୍‌ ଘର ଭିତରେ ଥିବା ୭ ଜଣଙ୍କ ଉପରେ ବାଲ୍‌କୋନିର କଂକ୍ରିଟ ସବୁ ଅଜାଡ଼ି ହୋଇପଡ଼ିଥିଲା। ସ୍ଥାନୀୟ ଲୋକେ ଖବର ପାଇ ଘଟଣାସ୍ଥଳରୁ ତୁରନ୍ତ ମୁଜହିଦ୍‌(୪)ଙ୍କୁ ଉଦ୍ଧାର କରି ମେଡିକାଲ ନେଇଯାଇଥିଲେ। ପରେ ଦମକଳ ବାହିନୀ ଅନ୍ୟ ୬ ଜଣଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲା। ମାତ୍ର ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୪ ଜଣ ଏବେ ଚିକିତ୍ସିତ ହେଉଛନ୍ତି। ପ୍ରତ୍ୟକ୍ଷଦର୍ଶୀ ଗଙ୍ଗାଧର ସାହୁଙ୍କ କହିବାନୁସାରେ, ମଣିସାହୁ ଛକରେ ଥିବା ଏହି ଆପାର୍ଟମେଣ୍ଟଟି ପୁରୁଣା ଏବଂ ରକ୍ଷଣାବେକ୍ଷଣ ଅଭାବରୁ ବିପଦସ୍‌ଶଙ୍କୁଳ ଅବସ୍ଥାରେ ରହିଥିଲା। ଯଦି ଏହାର ଉପଯୁକ୍ତ ଯତ୍ନ ନିଆଯାଇଥାନ୍ତା ତେବେ ଏଭଳି ଅଘଟଣ ଘଟି ୩ଜଣଙ୍କ ଜୀବନ ଯାଇ ନ ଥାନ୍ତା। ଗତ ସେପ୍ଟେମ୍ବର ମାସରେ ଓଡ଼ିଶା ହାଇକୋର୍ଟ କଟକ ସହରରେ ବିପଦଶଙ୍କୁଳ ଅବସ୍ଥାରେ ଥିବା ୨୨୧ଟି ବିଲ୍‌ଡିଂକୁ ଭାଙ୍ଗିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏସମ୍ପର୍କରେ ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଯଦି କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଅଧିକାରୀ ପୂର୍ବରୁ ଏନେଇ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ, ତେବେ ଏଭଳି ଘଟଣା ଘଟି ନ ଥାନ୍ତା ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri