Posted inଜାତୀୟ

ପରଲୋକରେ ସୁନୀଲ କୋଠାରୀ

ନୂଆଦିଲ୍ଲୀ,୨୭।୧୨: ପ୍ରସିଦ୍ଧ ଐତିହାସିକ ନୃତ୍ୟ ବିଶାରଦ ତଥା ସମାଲୋଚକ ସୁନୀଲ କୋଠାରୀଙ୍କ ପରଲୋକ ଘଟିଛି। ରବିବାର ଦିଲ୍ଲୀର ଏକ ଡାକ୍ତରଖାନାରେ ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଛି। ଏକ ମାସ ପୂର୍ବରୁ ସେ କରୋନା ସଂକ୍ରମିତ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। କୋଠାରୀ ୨୦ ଡିସେମ୍ବର, ୧୯୩୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଭାରତୀୟ ନୃତ୍ୟ କଳା ଶିକ୍ଷା ଗ୍ରହଣ କରିବା ପୂର୍ବରୁ ସେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଥିଲେ। କୋଠାରୀ ଭାରତୀୟ ନୃତ୍ୟ କଳା ଉପରେ ଭାରତନାଟ୍ୟମ୍‌, ଓଡ଼ିଶୀ, ଛଉ, କଥକ ସହିତ ୨୦ରୁ ଅଧିକ ପୁସ୍ତକ ଲେଖିଛନ୍ତି। ତାଙ୍କୁ ୧୯୯୫ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦୦ରେ ଗୁଜରାଟ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ତାଙ୍କୁ ଗୌରବ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। କୋଠାରୀ ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟରେ ଉଦୟ ଶଙ୍କର ଚେୟାରର ନେତୃତ୍ୱ ନେଇଥିଲେ ଏବଂ ଫୁଲବ୍ରାଇଟ ପ୍ରଫେସର ଭାବରେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ନୃତ୍ୟ ବିଭାଗରେ ଶିକ୍ଷାଦାନ କରିଥିଲେ। ସେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୯୫), ଗୁଜୁରାଟ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଗୌରବ ପୁରସ୍କାର (୨୦୦୦), ପଦ୍ମଶ୍ରୀ (୨୦୦୧) ଏବଂ ତାଙ୍କୁ ଆମେରିକାରେ ଡ୍ୟାନ୍ସ ସମାଲୋଚକ ସଂଘ ପକ୍ଷରୁ ୨୦୧୧ରେ ଲାଇଭ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ତନାଗରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣ

ଶ୍ରୀନଗର,୫।୧୦: ଜମ୍ମୁ-କଶ୍ମୀର ଅନନ୍ତନାଗରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି। ସ୍ଥାନୀୟ ଡିସି ଅଫିସ୍‌ ସମ୍ମୁଖରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ଲକ୍ଷ୍ୟ କରି ଆକ୍ରମଣ ହୋଇଥିବା କୁହାଯାଉଛି।...

ପ୍ରତି ୫ ଜଣରେ ଜଣେ ସ୍ବାସ୍ଥ୍ୟକର୍ମୀ ନେଇ ନାହାନ୍ତି ଦ୍ୱିତୀୟ ଡୋଜ୍‌…

ନୂଆଦିଲ୍ଲୀ,୨।୯: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମୁଥିବାବେଳେ ତୃତୀୟ ଲହର ନେଇ ଆତଙ୍କ ଦେଖାଦେଇଛି। ଦେଶରେ କରୋନା ଟିକାକରଣକୁ ଇତିମଧ୍ୟରେ ୭ ମାସ ବିତିଛି।...

କର୍ନାଟକରେ ପୁଣି ଜଣେ ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ମୁଖିଆ

ବାଙ୍ଗାଲୁରୁ,୨୭।୭: ମଙ୍ଗଳବାର କର୍ନାଟକକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ। ଭାଜପା ବିଧାୟକଙ୍କ ବୈଠକରେ ବାସବରାଜ ବୋମାଇଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବଛାଯାଇଛି। ସୋମବାର ଇସ୍ତଫା ଦେଇଥିବା ବି...

କୋରେଗାଁଓ-ଭୀମା ହିଂସା ମାମଲା: ନଭଲଖାଙ୍କୁ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ,୫ା୧୦(ପି.ଟି.): କୋରେଗାଁଓ- ଭୀମା ହିଂସା ମାମଲାରେ ନାଗରିକ ଅଧିକାର କର୍ମୀ ଗୌତମ ନଭଲଖାଙ୍କୁ ଗିରଫଦାରିରୁ ୧୫ ପର୍ଯ୍ୟନ୍ତ ସୁରକ୍ଷା ମିଳିଛି। ସୁପ୍ରିମକୋର୍ଟ ଶୁକ୍ରବାର ତାଙ୍କ ଅନ୍ତରୀଣ...

୩ ମଧ୍ୟସ୍ଥଙ୍କ ନାମ ଘୋଷଣା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨ (ପି.ଟି.): ଶାହିନବାଗ୍‌ରେ ରାସ୍ତା ଅବରୋଧ ସହ ବିକ୍ଷୋଭ କରାଯିବାକୁ ସୁପ୍ରିମକୋର୍ଟ ବିରୋଧ କରିଛନ୍ତି। ଗଣତନ୍ତ୍ରରେ ନାଗରିକମାନେ ବିକ୍ଷୋଭ କରିବା ମୌଳିକ ଅଧିକାର ହୋଇଥିଲେ ହେଁ...

ଅଡ୍‌-ଇଭିନ୍‌ ନମ୍ବର ନିୟମ ନ ମାନିବାରୁ କଟିଲା ଭାଜପା ନେତାଙ୍କ ଚାଲାଣ

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରାକୁ କମ୍‌ କରିବାକୁ ଯାଇ ସରକାରଙ୍କ ତରଫରୁ ଅଡ-ଇଭିନ ନମ୍ବରର ଗାଡି ଗଡିବା ଆରମ୍ଭ କରିଛି। ସୋମବାର ଇଭିନ୍‌ ନମ୍ବରର...

କେନ୍ଦ୍ର ସରକାରଙ୍କୁ ଶ୍ରେୟ ଦେବା ପାଇଁ କଂଗ୍ରେସରେ ଗୋଡ଼ ଟଣାଟଣି

ନୂଆଦିଲ୍ଲୀ,୨୧।୧୦:୧୦୦ କୋଟି କରୋନା ଟିକା ଦେବାରେ ଭାରତ ଏକ ବଡ଼ ଉପଲବ୍ଧି ହାସଲ କରିଛି। ଏଥିପାଇଁ ସରକାରଙ୍କୁ ବିଭିନ୍ନ ଆଡେ ପ୍ରଶଂସା କରାଯାଉଛି। କିନ୍ତୁ ଏହି...

ଦୂତାବାସ କର୍ମଚାରୀଙ୍କୁ ଧରି କାବୁଲ ଛାଡ଼ିଲା ଭାରତୀୟ ବାୟୁସେନା ବିମାନ…

କାବୁଲ/ନୂଆଦିଲ୍ଲୀ,୧୭।୮: ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ଭାରତୀୟ ବାୟୁସେନାର ସି -୧୭ ବିମାନ କାବୁଲ ବିମାନବନ୍ଦରରେ ଜାରି ରହିଥିବା ବିଶୃଙ୍ଖଳା ମଧ୍ୟରେ ଭାରତୀୟ ଦୂତାବାସ ଅଧିକାରୀଙ୍କ...

Advertisement


Archives

Model This Week