Posted inଖେଳ

‘ଏହି କ୍ରିକେଟର ହେବେ ଭାରତର ଆଗାମୀ ଅଧିନାୟକ’; ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୯।୧: ଭାରତର ଭେଟେରାନ ବ୍ୟାଟ୍ସମ୍ୟାନ୍‌ ସୁନୀଲ ଗାଭାସ୍କର ବଡ଼ ବୟାନ ଦେଇଛନ୍ତି। ରୋହିତ ଶର୍ମାଙ୍କ ପରେ ଭାରତୀୟ ଦଳର ଅଧିନାୟକ କିଏ ହେବ ସେ ତା ନାମ କହିଛନ୍ତି। ବର୍ଡର ଗାଭାସ୍କର ଟ୍ରଫିରେ ଜସପ୍ରିତ ବୁମ୍‌ରା ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏହି ଦ୍ରୁତ ବୋଲର ହିଁ ରୋହିତଙ୍କ ପରେ ଭାରତୀୟ ଟେଷ୍ଟ ଟିମ୍‌ର ଅଧିନାୟକ ହେବେ।

ବୁମ୍‌ରା ଅଷ୍ଟ୍ରେଲିଆ ଗସ୍ତରେ ୫ ମ୍ୟାଚ୍‌ରେ ୩୨ ଉଇକେଟ ନେଇଥିଲେ। ଏହା ଅଷ୍ଟ୍ରେଲିଆରେ କୌଣସି ବିଦେଶୀ ଦ୍ରୁତ ବୋଲର୍‌ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ବୁମ୍‌ରାଙ୍କ ଅଧିନାୟକତ୍ୱରେ ଟିମ୍‌ ପର୍ଥରେ ଖେଳାଯାଇଥିବା ଏହି ସିରିଜର ପ୍ରାରମ୍ଭିକ ମ୍ୟାଚ୍‌ରେ ବିଜେତା ହୋଇଥିଲା।

ଗାଭାସ୍କର ଚ୍ୟାନେଲ୍‌ ୭ରେ କହିଛନ୍ତି, ବୁମ୍‌ରା ଟିମ୍‌ର ଆଗାମୀ ଅଧିନାୟକ ହେବେ। ସେ ବହୁତ ଦାୟିତ୍ୱର ସହ ଦଳର ନେତୃତ୍ୱ ନିଅନ୍ତି, ତାଙ୍କର ଛବି ବହୁତ ଭଲ। ତାଙ୍କ ପାଖରେ ଜଣେ ଅଧିନାୟକ ହେବାର ଗୁଣ ଅଛି। ସେ ଏଭଳି ଜଣେ ବ୍ୟକ୍ତି ନୁହନ୍ତି ଯିଏ ଆପଣଙ୍କ ଉପରେ ଅନାବଶ୍ୟକ ଚାପ ପକାଇବେ। ବେଳେବେଳେ ଆପଣଙ୍କ ପାଖରେ ଏଭଳି ଅଧିନାୟକ ଥାନ୍ତି ଯିଏ ବହୁତ ଚାପ ପକାଇଥାନ୍ତି। ବୁମ୍‌ରାଙ୍କୁ ଦେଖି ଲାଗୁଛି ଯେ ସେ ଯାହା ଯିଏ ଚାହୁଁଛି ତାହା କରୁ ବୋଲି ଚାହିଁଥାନ୍ତି। ସେ ଯେଉଁ କାମ ପାଇଁ ଜାତୀୟ ଦଳରେ ଅଛନ୍ତି, ସେହି କାମ କରନ୍ତୁ। ହେଲେ ଏଥିଲାଗି କାହା ଉପରେ ଚାପ ପକାନ୍ତି ନାହିଁ। ମୋତେ ଲାଗୁଛି ଯେ ସେ ବେଶ ଜବରଦସ୍ତ ଥିଲେ। ନିଜ ଭୂମିକାକୁ ବହୁତ ଭଲ ଭାବେ ତୁଲାଇଥାନ୍ତି। ସେ ଅଧିନାୟକ ହେଲେ ମୋତେ ଆଶ୍ଚର୍ଯ୍ୟ ଲାଗିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୁବନେଶ୍ୱରକୁ ଫେରିବ ହକି ଫିଭର: ଫେବୃଆରୀ ୧୫ରୁ କଳିଙ୍ଗରେ ପ୍ରୋ-ଲିଗ୍‌

ଭୁବନେଶ୍ୱର, ୧୬।୧: ସମ୍ପ୍ରତି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ଚାଲିଥିବାବେଳେ ଖୁବ୍‌ଶୀଘ୍ର ଭୁବନେଶ୍ୱରକୁ ଫେରିବାକୁ ଯାଉଛି ହକି ଫିଭର। କଳିଙ୍ଗ...

ଭାରତୀୟ ଦଳକୁ ମିଳିଲା ନୂଆ କୋଚ୍: ବିସିସିଆଇ ନେଲା ବଡ ନିଷ୍ପତ୍ତି, କଣ କରିବେ ଗମ୍ଭୀର…

ମୁମ୍ବାଇ,୧୬।୧: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ନ୍ୟୁଜିଲାଣ୍ଡ ବିପକ୍ଷରେ ଘରେ ଏବଂ ଅଷ୍ଟ୍ରେଲିଆରେ ବିପକ୍ଷ ବିପର୍ଯ୍ୟୟ ପ୍ରଦର୍ଶନ ପରେ ଭାରତ...

ଋଷଭ ପନ୍ତ ହେବେ ଅଧିନାୟକ, ଶୁକ୍ରବାର କରାଯିବ ଦଳ ଘୋଷଣା

ନୂଆଦିଲ୍ଲୀ,୧୬।୧: ଭାରତୀୟ କ୍ରିକେଟରେ ଅଧିନାୟକଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ରୋହିତ ଶର୍ମାଙ୍କ ପରେ ଟେଷ୍ଟ ଟିମ୍‌ର ଅଧିନାୟକ କିଏ ହେବ ଏହାକୁ ନେଇ ଆଲୋଚନା...

ଭାରତର ବ୍ୟାଟିଂ କୋଚ ହେବାକୁ ଚାହୁଁଛନ୍ତି ଏହି କ୍ରିକେଟର, ଗମ୍ଭୀରଙ୍କ ସହ ମିଶି…

ନୂଆଦିଲ୍ଲୀ,୧୬।୧: ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ ଦଳ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୩ ରେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିଲା। ଏହି ପରାଜୟ...

‘ଫେକ ନ୍ୟୁଜ…,’ ବେଡ ରେଷ୍ଟ ଖବରକୁ ହସରେ ଉଡାଇ ଦେଲେ ବୁମରା

ନୂଆଦିଲ୍ଲୀ,୧୬।୧: ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରିତ ବୁମରାଙ୍କ ବିଷୟରେ ଏମିତି ଏକ ଖବର ଆସିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ତାଙ୍କୁ ବେଡ ରେଷ୍ଟ ନେବାକୁ...

ଅଭିନେତା ହୋଇ ବି କ୍ରିକେଟରୁ ମୋଟା ଅଙ୍କ ଆୟ କରନ୍ତି ସୈଫ, ଜାଣନ୍ତୁ କ’ଣ ଏହାର ମାଧ୍ୟମ

ମୁମ୍ବାଇ,୧୬।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଫିଲ୍ମ ଜଗତର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ। ଜାନୁଆରୀ ୨୦୨୫ ସୁଦ୍ଧା, ସୈଫ ଅଲ୍ଲୀ ଖାନଙ୍କ...

ଟିମ୍‌ ଇଣ୍ଡିଆକୁ ମିଳିପାରେ ନୂଆ କୋଚ୍‌, ଗମ୍ଭୀରଙ୍କ ଉପରେ BCCIର ଭରସା ନାହିଁ?

ନୂଆଦିଲ୍ଲୀ,୧୬।୧: ଅଷ୍ଟ୍ରେଲିଆ ଗସ୍ତରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଟିମ୍‌ ଇଣ୍ଡିଆ। କାରଣ ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ୍‌ ସିରିଜରେ ଫେଲ୍‌ ହୋଇଥିଲେ। ବିଶେଷକରି ବିରାଟ କୋହଲିଙ୍କ ଭଳି...

ସରଫରାଜ ଲିକ୍‌ କରିଛନ୍ତି ଡ୍ରେସିଂ ରୁମ୍‌ ଖବର?ଗମ୍ଭୀର ଯୁବ ବ୍ୟାଟ୍ସମ୍ୟାନଙ୍କ ଉପରେ ଆଣିଲେ ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୧୫।୧: ଭାରତୀୟ କ୍ରିକେଟ ଟିମ୍‌ ଲାଗି ଅଷ୍ଟ୍ରେଲିଆ ଗସ୍ତ ବେଶ ବିବାଦୀୟ ଥିଲା। ସିରିଜର ପ୍ରଥମ ମ୍ୟାଚ୍‌ ଦଳ ଜିତିଥିଲେ ହେଁ ଲଗାତାର ଭାବେ ବାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri