୨୯ ବର୍ଷ ପୂର୍ବେ ମୁସଲମାନ ଯୁବତୀଙ୍କ ହାତ ଧରିଥିଲେ ସୁନିଲ ସେଟ୍ଟୀ; ପରିବାରକୁ ବୁଝାଇବାକୁ ଲାଗିଥିଲା ନଅ ବର୍ଷ

ବମ୍ବେ: ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ହାତକୁ ଦୁଇ ହାତ ହୋଇସାରିଥିଲେ ଅଭିନେତା ସୁନିଲ ସେଟ୍ଟୀ। ୧୯୯୧ରେ ମାନାଙ୍କୁ ପ୍ରେମ ବିବାହ କରିଥିଲେ ସୁନିଲ। କୋନେପିୟନ ସି ରୋଡରେ ଥିବା ଏକ କେକ୍‌ ଦୋକାନରୁ ଆରମ୍ଭ ହୋଇଥିଲା ଉଭୟଙ୍କ ପ୍ରେମକାହାଣୀ। ମାନା ପେଷ୍ଟ୍ରି ଖାଇବାକୁ ବନ୍ଧୁମାନଙ୍କ ସହ ଦୋକାନକୁ ଯାଇଥିବା ବେଳେ ସୁନିଲ ତାଙ୍କୁ ଭେଟିଥିଲେ। ପ୍ରଥମ ଦେଖାରେ ହିଁ ମାନା ପ୍ରେମରେ ପଡ଼ିଥିଲେ ସୁନିଲ। ହେଲେ କିଭଳି ତାଙ୍କ ସହ କଥା ହେବେ ତାହା ଜାଣି ପାରୁ ନ ଥିଲେ। ଶେଷରେ ସୁନିଲ ତାଙ୍କ ଭଉଣୀଙ୍କ ସହ କଥା ହୋଇଥିଲେ। କିଛି ଦିନ ଏପରି ଚାଲିବା ପରେ ମାନାଙ୍କୁ ମନ କଥା କହିବାକୁ ନିଶ୍ଚିତ କରିଥିଲେ ସେ। ତାହା ହିଁ ହେଲା। ବନ୍ଧୁଙ୍କ ଜନ୍ମଦିନ ପାର୍ଟିଙ୍କୁ ତାଙ୍କୁ ଡାକି ବାଇକ୍‌ ରାଇଡ୍‌ରେ ନେଇଥିଲେ ସୁନିଲ। ବାଟରେ ମନ କଥା ମଧ୍ୟ ସେ କହିଥିଲେ। ମାନା ହଁ ଭରିଥିଲେ।

ପ୍ରେମର ଗୋଟିଏ ପାହାଚ ଡେଇଁଯିବା ପରେ ବିବାହ କିଭଳି କରିବେ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। କାରଣ ଉଭୟ ଥିଲେ ଭିନ୍ନ ଧର୍ମର। ସୁନିଲ ହିନ୍ଦୁ ଏବଂ ମାନା ଥିଲେ ମୁସଲମାନ। ମାନାଙ୍କ ଜନ୍ମ ପଞ୍ଜାବୀ-ମୁସଲମାନ ପରିବାରରେ ହୋଇଥିଲା। ତାଙ୍କ ନାମ ସେତେବେଳେ ଥିଲା ମୋନିଶା କାଦରୀ। ଧର୍ମ ଭିନ୍ନ ହୋଇଥିବାରୁ ବିବାହ ଅଧିକ ଦିନ ପର୍ଯ୍ୟନ୍ତ ଚାଲିବ କି ନା ତାହାକୁ ନେଇ ଉଭୟଙ୍କ ପରିବାର ଚିନ୍ତାରେ ପଡ଼ିଥିଲେ। ଏଣୁ ୯ ବର୍ଷ ଯାଏ ସେମାନଙ୍କ ବିବାହକୁ ପରିବାରଲୋକେ ଗ୍ରହଣ କରି ନ ଥିଲେ। ଶେଷରେ ୧୯୯୧ ଡିସେମ୍ବର ୨୫ରେ ଉଭୟ ବିବାହ କରିଥିଲେ। ବେଶ୍‌ ଜାକଜମକରେ ଦଶ ଦିନ ଧରି ସବୁ ଉତ୍ସବ କରାଯାଇଥିଲା। ବିବାହ ପରେ ୧୯୯୨ ‘ବଲବାନ’ ଫିଲ୍ମରେ ସେ ଡେବ୍ୟୁ କରିଥିଲେ। ଏହାପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ଏବେ ଉଭୟଙ୍କ ଦୁଇ ସନ୍ତାନ ଆଥିୟା ସେଟ୍ଟୀ ଏବଂ ଅହାନ ସେଟ୍ଟୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣାରେ ଅବ୍ୟବସ୍ଥା: ଚିନ୍ତାରେ ଶତାଧିକ ଚାଷୀ

ତିହିଡ଼ି,୧୭ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ ଧାନ ଅମଳ…

ଭାଜପାରେ ସାମିଲ ହେଲେ ବିଜେଡି-କଂଗ୍ରେସର ବହୁ କର୍ମକର୍ତ୍ତା

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ସଦର ବ୍ଲକ କଲ୍ୟାଣମଣ୍ଡପଠାରେ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ମାଲକାନଗିରି ବିଧାୟକ…

ପ୍ରବଳ ଖରା ଯୋଗୁ ସକାଳୁଆ ସ୍କୁଲ, ଜାଣନ୍ତୁ କେଉଁ ଜିଲାରେ ହେଲା ଘୋଷଣା

ନୂଆପଡା,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ…

ଆନ୍ତଃଜିଲା ବାଇକ ଚୋରି ର଼୍ୟାକେଟ୍‌ର ପର୍ଦ୍ଦାଫାଶ, ୭ ଗିରଫ

ରିଷିଡା ୧୭।୬: (ସୁଶାନ୍ତ ମଲ୍ଲିକ): ମ.ରାମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଆନ୍ତଃ ଜିଲା ବାଇକଚୋରି ର଼୍ୟାକେଟ ବର୍ତ୍ତମାନ ପୋଲିସ ହାତରେ । ଦୀର୍ଘଦିନ ଧରି…

ସ୍ବାଧୀନତାର ୭୮ ବର୍ଷ ପରେ ବି ଅନ୍ଧାରରେ ଗ୍ରାମବାସୀ: ଦେଲେ ଏଭଳି ଚେତାବନୀ, ବିଜୁଳି ନ ମିଳିଲେ …

ଥୁଆମୁଳ ରାମପୁର, ୧୭।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକ ଅଧୀନସ୍ଥ ‘ତୁମୋନୀଖୋଲ’ ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ପହଞ୍ଚି…

ସୁବର୍ଣ୍ଣପୁର ପରେ ଏହି ଜିଲାରେ ସ୍କୁଲ ଛୁଟି, ୨୨ରେ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ…

ଅନ୍ଧାରରେ ଲୁଚି ମଣିଷର ଜାସୁସୀ କରୁଛନ୍ତି ଏଲିଅନ! ବୈଜ୍ଞାନିକଙ୍କ ଏହି ଚେତାବନୀ ସାରା ବିଶ୍ୱରେ ସୃଷ୍ଟି କଲାଣି ଆତଙ୍କ

ବିଗତ ଅନେକ ବର୍ଷ ଧରି ଏହି ସୌରମଣ୍ଡଳରେ ଏଲିଅନଙ୍କ ଉପସ୍ଥିତିକୁ ନେଇ ଅନେକ ବଡ଼ ବଡ଼ ଦାବି କରାଯାଇଛି। ହେଲେ ଏପର୍ଯ୍ୟନ୍ତ ଏହା ଏକ ଅସମାହିତ ପ୍ରଶ୍ନ…

NEET ପରୀକ୍ଷା ପୂର୍ବରୁ ଭାରତରେ ଟେଲିଗ୍ରାମ୍ ବ୍ୟାନ୍: ସରକାରଙ୍କୁ ଘେରିଲେ ଟେଲିଗ୍ରାମ ସିଇଓ

ନୂଆଦିଲ୍ଲୀ,୧୭।୬: ଭାରତରେ ଟେଲିଗ୍ରାମ (Telegram) କୁ ସାମୟିକ ଭାବେ ବ୍ୟାନ କରାଯାଇଛି। NEET-UG ୨୦୨୬ ପୁନଃ-ପରୀକ୍ଷା ପୂର୍ୱରୁ କପି ଏବଂ ଗୁଜବ ବା ଭୁଲ ସୂଚନା ରୋକିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri