ଫେଲ୍‌ ମାରିଛିି ସୁନେତ୍ର ଯୋଜନା

ରାୟଗଡ଼ା,୭।୯(ଭାଗ୍ୟଶ୍ରୀ ମିଶ୍ର )ଚକ୍ଷୁ ପରୀକ୍ଷା ଓ ଆବଶ୍ୟକ ସେବା ଯୋଗାଇଦେବା ପାଇଁ ୨୦୧୯ରୁ ରାୟଗଡ଼ା ଜିଲାରେ ସୁନେତ୍ର ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ମାଧ୍ୟମରେ ସହାୟକଙ୍କ ସମେତ ବିଭିନ୍ନ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ଗ୍ରାମାଞ୍ଚଳକୁ ଯାଇ ଶିଶୁଙ୍କଠାରୁ ଆରମ୍ଭକରି ବୃଦ୍ଧାବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଯାହାର ପରଳ ଦୋଷ ରହିଛି ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଅସ୍ତ୍ରୋପଚାର କରାଯିବ। ଯେଉଁମାନଙ୍କର ଚଷମାର ଆବଶ୍ୟକତା ରହିଛି ସେମାନଙ୍କୁ ମାଗଣାରେ ଚଷମା ପ୍ରଦାନ କରାଇବାର ବ୍ୟବସ୍ଥା ରହିଛି। ହେଲେ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଏହି ଯୋଜନା ଫେଲ୍‌ ମାରିଥିବା ଅଭିଯୋଗ ହୋଇଛି। ଲୋକେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚକ୍ଷୁ ପରୀକ୍ଷା ପାଇଁ ଆସୁଥିବାବେଳେ ଡାକ୍ତର ମଧ୍ୟ ଆବଶ୍ୟକତା ଅନୁଯାୟୀ ଚଷମା ଲେଖିଥାନ୍ତି। ଏଥିସହ ଚିକିତ୍ସାଳୟରେ ଲୋକେ କିପରି ସହଜ ସୁବିଧାରେ ଚଷମା ପାଇବେ ସେଥିପାଇଁ ଅଧିକାରୀମାନେ ମଧ୍ୟ ନିୟୋଜିତ ହୋଇଛନ୍ତି। ହେଲେ ଲୋକଙ୍କୁ ଠିକ୍‌ ସମୟରେ ଚଷମା ମିଳୁ ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ୫ ବର୍ଷରେ ୧୦୯୭ ଚଷମା ବଣ୍ଟା ନ ହୋଇ ଖତ ଖାଉଥିବା ଦେଖିବାକୁ ମିଳିଛି। ସାମାନ୍ୟ ପରିଚାଳନାଗତ ତ୍ରୁଟି ଯୋଗୁ ଗରିବ ଲୋକ ସୁବିଧା ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି।
ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ୨୦୧୯-୨୦ ମସିହାରେ ୧୧୦୭ ଚଷମାର ଆବଶ୍ୟକତା ଥିବା ମେଡିକାଲ ପକ୍ଷରୁ ବରାଦ କରାଯାଇଥିଲା। ସେଥିରୁ ୮୬୧ ଚଷମା ବଣ୍ଟନ କରାଯାଇଥିବାବେଳେ ୨୪୬ ଚଷମା ବଣ୍ଟା ନ ଯାଇ ପଡ଼ିରହିଛି। ସେହିପରି ୨୦୨୦-୨୧ରେ ୬୪୯ ଚଷମା ଆବଶ୍ୟକ ଥିବା ମେଡିକାଲ ପକ୍ଷରୁ କୁହାଯାଇଥିଲା। ସେଥିରୁ ୪୯୮ ଚଷମା ବଣ୍ଟାଯାଇଥିବାବେଳେ ୧୫୧ ବଳକା ଚଷମା ମେଡିକାଲରେ ପଡ଼ି ରହିଛି । ୨୦୨୧-୨୨ରେ ବରାଦ ଅନୁଯାୟୀ ୧୨୩୬ ଚଷମା ମେଡିକାଲକୁ ଆସିଥିବାବେଳେ ସେଥିରୁ ୮୦୬ ଚଷମା ବଣ୍ଟନ କରାଯାଇଛି ଏବଂ ୩୦୮ ବଣ୍ଟା ନ ହୋଇ ପଡିରହିଛି । ସେହିପରି ୨୦୨୨-୨୩ରେ ୭୭୦ଜଣଙ୍କର ଚଷମା ଆବଶ୍ୟକ ଥିବାବେଳେ ୩୭୮ ଚଷମା ବଣ୍ଟନ କରାଯାଇଛି ଏବଂ ୩୯୨ ଚଷମା ମେଡିକାଲରେ ପଡ଼ି ରହିଥିବା ଜଣାପଡିଛି l ସମଗ୍ର ରାୟଗଡ଼ା ଜିଲାକୁ କେତେ ଚଷମା ରାଜ୍ୟସ୍ତରରୁ ଆସୁଛି ତାହାର ହିସାବ କାହା ପାଖରେ ନାହିଁ ବୋଲି ବୁଦ୍ଧିଜୀବୀ କହିଛନ୍ତି। ମେଡିକାଲ ସମ୍ମୁୁଖରେ ଥିବା ଚଷମା ଦୋକନରେ ବରାଦ ଦେଲେ ୧ ଘଣ୍ଟା ମଧ୍ୟରେ ଚଷମା ମିଳୁଥିବାବେଳେ ସରକାରୀ ମେଡିକାଲରେ ଚଷମା ପାଇଁ ଆବେଦନ କଲେ ବର୍ଷକରୁ ଅଧିକ ସମୟ ଲାଗୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଚେନ୍ନାଇସ୍ଥିତ ଏକ ଘରୋଇ ସଂସ୍ଥା ମାଧ୍ୟମରେ ଜିଲାକୁ ଚଷମା ଆସୁଥିବାରୁ ଚଷମା ଆସିବାରେ ବିଳମ୍ବ ହେଉଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ଚଷମା ଆସିବା ପରେ ଲୋକଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି କିଏ ଡାକିବ ତାକୁ ନେଇ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଛି। ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଚଷମା ଆସିଲାଣି କି ନାହିଁ ବାରମ୍ବାର ବୁଝୁଥିଲେ ମଧ୍ୟ ଚଷମା ଆସିନି ବୋଲି କହି କର୍ତ୍ତୃପକ୍ଷ ଫେରାଇ ଦେଉଥିବା ଅଭିଯୋଗ ହେଉଛି। ଫଳରେ ଲୋକେ ଖର୍ଚ୍ଚାନ୍ତ ହୋଇ ବାହାର ଦୋକାନରୁ ଚଷମା ଆଣୁଥିବା କହିଛନ୍ତି। ରାୟଗଡ଼ା ଆର୍‌କେନଗରର ଶାନ୍ତି ତ୍ରିପାଠୀ କହିଛନ୍ତି, ସେ ଚକ୍ଷୁ ଦେଖାଇବାକୁ ମେଡିକାଲକୁ ଯିବାରୁ ତାଙ୍କର ଚଷମା ଲାଗିବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପ୍ରେସ୍କ୍ରିପସନ୍‌ ଅନୁଯାୟୀ ମେଡିକାଲରେ ଚଷମା ପାଇଁ ଆବେଦନ କରିବାର ୧ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କ ଚଷମା ନ ଆସିବାରୁ ସେ ବାଧ୍ୟହୋଇ ବାହାରେ ଟଙ୍କା ଖର୍ଚ୍ଚକରି ଚଷମା କରିଛନ୍ତି। ସିଡିଏମ୍‌ଓ ଛୁଟିରେ ଥିବାରୁ ଏଡିଏମ୍‌ଓ ଡା. ବରଦାକାନ୍ତ ମିଶ୍ରଙ୍କୁ ଏ ସମ୍ପର୍କରେ ପଚାରିବାରୁ, ଯେବେ ଚଷମା ଆସୁଛି, ସେମାନେ ଲୋକଙ୍କ ମଧ୍ୟରେ ବଣ୍ଟନ କରୁଛନ୍ତି। ଚଷମା ବଳକା ଥିବା କଥା ପଚାରିବାରୁ ଆମେ ଏ ନେଇ ବିଭଗୀୟ ଅଧିକାରୀଙ୍କୁ ଅବଗତ କରାଇଛୁ, କିପରି ଲୋକେ ସୁବିଧାରେ ଚଷମା ପାଇପାରିବେ ସେ ନେଇ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri