Posted inଖେଳ

ଉଦୟ ହେଲା ସନରାଇଜର୍ସର ସୂର୍ଯ୍ୟ

ଚେନ୍ନାଇ,୨୧।୪: କ୍ରମାଗତ ୩ ପରାଜୟ ପରେ ଉଦୟ ହୋଇଛି ସନରାଇଜର୍ସ ହାଇଦ୍ରାବାଦ୍‌ର ସୂର୍ଯ୍ୟ। ଦଳୀୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ଯୋଗୁ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ଦଳ ବୁଧବାର ପଏଣ୍ଟ ଖାତା ଖୋଲିବାକୁ ସକ୍ଷମ ହୋଇଛି। ଏଠାରେ ପଞ୍ଜାବ ବିପକ୍ଷ ମ୍ୟାଚ୍‌କୁ ୯ ଉଇକେଟରେ ଜିତି ନେଇଛି ହାଇଦ୍ରାବାଦ।

ଟସ୍‌କୁ ଛାଡ଼ି ଦେଲେ ପଞ୍ଜାବ କିଙ୍ଗ୍ସ ସପକ୍ଷରେ କିଛି ଯାଇ ନ ଥିଲା। ହାଇଦ୍ରାବାଦ୍‌ ବୋଲରମାନେ ପଞ୍ଜାବକୁ କ୍ରମାଗତ ବ୍ୟବଧାନରେ ଝଟ୍‌କା ଦେଇ ଚାଲିଥିଲେ। ଫଳରେ ୧୯.୪ ଓଭରରେ ୧୨୦ ରନ୍‌ରେ ସୀମିତ ରହିଥିଲା ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ଦଳ। ଦଳର ୫ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁଥିଲେ। ହେଲେ କେହି ବଡ଼ ସ୍କୋର କରିପାରି ନ ଥିଲେ। ସନରାଇଜର୍ସ ପାଇଁ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ ଖଲିଲ ଅହମ୍ମଦ (୩) ଓ ଅଭିଷେକ ଶର୍ମା (୨)। ସାମ୍ନାରେ ଛୋଟିଆ ସ୍କୋର ଥିବାରୁ ଧିମା ବ୍ୟାଟିଂ କରିଥିଲେ ଅଧିନାୟକ ଓ୍ବାର୍ନର ଓ ଜନ୍ନି ବେଆରଷ୍ଟୋଙ୍କ ଓପନିଂ ଯୋଡ଼ି। ଦୁହେଁ ପ୍ରଥମ ଉଇକେଟ ପାଇଁ ୭୩ ରନ୍‌ କରିଥିଲେ। ଓ୍ବାର୍ନର (୩୭) ଆଉଟ୍‌ ହେବା ପରେ ବେଆରଷ୍ଟୋ (୬୩ ରନ୍‌, ୩ ଲେଖାଏ ଚୌକା ଓ ଛକା) ଓ କେନ ଓ୍ବିଲିୟମସନ (୧୬) ଦଳକୁ ଜିତାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗର୍ଲଫ୍ରେଣ୍ଡ୍‌ଙ୍କ ସହ ସମୟ ବିତାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ,୧୮।୧୧: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଅସୁସ୍ଥ ହୋଇ କ୍ରିକେଟରୁ ଦୂରେଇ ଅଛନ୍ତି। ପିଠିରେ ଆଘାତ ଲାଗିଥିବାରୁ ନିକଟରେ ସେ ଲଣ୍ଡନରେ ଅସ୍ତ୍ରୋପଚାର କରି ଫେରିଛନ୍ତି।...

ସୌରଭଙ୍କୁ ଭେଟିଲେ ପଙ୍କଜ, ସଞ୍ଜୟ

କଟକ ଅଫିସ,୨୪ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନୂଆ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସଭାପତି ପଙ୍କଜଲୋଚନ ମହାନ୍ତି ଓ ସମ୍ପାଦକ...

ବାଉନ୍ସର ପକାଇ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ଙ୍କ ନାକ ହାଡ଼ ଭାଙ୍ଗିଥିଲେ ଏହି ବୋଲର୍‌, ଉଇକେଟ ବି ନେଇ କରିଥିଲେ…

ନୂଆଦିଲ୍ଲୀ,୧୮।୨: କ୍ରିକେଟ ମଇଦାନରେ ଅନେକ ଅବିସ୍ମରଣୀୟ ଘଟଣା ଦେଖିବାକୁ ମିଳିଥାଏ। ସେଥିରୁ ଗୋଟିଏ ହେଉଛି ୧୯୮୬ ଫେବୃୟାରୀ ୧୮ ତାରିଖରେ ଖେଳାଯାଇଥିବା ଏକ ମ୍ୟାଚ୍‌ର ଘଟଣା।...

ଟେଷ୍ଟ ପଦାର୍ପଣ କରିବେ ରୟ

ଲଣ୍ଡନ, ୧୮।୭ (ଏଏଫ୍‌ପି)- ଇଂଲଣ୍ଡକୁ ବିଶ୍ୱକପ୍‌ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଷ୍ଟାର୍‌ ଖେଳାଳି ଜାସନ ରୟ ଟେଷ୍ଟ ପଦାର୍ପଣ କରିବାକୁ ଯାଉଛନ୍ତି।...

ପାକିସ୍ତାନ ୩-୦ରେ ସିରିଜ ବିଜୟୀ

ରାଓ୍ବଲପିଣ୍ଡି, ୧୧ା୧୧-ସ୍ଥାନୀୟ ରାଓ୍ବଲପିଣ୍ଡି ଷ୍ଟାଡିୟମରେ ଖେଳାଯାଇଥିବା ଜିମ୍ବାଓ୍ବେ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ପାକିସ୍ତାନ ୮ଉଇକେଟରେ ବିଜୟ ହାସଲ କରିଛି। ଏଥିସହ ଦଳ...

ଫର୍ମୁଲାଓ୍ବାନ ମୋଟର ରେସିଂ

୨୦୧୯ ଫର୍ମୁଲାଓ୍ବାନ ମୋଟର ରେସିଂରେ ମର୍ସିଡିଜ୍‌ର ବ୍ରିଟିଶ୍‌ ଡ୍ରାଇଭର ଲୁଇସ ହାମିଲଟନ ସବୁଠାରୁ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ହ୍ୟାଟ୍ରିକ ଟାଇଟଲ ଅର୍ଜନ କରିବା ସହ ସେ...

ସର୍ବ ଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆନ୍ତଃ ଜୋନ୍‌ ଚେସ୍‌: ଏସ୍‌ଆର୍‌ଏମ୍‌ ଚାମ୍ପିୟନ

ଭୁବନେଶ୍ୱର,୨୨।୧(ସ୍ପୋର୍ଟ୍ସ ବ୍ୟୁରୋ)- ସ୍ଥାନୀୟ କିଟ୍‌ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ଚେସ୍‌ ହଲ୍‌ରେ ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆନ୍ତଃ ଜୋନ୍‌ ଚେସ୍‌...

ଦିଲ୍ଲୀ କ୍ୟାପିଟାଲ୍ସରେ କରୋନା ପ୍ରକୋପ: ଆଇସୋଲେଶନରେ ରିକି ପଣ୍ଟିଂ

ମୁମ୍ବାଇ,୨୨।୪: କରୋନା ପ୍ରକୋପ ଦେଇ ଗତି କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ପୁଣି ଥରେ ଏକ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିରୋଧରେ ହେବାକୁ...

Advertisement
Archives

Model This Week