କୃଷକ କହିଲେ ‘ଆପଣ ସନ୍ନି ଦେଓଲଙ୍କ ଭଳି ଲାଗୁଛନ୍ତି’… କ’ଣ କହିଲେ ପାଜି

ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେଓଲ ଏବେ ତାଙ୍କ ଅଗାମୀ ଫିଲ୍ମ ‘ଗଦ୍ଦର ୨ ‘ ପାଇଁ ଶୁଟିଂରେ ବିଜି ଅଛନ୍ତି । ଫିଲ୍ମର ସମ୍ପୂର୍ଣ୍ଣ ୟୁନିଟ ଏବେ ମହାରାଷ୍ଟ୍ରର ଅହମ୍ମଦନଗରରେ ରହିଛନ୍ତି । ଏବେ ସେଠାରୁ ଏକ ମନ ଛୁଇଁବା ଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ଜଣେ ନିର୍ମାୟା କୃଷକ ସନ୍ନିଙ୍କୁ କହୁଛନ୍ତି ଆପଣ ସନ୍ନି ଦେଓଲଙ୍କ ଭଳି ଲାଗୁଛନ୍ତି । ଏହି ଭିଡିଓକୁ ନିଜେ ସନ୍ନି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି କେତେଜଣ ସାମ୍ନାରୁ ଆସୁଥିବା ଏକ ବଳଦ ଗାଡିକୁ ଅଟକାଉଛନ୍ତି । ଗାଡ଼ିଟି ଅଟକିବା ପରେ ଜଣେ ପଚାରୁଛନ୍ତି ଆପଣ କ’ଣ ନେଇ ଯାଉଛନ୍ତି । ଏଥିରେ କୃଷକ ଜଣକ ଉତ୍ତର ଦେଉଛନ୍ତି ପଶୁଙ୍କ ପାଇଁ ଜ୍ୱାରର ଭୁସି । ଏହାପରେ ସନ୍ନି ଗାଡ଼ି ପଛପଟୁ ବୁଲି କୃଷକଙ୍କ ନିକଟକୁ ଆସୁଛନ୍ତି । କୃଷକ ଏକାଥରେ ସନ୍ନି ଦେଓଲଙ୍କୁ ଚିହ୍ନି ପାରୁ ନାହାନ୍ତି । ହେଲେ ତାଙ୍କ କଣ୍ଠରୁ ସେ ଅନୁମାନ ଲଗାଇଛନ୍ତି କି ବ୍ୟକ୍ତି ଜଣକ ଆଉ କେହି ନୁହେଁ ବଲିଉଡ ଅଭିନେତା ସନ୍ନି ଦେଓଲ । କୃଷକ ଜଣକ ତାଙ୍କର ଏହି କନଫ୍ୟୁଜନକୁ ଦୂର କରିବାକୁ ସେ କହୁଛନ୍ତି, ‘ଆପଣ ସନ୍ନି ଦେଓଲଙ୍କ ଭଳି ଲାଗୁଛନ୍ତି’ ।
ସନ୍ନି ହସି ହସି କହୁଛନ୍ତି, ହଁ ମୁଁ ସେହି… ଜବାବ ଶୁଣି କୃଷକ ଜଣକ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଆଉ କହୁଛନ୍ତି ବାପରେ, ଏହାପରେ ସନ୍ନି ତାଙ୍କୁ କହୁଛନ୍ତି, ମୁଁ ଏଠାକୁ ଆସିଛି., ନିଜ ଗାଁ କଥା ମନେ ପଡିଗଲା । ଏହାକୁ ଦେଖି ଖୁବ ଖୁସି ହୋଇଯାଇଥିବା କୃଷକ ଜଣକ କହୁଛନ୍ତି ଆମେ ଆପଣଙ୍କ ଓ ଆପଣଙ୍କ ପିତା ଧର୍ମେନ୍ଦ୍ରଙ୍କ ଭିଡିଓ ଅନଲାଇନରେ ଦେଖୁ ।
ସୋସିଆଲ ମିଡିଆରେ ସନ୍ନି ଶେୟାର କରିଥିବା ଏହି ଭିଡିଓକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି । ଏହାସହ ଖୁବ୍ କମଣ୍ଟେ ବି କରୁଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri