ଯାଜପୁର ଲୋକ ସଭା ଆସନକୁ ସଂରକ୍ଷଣମୁକ୍ତ ଦାବି ତେଜିଲା

ଯାଜପୁର,୯ା୧୧(ହର୍ଷବର୍ଦ୍ଧନ ବେହେରା): ସମ୍ବିଧାନ ପ୍ରସ୍ତୁତ ହେଲାବେଳେ ରାଜନୈତିକ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ପ୍ରଥମ ୧୦ ବର୍ଷ ପାଇଁ ଲାଗୁ ହୋଇଥିଲା। ହେଲେ ଯାଜପୁର ଲୋକ ସଭା ଆସନ ଆରମ୍ଭରୁ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହୋଇ ରହିଆସିଛି। ତେଣୁ ଜାତି ପରିସଂଖ୍ୟାନ ଆଧାରରେ ଯାଜପୁର ଲୋକ ସଭା ଆସନଟିକୁ ସଂରକ୍ଷଣମୁକ୍ତ କରାଯିବାକୁ ଜୋରଦାର ଦାବି ହେଉଛି। ଯାଜପୁର ଆସନକୁ ସାଧାରଣ ବର୍ଗଙ୍କ ପାଇଁ ରାଜନୈତିକ ସ୍ବାଧୀନତା ଦିଆଯିବାକୁ ବରିଷ୍ଠ ସ୍ତମ୍ଭକାର ହରେକୃଷ୍ଣ ପଣ୍ଡା, ପୂର୍ବତନ ସରପଞ୍ଚ ଅଟଳବିହାରୀ ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ସାମଲ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ସୀମା ପୁନର୍ଗଠନ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
୧୯୫୨ରୁ ଏଯାବତ ୧୭ଟି ନିର୍ବାଚନ ହେଲୋଣି, ହେଲେ ଯାଜପୁର ଲୋକ ସଭା ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହୋଇରହିଛି। ପ୍ରଥମେ ୧୯୫୨ରେ ଭୁବନାନନ୍ଦ ଦାସ ଓ ଲକ୍ଷ୍ମୀଧର ଜେନା ନିର୍ବାଚିତ ହୋଇଥିଲାବେଳେ ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ନିର୍ବାଚନମଣ୍ଡଳୀଟି ଉଠିଯାଇଥିଲା। ତା’ପରେ ୧୯୬୨ରେ ରାମଚନ୍ଦ୍ର ମଲ୍ଲିକ, ୧୯୬୭ରେ ବାଇଧର ବେହେରା, ୧୯୭୧ରେ ଅନାଦି ଚରଣ ଦାସ, ୧୯୭୭ରେ ରାମଚନ୍ଦ୍ର ମଲ୍ଲିକ, ୧୯୮୦ରୁ ୧୯୯୧ ପର୍ଯ୍ୟନ୍ତ ଅନାଦି ଚରଣ ଦାସ, ୧୯୯୬ରେ ଅଞ୍ଚଳ ଦାସ, ୧୯୯୮ରେ ରାମଚନ୍ଦ୍ର ମଲ୍ଲିକ, ୧୯୯୯ରେ ଜଗନ୍ନାଥ ମଲ୍ଲିକ, ୨୦୦୪ ଓ ୨୦୦୯ରେ ମୋହନ ଜେନା, ୨୦୧୪ରେ ରୀତା ତରାଇ, ୨୦୧୯ରେ ଶର୍ମିଷ୍ଠା ସେଠୀ ଏବଂ ୨୦୨୪ରେ ରବୀନ୍ଦ୍ର ନାରାୟଣ ବେହେରା ଏଠାରୁ ନିର୍ବାଚିତ ହୋଇଛନ୍ତି। ଏଯାବତ୍‌ ଏହି ଲୋକ ସଭା ଆସନଟି ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ହୋଇ ପାରି ନ ଥିବାରୁ ଯାଜପୁର ଜିଲାର ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଜିଲାସ୍ତରରେ କୌଣସି ଦାବି ହେଉ ନ ଥିବାରୁ ସୀମା ପୁନର୍ଗଠନ କମିଟି ପକ୍ଷରୁ ଆଲୋଚନାସ୍ତରକୁ ଆସିପାରିନାହିଁ। ଭାରତୀୟ ସୀମା ପୁନର୍ଗଠନ କମିଶନରଙ୍କ ବୈଠକ ଇତିମଧ୍ୟରେ ୩ ଥର ବସିସାରିଲାଣି। କିନ୍ତୁ ବିଞ୍ଝାରପୁର ବିଧାନସଭା ଆସନ ଏବଂ ଯାଜପୁର ଲୋକ ସଭା ଆସନର ସଂରକ୍ଷଣ ପରିବର୍ତ୍ତନ ପାଇଁ କୌଣସି ଆନ୍ତରିକତା ଦେଖିବାକୁ ମିଳିନାହିଁ। ନିୟମ ଅନୁଯାୟୀ ଲୋକସଂଖ୍ୟା ଅନୁପାତ ଅନୁଯାୟୀ ଲୋକ ସଭା ଆସନର ସଂକ୍ଷରଣ ସ୍ଥିତିରେ ପରିବର୍ତ୍ତନ ହୋଇପାରିବ। ଯାଜପୁର ଜିଲାରେ ୨୦୧୧ ଜନଗଣନା ଅନୁସାରେ ଲୋକସଂଖ୍ୟା ୧୮,୨୭,୧୯୨ ରହିଥିଲା। ସେତେବେଳେ ଅନୁସୂଚିତ ଜନଜାତି (ଏସ୍‌ଟି) ହାର ୮.୨୯% ଥିଲାବେଳେ ଅନୁସୂଚିତ ଜାତି (ଏସ୍‌ସି) ହାର ୨୩.୭୨% ରହିଥିଲା। ସେହି ସମୟରେ ସୋନପୁର, କଟକ, ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ନୂଆପଡା ଆଦି କେତେକ ସ୍ଥାନରେ ଏସ୍‌ଟି ଓ ଏସ୍‌ସି ହାର ମିଶି ୩୦ରୁ ୪୦ ପ୍ରତିଶତ ରହିଥିଲା। ୨୦୨୪ ସାଧାରଣ ନିର୍ବାଚନ ସମୟରେ ଯାଜପୁର ଜିଲାର ଲୋକସଂଖ୍ୟା ୧୯,୯୫,୫୮୬ ରହିଛି। ତେବେ ଏସ୍‌ଟି ଓ ଏସ୍‌ସି ହାର ଏବେ ଆହୁରି ହ୍ରାସ ପାଇଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀରୁ ସଂରକ୍ଷଣ ହଟାଇ ସାଧାରଣ ବର୍ଗଙ୍କ ପାଇଁ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟ ଗ୍ରହରେ ବସତି ସମସ୍ୟା, ବୈଜ୍ଞାନିକମାନେ ତାଲିକାଭୁକ୍ତ କରି…

ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା,…

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ବଢ଼ିଲା e-KYCର ଶେଷ ତାରିଖ

ନୂଆଦିଲ୍ଲୀ,୧୭।୮: LPG ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଗ୍ୟାସ୍‌ର e-KYC କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

ବଲାଙ୍ଗୀର ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ରାଜଧାନୀରେ କରାଯାଇଥିଲା ଆପରାଧିକ ଷଡ଼ଯନ୍ତ୍ର, ଖଣ୍ଡଗିରି ଥାନାକୁ…

ବଲାଙ୍ଗୀର,୧୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ଘଟଣାରେ ବଡ଼ ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ଆପରାଧିକ ଷଡ଼ଯନ୍ତ୍ରରେ…

ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସୋମବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୪ ଖଣ୍ଡ ଗ୍ରାମବାସୀ ଗୋପାଳପୁର ବନ୍ଦର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗଞ୍ଜାମ ଜିଲାପାଳ ଭି.…

ବୈତରଣୀରେ ଆସୁଛି ବନ୍ୟା, ଭୟଭୀତ ଅଞ୍ଚଳବାସୀ

ବଞ୍ଚୋ,୧୭।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଉପରକୁ ଉଠିଛି। ଆନନ୍ଦପୁର ଗେଜ୍‌ ସାଇଟର ତଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri