Posted inଖେଳ

ସୁପର-୮ ଲାଇନ୍‌ଅପ୍‌ ଚୂଡ଼ାନ୍ତ

ସେଣ୍ଟ ଭିନ୍‌ସେଣ୍ଟ, ୧୮ା୬ (ପି.ଟି.): ଟି୨୦ ବିଶ୍ୱକପରେ ସୋମବାର ବାଂଲାଦେଶ ୨୧ ରନ୍‌ରେ ନେପାଳକୁ ପରାସ୍ତ କରିଛି। ଶେଷ ଦଳ ଭାବେ ସୁପର-୮ରେ ପ୍ରବେଶ କରିଥିବା ବେଳେ ଲାଇନ୍‌ ଅପ୍‌ ମଧ୍ୟ ଚୂଡାନ୍ତ ହୋଇଛି। ସେଣ୍ଟ ଭିନ୍‌ସେଣ୍ଟରେ ଖେଳାଯାଇଥିବା ଲୋ ସ୍କୋରିଂ ମ୍ୟାଚରେ ବାଂଲାଦେଶ ୧୯.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୦୬ ରନ୍‌ କରିଥିଲା। ଜବାବରେ ନେପାଳ ୧୯.୨ ଓଭରରେ ୮୫ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ଏହା ସହିତ ସୁପର-୮ର ଗ୍ରୁପ୍‌ ଏରେ ଭାରତ, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ସହିତ ସାମିଲ ହୋଇଛି ବାଂଲାଦେଶ। ଅନ୍ୟ ପକ୍ଷରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଓ୍ବେଷ୍ଟଇଣ୍ଡିଜ ଓ ଆମେରିକା ଗ୍ରୁପ ବି’ରେ ସ୍ଥାନ ପାଇଛନ୍ତି।
ନେପାଳ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବୋଲିଂ ସହାୟକ ପିଚ୍‌ରେ ବାଂଲାଦେଶ ବ୍ୟାଟର ରନ୍‌ ସଂଗ୍ରହ କରିବାରେ ବିଫଳ ହୋଇଥିଲେ। ୩୦ ରନ୍‌ରେ ଦଳ ୪ ଉଇକେଟ ହରାଇ ସଂଘର୍ଷ କରୁଥିଲା। ଟପ୍‌ ସ୍କୋରର ଶାକିବ୍‌ ଅଲ ହସନ ୧୭ ଓ ମହମ୍ମଦୁଲ୍ଲା ୧୩ ରନ୍‌ କରି ଇନିଂସ ସମ୍ଭାଳିଥିଲେ। ଶେଷ ଆଡକୁ ଜାକର ଅଲୀ ୧୨, ରିଶଦ ହୋସେନ୍‌ ୧୩ ଓ ଟାସ୍କିନ ଅହମଦ ୧୨ ରନ୍‌ କରିବାରୁ ବାଂଲାଦେଶ ୧୦୬ ରନ୍‌ରେ ପହଞ୍ଚିଥିଲା। ନେପାଳ ପକ୍ଷରୁ ସୋମପାଲ କାମି, ଦୀପେନ୍ଦ୍ର ସିଂ ଐରୀ, ରୋହିତ ପୌଡେଲ ଓ ସନ୍ଦୀପ ଲାମିଚାନେ ପ୍ରତ୍ୟେକ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ୨ ଜଣ ବ୍ୟାଟର ରନ୍‌ଆଉଟ ହୋଇଥିଲେ।
୧୦୭ ରନ୍‌ ଲକ୍ଷ୍ୟରେ ବ୍ୟାଟିଂ ଆରମ୍ଭ କରିଥିବା ନେପାଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତାଞ୍ଜିମ ହସନ ଶାକିବ ଚମତ୍କାର ବୋଲିଂ କରିବା କାରଣରୁ ନେପାଳ ୨୬ ରନ୍‌ରେ ୫ ଉଇକେଟ ହରାଇଥିଲା। ୪ ଓଭରରେ ୨ ମେଡେନ ସହ ୭ ରନ୍‌ ଦେଇ ସେ ୪ ଉଇକେଟ ନେଇଥିଲେ। କୁଶାଲ ମଲ୍ଲ ୨୭ ଓ ଦୀପେନ୍ଦ୍ର ସିଂ ଐରୀ ୨୫ ରନ୍‌ କରିବା ସହ ଷଷ୍ଠ ଉଇକେଟରେ ୫୨ ରନ୍‌ ଯୋଡିଥିଲେ। ଦଳୀୟ ସ୍କୋର ୭୮ ରନ୍‌ରେ କୁଶାଲ ଆଉଟ ହେବା ପରେ ଅନ୍ତିମ ୩ ବ୍ୟାଟର ମାତ୍ର ୭ ରନ୍‌ ଯୋଡିଥିଲେ। ତାଞ୍ଜିମଙ୍କ ବ୍ୟତୀତ ମୁସ୍ତାଫିଜୁର ରେହମାନ ୩, ଶାକିବ ଅଲ ହସନ ୨ ଓ ଟାସ୍କିନ ଅହମଦ ୧ଉଇକେଟ ନେଇଥିଲେ। ଘାତକ ବୋଲିଂ କରିଥିବା ତାଞ୍ଜିମ ହସନ ଶାକିବଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।
୍‌ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ୧୯.୩ ଓଭରରେ ୧୦୬/୧୦ (ଶାକିବ ଅଲ ହସନ-୧୭, ମହମ୍ମଦୁଲ୍ଲା-୧୩, ରିଶଦ ହୋସେନ-୧୩, ସୋମପାଲ କାମି-୨/୧୦, ସନ୍ଦୀପ ଲାମିଚାନେ-୨/୧୭, ରୋହିତ ପୌଡେଲ-୨/୨୦)। ନେପାଳ ୧୯.୨ ଓଭରରେ ୮୫/୧୦ (କୁଶାଲ ମଲ୍ଲ-୨୭, ଦୀପେନ୍ଦ୍ର ସିଂ ଐରୀ-୨୫, ଆସିଫ୍‌ ଶେଖ-୧୭, ତାଞ୍ଜିମ ହସନ ଶାକିବ-୪/୭, ମୁସ୍ତାଫିଜୁର ରେହମାନ-୩/୭, ଶାକିବ ଅଲ ହସନ-୨/୯)।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?