ସୂର୍ଯ୍ୟମୁଖୀ ଚାଷକୁ ପ୍ରୋତ୍ସାହନ ନାହିଁ

କେନ୍ଦ୍ରାପଡ଼ା ଅଫିସ,୨୮ା୪: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ କୋଇଲିପୁର ଚାରିପୋଖରିଆ ଗ୍ରାମର ସ୍ବୟଂସହାୟକ ମହିଳା ଗୋଷ୍ଠୀ ଚଳିତ ବର୍ଷ ୭ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି । ଏହି ଚାଷ ସେମାନଙ୍କ ପାଇଁ ଦ୍ୱିତୀୟ ବର୍ଷ । ପ୍ରଥମ ବର୍ଷର ଅଭିଜ୍ଞତା ସେମାନଙ୍କୁ ପରିପକ୍ୱ କରିବା ସହିତ ମା’ମଙ୍ଗଳା ଗୋଷ୍ଠୀର ସୂର୍ଯ୍ୟମୁଖୀ ତେଲ ସ୍ଥାନୀୟ ବଜାରରେ ଆଦୃତି ଲାଭ କରିଛି  ତେବେ ତାଲିମ ଓ ପ୍ରୋତ୍ସାହନର ଅଭାବ ଯୋଗୁ ଏହି ଅର୍ଥକରୀ ଫସଲ ଜିଲାର ଚାଷୀଙ୍କୁ ବିଶେଷ ଭାବେ ଆକୃଷ୍ଟ କରିପାରିନାହିଁ । ରବିଫସଲ ସମୟରେ ହେଉଥିବା ଏହି ଚାଷକୁ ଯୋଜନାବଦ୍ଧ ଭାବେ ପ୍ରୋତ୍ସାହିତ କଲେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ସହିତ ଜିଲା ଅର୍ଥନୀତି ବେଶ୍‌ ପ୍ରଭାବିତ ହେବ ବୋଲି ଚାଷୀ ଓ ବୁଦ୍ଧିଜୀବୀ ମତ ଦେଇଛନ୍ତି ।

ଏ ସମ୍ପର୍କରେ ବୁଦ୍ଧିଜୀବୀ ଆଶିଷ କୁମାର ସେନାପତି କହିଛନ୍ତି, ଦେଶରେ ଗତ କିଛିଦିନ ହେବ ଖାଇବା ତେଲର ଦାମ ଲଗାତର ବୃଦ୍ଧି ପାଇଛି । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ପରେ ଖାଇବା ତେଲ ଦରକୁ ନେଇ ସାଧାରଣ ଲୋକ ଚିନ୍ତାରେ ପଡିଛନ୍ତି। ୟୁକ୍ରେନ ଓ ରୁଷିଆରୁ ସୂର୍ଯ୍ୟମୁଖୀ ତେଲ ଆମଦାନୀ ଏକ ପ୍ରକାର ବନ୍ଦ ପରେ ଭାରତ ମାଲେସିଆ ଓ ଇଣ୍ଡୋନେସିଆରୁ ପାମ୍‌ ତେଲ ଆମଦାନୀକୁ ଗୁରୁତ୍ୱ ଦେଇଛି । ତେବେ ମାଲେସିଆ ସରକାର ପାମ୍‌ ତେଲ ଦର ବୃଦ୍ଧି କରିଥିବା ବେଳେ ଇଣ୍ଡୋନେସିଆ ତେଲ ରପ୍ତାନି ଉପରେ କଟକଣା ଜାରି କରିଛି । ଏହାର ନିରାକରଣ ପାଇଁ ୧୯୬୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ସବୁଜ ବିପ୍ଳବ ପାଇଁ ଆହ୍ବାନ ଦେଇଥିଲେ । ଏହି ବିପ୍ଳବ ପାଇଁ ଭାରତ ଆଜି ଗହମ ରପ୍ତାନି କ୍ଷେତ୍ରରେ ଅଗ୍ରଗତି କରୁଛି ା ତେଲ ଅଭାବର ମୁକାବିଲା ପାଇଁ ସୂର୍ଯ୍ୟମୁଖୀ ଚାଷକୁ ପ୍ରୋତ୍ସାହନ ଆବଶ୍ୟକ । କେନ୍ଦ୍ରାପଡ଼ା ଜିଲାରେ ଏଥିପାଇଁ ପାଣି, ପବନ ଓ ମାଟି ଥିବା ବେଳେ ତାଲିମ ଏବଂ ସରକାରୀ ପ୍ରୋତ୍ସାହନର ଅଭାବ ଅଛି । ଗରଦପୁର ପଞ୍ଚାୟତ ପତିସାହିର ପବିତ୍ର କାପ କହିଛନ୍ତି, ୨୦୧୫ରେ ଗରଦପୁର ବ୍ଲକର ୪ ପଞ୍ଚାୟତରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୩୦ ହେକ୍ଟର ଜମିରେ ପରୀକ୍ଷାମୂଳକ ଭାବେ ସୂର୍ଯ୍ୟମୁଖୀ ଚାଷ ହୋଇଥିଲା । ଅମଳ ମଧ୍ୟ ଭଲ ଥିଲା । ତେବେ ବଜାର ଅଭାବ ଏହି ଚାଷ ପ୍ରତି ବିତୃଷ୍ଣା ଭାବ ସୃଷ୍ଟି କରିଛି । କୃଷକ ନେତା ରଶ୍ମିରଞ୍ଜନ ଚୌଧୁରୀ କହିଛନ୍ତି, ଜିଲା ବାର୍ଷିକ ଯୋଜନାରେ ସିଂହ ଭାଗ ଅର୍ଥ କୃଷି କ୍ଷେତ୍ରରେ ନିୟୋଜିତ ହେବ ବୋଲି ଅଟକଳ କରାଯାଉଛି । ତେବେ ଏହା ବାସ୍ତବ କ୍ଷେତ୍ରରେ ଦେଖାଯାଉନାହିଁ । ଜଳ ପରିଚାଳନାକୁ ସୁଦୃଢ଼ କରି ପାରିଲେ ସୂର୍ଯ୍ୟମୁଖୀ ଚାଷ ପାଇଁ କେନ୍ଦ୍ରାପଡ଼ା ଜିଲା ଉଦାହରଣ ହୋଇ ପାରିବ । ଜିଲାରେ ଏହି ଚାଷ ପାଇଁ ପ୍ରାୟ ୪୦ ହଜାର ହେକ୍ଟର ଉପଯୁକ୍ତ ଜମି ଅଛି । ସୂର୍ଯ୍ୟମୁଖୀ ମଞ୍ଜିରେ ସାଧାରଣରେ ପ୍ରାୟ ୫୫ ପ୍ରତିଶତ ତେଲ ଆଦାୟ ହେବ । ଏହି ତେଲ ବାହାର କରିବା ପାଇଁ କ୍ଷୁଦ୍ର ଶିଳ୍ପ ଗଢ଼ି ଉଠିବ । ତେବେ ଏଥିପାଇଁ କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ସ୍ଥାନୀୟ ଅଞ୍ଚଳର ରାଜନେତା, ପ୍ରଶାସକଙ୍କ ସହିତ ଏନ୍‌ଜିଓ, ପାଣି ପଞ୍ଚାୟତ, ଫାର୍ମର୍ସ କ୍ଲବ ଆଦିଙ୍କ ସହଯୋଗ ଆବଶ୍ୟକ । ଏସ୍‌ଏଚ୍‌ଜି ସଦସ୍ୟାଙ୍କ ବହୁଳ ନିୟୋଜନ ସୂର୍ଯ୍ୟମୁଖୀ ତେଲ ଉପତ୍ାଦନରେ ବିପ୍ଳବ ଆଣିପାରିବ । ସେହିପରି ଆତ୍ମା ମାଧ୍ୟମରେ ତାଲିମ ଓ ସରକାରୀ ଅନୁଦାନ ଏହି ଚାଷକୁ ଆଗକୁ ନେଇ ପାରିବ ।

ଏ ସମ୍ପର୍କରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ କନ୍ଦ ଜେନା ଓ କେଭିକେ ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର କହିଛନ୍ତି, ସୂର୍ଯ୍ୟମୁଖୀ ଚାଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ ହୋଇଛି । ଆତ୍ମା ମାଧ୍ୟମରେ ତାଲିମ ସହ ରାଜ୍ୟର ୧୧୮ ଗୋଦାମ ଗୃହ ନିର୍ମାଣ କରି ଏପରି ଫସଲ ସଂଗ୍ରହ କରିବାକୁ ଯୋଜନା ହୋଇଛି । ଚାଷୀ ଚଳିତ ବର୍ଷ ଏହାର ଫାଇଦା ନେଇ ପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?