Posted inଖେଳ

ସନ୍‌ରାଇଜର୍ସ-ଆରସିବି ଏଲିମିନେଟର

ଶାରଜା, ୪।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ଶେଷ ଲିଗ୍‌ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୧୦ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୮ ଉଇକେଟ ହରାଇ ୧୪୯ ରନ କରିଥିବାବେଳେ ସନ୍‌ରାଇଜର୍ସ ୧୭.୧ ଓଭରରେ କୌଣସି ଉଇକେଟ ନ ହରାଇ ୧୫୧ ରନ ସଂଗ୍ରହ କରି ନେଇଥିଲା। ଏହି ବିଜୟ ଫଳରେ ସନ୍‌ରାଇଜର୍ସ ୧୪ ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନ ଅଧିକାର କରି ପ୍ଲେ-ଅଫ୍‌ରେ ପ୍ରବେଶ କରିଛି। ଆସନ୍ତା ୬ ତାରିଖରେ ହେବାକୁଥିବା ଏଲିମିନେଟରରେ ଅନ୍ୟତମ ୧୪ ପଏଣ୍ଟ ପ୍ରାପ୍ତ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ଭେଟିବ ସନ୍‌ରାଇଜର୍ସ। ପଏଣ୍ଟ ଟେବୁଲରେ ମୁମ୍ବାଇ ଓ ଦିଲ୍ଲୀ କ୍ୟାପିଟାଲ୍ସ ଶୀର୍ଷରେ ରହିଥିବାରୁ ଚଳିତ ମାସ ୫ ତାରିଖରେ କ୍ୱାଲିଫାୟର-୧ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ୫ ତାରିଖର ପରାଜିତ ଦଳ ଏବଂ ୬ ତାରିଖ ବିଜେତାଙ୍କ ମଧ୍ୟରେ ୮ ତାରିଖରେ କ୍ୱାଲିଫାୟର-୨ ଖେଳାଯିବ। କ୍ୱାଲିଫାୟର ୧ ଓ ୨ ବିଜେତାଙ୍କ ମଧ୍ୟରେ ଫାଇନାଲ ୧୦ ତାରିଖରେ ଦୁବାଇରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ହାଇଦ୍ରାବାଦ ଓ ଆରସିବି ସମକକ୍ଷ ୧୪ ପଏଣ୍ଟ ପାଇଥିଲେ ହେଁ ରନ୍‌ହାରରେ ପଛରେ ପଡ଼ି କୋଲକାତା ନାଇଟ ରାଇଡର୍ସ ଟେବୁଲର ୫ମ ସ୍ଥାନରେ ସନ୍ତୁଷ୍ଟ ହୋଇଛି। ଫଳରେ କୋଲକାତାର ଅଭିଯାନ ଏଠାରୁ ଶେଷ ହୋଇଛି। ପଏଣ୍ଟ ଟେବୁଲର ଶେଷ ୩ ସ୍ଥାନରେ ଥିବା କିଙ୍ଗ୍ସ ଇଲେଭେନ ପଞ୍ଜାବ, ଚେନ୍ନାଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସର ଅଭିଯାନ ଶେଷ ହୋଇ ସାରିଛି।
ପାଓ୍ବାରପ୍ଲେରେ ସନ୍ଦିପଙ୍କ ରେକର୍ଡ
ପିଚ୍‌ର ପ୍ରକୃତି ଓ କାକର ସମସ୍ୟାକୁ ଦୃଷ୍ଟି ରଖି ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ଓ୍ବାର୍ନର। ପାଓ୍ବାର ପ୍ଲେରେ ଚମତ୍କାର ବୋଲିଂ କରିଥିଲେ ପେସ୍‌ ବୋଲର ସନ୍ଦିପ ଶର୍ମା। ଫିଟ୍‌ ଥିବା ଦର୍ଶାଇ ଅଧିନାୟକ ରୋହିତ ଶର୍ମା ମୁମ୍ବାଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ମାତ୍ର ୪ ରନ କରି ଆଉଟ ହୋଇଥିଲେ। କ୍ୱିଣ୍ଟନ ଡି’କକ୍‌ ୧୩ ବଲ୍‌ରୁ ୨୫(୨ ଚୌକା, ୨ ଛକା) ରନ କରି ପାରିଥିଲେ। ୨ଟି ଯାକ ଉଇକେଟ ସନ୍ଦିପ ନେଇଥିଲେ। ଡି’କକ୍‌ଙ୍କୁ ଆଉଟ କରି ଆଇପିଲର ପାଓ୍ବାରପ୍ଲେ(ପ୍ରଥମ ୬ ଓଭର)ରେ ସନ୍ଦିପଙ୍କ ୫୩ତମ ଉଇକେଟ ପୂରଣ କରିଥିଲେ। ଏ କ୍ଷେତ୍ରରେ ସେ ଜାହିର ଖାଁ (୫୨ ଉଇକେଟ)ଙ୍କୁ ଅତିକ୍ରମ କରି ରେକର୍ଡର ଅଧିକାରୀ ହୋଇଥିଲେ। ମୁମ୍ବାଇ ପକ୍ଷରୁ କିରନ ପୋଲାର୍ଡ ସର୍ବାଧିକ ୪୧(୨୫ ବଲ, ୨ ଚୌକା, ୪ ଛକା), ସୂର୍ଯ୍ୟକୁମାର ଯାଦବ ୩୬(୨୯ ବଲ, ୫ ଚୌକା), ଇଶାନ କିଶନ ୩୩(୩୦ ବଲ, ୧ ଚୌକା, ୨ ଛକା) ରନ କରିବାକୁ ସକ୍ଷମ ହୋଇଥିଲେ। ସନ୍‌ରାଇଜର୍ସ ବୋଲରଙ୍କ ମଧ୍ୟରେ ସନ୍ଦିପ ୩ଟି, ଶାହାବାଜ ନଦିମ ଓ ଜାସନ ହୋଲ୍ଡର ୨ଟି ଲେଖାଏ ଏବଂ ରଶିଦ ଖାଁ ଗୋଟିଏ ଉଇକେଟ ନେଇଥିଲେ।
ମୁମ୍ବାଇ ଏହି ମ୍ୟାଚ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦୁଇ ମୁଖ୍ୟ ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରା ଓ ଟ୍ରେଣ୍ଟ ବୋଲ୍ଟଙ୍କୁ ବିଶ୍ରାମ ଦେଇଥିଲା। ଫଳରେ ମୁମ୍ବାଇର ବୋଲିଂ ଆକ୍ରମଣ ଧାର ବିହୀନ ପ୍ରତୀୟମାନ ହୋଇଥିଲା। ଏହାର ସୁଯୋଗ ନେଇ ସନ୍‌ରାଇଜର୍ସର ଦୁଇ ଓପନର ଡେଭିଡ ଓ୍ବାର୍ନର ଓ ରିଦ୍ଧିମାନ ଶାହ କୌଣସି କ୍ଷତି ହେବାକୁ ନ ଦେଇ ୧୭.୧ ଓଭରରେ ୧୫୧ ରନ ସଂଗ୍ରହ କରି ନେଇଥିଲେ। ଓ୍ବାର୍ନର ୫୮ ବଲ୍‌ରୁ ୧୦ ଚୌକା ଓ ୧ ଛକା ସହାୟତାରେ ୮୫ ଏବଂ ରିଦ୍ଧିମାନ ୪୫ ବଲ୍‌ରୁ ୭ ଚୌକା ଓ ୧ ଛକା ସହ ୫୮ ରନରେ ଅପରାଜିତ ରହିଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୪୯/୮ (ପୋଲାର୍ଡ-୪୧, ସୂର୍ଯ୍ୟକୁମାର-୩୬, କିଶନ-୩୩, ଡି’କକ୍‌-୨୫, ସନ୍ଦିପ-୩/୩୪, ଶାହାବାଜ-୨/୧୯, ହୋଲ୍ଡର-୨/୨୫, ରଶିଦ-୧/୩୨)। ସନ୍‌ରାଇଜର୍ସ ହାଇଦ୍ରାବାଦ ୧୭.୧ ଓଭରରେ ୧୫୧/୦ (ଓ୍ବାର୍ନର-୮୫*, ରିଦ୍ଧିମାନ-୫୮*)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ରୁ ଉଚ୍ଛେଦ ହେବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’! ହଇଚଇ ସୃଷ୍ଟି କଲାଣି BCCI ର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୩୧।୮: ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପ୍ରଥମେ 2023 ମସିହାରେ IPLରେ ପ୍ରଚଳନ କରାଯାଇଥିଲା। ପ୍ରତିବର୍ଷ ଏହାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଶେଷରେ BCCI ଏହାକୁ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri