Posted inଖେଳ

ସନ୍‌ରାଇଜର୍ସ-ଆରସିବି ଏଲିମିନେଟର

ଶାରଜା, ୪।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ଶେଷ ଲିଗ୍‌ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୧୦ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୮ ଉଇକେଟ ହରାଇ ୧୪୯ ରନ କରିଥିବାବେଳେ ସନ୍‌ରାଇଜର୍ସ ୧୭.୧ ଓଭରରେ କୌଣସି ଉଇକେଟ ନ ହରାଇ ୧୫୧ ରନ ସଂଗ୍ରହ କରି ନେଇଥିଲା। ଏହି ବିଜୟ ଫଳରେ ସନ୍‌ରାଇଜର୍ସ ୧୪ ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନ ଅଧିକାର କରି ପ୍ଲେ-ଅଫ୍‌ରେ ପ୍ରବେଶ କରିଛି। ଆସନ୍ତା ୬ ତାରିଖରେ ହେବାକୁଥିବା ଏଲିମିନେଟରରେ ଅନ୍ୟତମ ୧୪ ପଏଣ୍ଟ ପ୍ରାପ୍ତ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ଭେଟିବ ସନ୍‌ରାଇଜର୍ସ। ପଏଣ୍ଟ ଟେବୁଲରେ ମୁମ୍ବାଇ ଓ ଦିଲ୍ଲୀ କ୍ୟାପିଟାଲ୍ସ ଶୀର୍ଷରେ ରହିଥିବାରୁ ଚଳିତ ମାସ ୫ ତାରିଖରେ କ୍ୱାଲିଫାୟର-୧ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ୫ ତାରିଖର ପରାଜିତ ଦଳ ଏବଂ ୬ ତାରିଖ ବିଜେତାଙ୍କ ମଧ୍ୟରେ ୮ ତାରିଖରେ କ୍ୱାଲିଫାୟର-୨ ଖେଳାଯିବ। କ୍ୱାଲିଫାୟର ୧ ଓ ୨ ବିଜେତାଙ୍କ ମଧ୍ୟରେ ଫାଇନାଲ ୧୦ ତାରିଖରେ ଦୁବାଇରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ହାଇଦ୍ରାବାଦ ଓ ଆରସିବି ସମକକ୍ଷ ୧୪ ପଏଣ୍ଟ ପାଇଥିଲେ ହେଁ ରନ୍‌ହାରରେ ପଛରେ ପଡ଼ି କୋଲକାତା ନାଇଟ ରାଇଡର୍ସ ଟେବୁଲର ୫ମ ସ୍ଥାନରେ ସନ୍ତୁଷ୍ଟ ହୋଇଛି। ଫଳରେ କୋଲକାତାର ଅଭିଯାନ ଏଠାରୁ ଶେଷ ହୋଇଛି। ପଏଣ୍ଟ ଟେବୁଲର ଶେଷ ୩ ସ୍ଥାନରେ ଥିବା କିଙ୍ଗ୍ସ ଇଲେଭେନ ପଞ୍ଜାବ, ଚେନ୍ନାଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସର ଅଭିଯାନ ଶେଷ ହୋଇ ସାରିଛି।
ପାଓ୍ବାରପ୍ଲେରେ ସନ୍ଦିପଙ୍କ ରେକର୍ଡ
ପିଚ୍‌ର ପ୍ରକୃତି ଓ କାକର ସମସ୍ୟାକୁ ଦୃଷ୍ଟି ରଖି ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ଓ୍ବାର୍ନର। ପାଓ୍ବାର ପ୍ଲେରେ ଚମତ୍କାର ବୋଲିଂ କରିଥିଲେ ପେସ୍‌ ବୋଲର ସନ୍ଦିପ ଶର୍ମା। ଫିଟ୍‌ ଥିବା ଦର୍ଶାଇ ଅଧିନାୟକ ରୋହିତ ଶର୍ମା ମୁମ୍ବାଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ମାତ୍ର ୪ ରନ କରି ଆଉଟ ହୋଇଥିଲେ। କ୍ୱିଣ୍ଟନ ଡି’କକ୍‌ ୧୩ ବଲ୍‌ରୁ ୨୫(୨ ଚୌକା, ୨ ଛକା) ରନ କରି ପାରିଥିଲେ। ୨ଟି ଯାକ ଉଇକେଟ ସନ୍ଦିପ ନେଇଥିଲେ। ଡି’କକ୍‌ଙ୍କୁ ଆଉଟ କରି ଆଇପିଲର ପାଓ୍ବାରପ୍ଲେ(ପ୍ରଥମ ୬ ଓଭର)ରେ ସନ୍ଦିପଙ୍କ ୫୩ତମ ଉଇକେଟ ପୂରଣ କରିଥିଲେ। ଏ କ୍ଷେତ୍ରରେ ସେ ଜାହିର ଖାଁ (୫୨ ଉଇକେଟ)ଙ୍କୁ ଅତିକ୍ରମ କରି ରେକର୍ଡର ଅଧିକାରୀ ହୋଇଥିଲେ। ମୁମ୍ବାଇ ପକ୍ଷରୁ କିରନ ପୋଲାର୍ଡ ସର୍ବାଧିକ ୪୧(୨୫ ବଲ, ୨ ଚୌକା, ୪ ଛକା), ସୂର୍ଯ୍ୟକୁମାର ଯାଦବ ୩୬(୨୯ ବଲ, ୫ ଚୌକା), ଇଶାନ କିଶନ ୩୩(୩୦ ବଲ, ୧ ଚୌକା, ୨ ଛକା) ରନ କରିବାକୁ ସକ୍ଷମ ହୋଇଥିଲେ। ସନ୍‌ରାଇଜର୍ସ ବୋଲରଙ୍କ ମଧ୍ୟରେ ସନ୍ଦିପ ୩ଟି, ଶାହାବାଜ ନଦିମ ଓ ଜାସନ ହୋଲ୍ଡର ୨ଟି ଲେଖାଏ ଏବଂ ରଶିଦ ଖାଁ ଗୋଟିଏ ଉଇକେଟ ନେଇଥିଲେ।
ମୁମ୍ବାଇ ଏହି ମ୍ୟାଚ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦୁଇ ମୁଖ୍ୟ ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରା ଓ ଟ୍ରେଣ୍ଟ ବୋଲ୍ଟଙ୍କୁ ବିଶ୍ରାମ ଦେଇଥିଲା। ଫଳରେ ମୁମ୍ବାଇର ବୋଲିଂ ଆକ୍ରମଣ ଧାର ବିହୀନ ପ୍ରତୀୟମାନ ହୋଇଥିଲା। ଏହାର ସୁଯୋଗ ନେଇ ସନ୍‌ରାଇଜର୍ସର ଦୁଇ ଓପନର ଡେଭିଡ ଓ୍ବାର୍ନର ଓ ରିଦ୍ଧିମାନ ଶାହ କୌଣସି କ୍ଷତି ହେବାକୁ ନ ଦେଇ ୧୭.୧ ଓଭରରେ ୧୫୧ ରନ ସଂଗ୍ରହ କରି ନେଇଥିଲେ। ଓ୍ବାର୍ନର ୫୮ ବଲ୍‌ରୁ ୧୦ ଚୌକା ଓ ୧ ଛକା ସହାୟତାରେ ୮୫ ଏବଂ ରିଦ୍ଧିମାନ ୪୫ ବଲ୍‌ରୁ ୭ ଚୌକା ଓ ୧ ଛକା ସହ ୫୮ ରନରେ ଅପରାଜିତ ରହିଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୪୯/୮ (ପୋଲାର୍ଡ-୪୧, ସୂର୍ଯ୍ୟକୁମାର-୩୬, କିଶନ-୩୩, ଡି’କକ୍‌-୨୫, ସନ୍ଦିପ-୩/୩୪, ଶାହାବାଜ-୨/୧୯, ହୋଲ୍ଡର-୨/୨୫, ରଶିଦ-୧/୩୨)। ସନ୍‌ରାଇଜର୍ସ ହାଇଦ୍ରାବାଦ ୧୭.୧ ଓଭରରେ ୧୫୧/୦ (ଓ୍ବାର୍ନର-୮୫*, ରିଦ୍ଧିମାନ-୫୮*)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri