Posted inଖେଳ

ସୁନ୍ଦରଗଡ଼, ଝାରସୁଗୁଡ଼ା, କିଟ୍‌ର ବୃହତ୍‌ ବିଜୟ

ଭୁବନେଶ୍ୱର, ୨୧ା୯(କ୍ରୀଡ଼ା ପ୍ରତିନିଧି): ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ରାଜ୍ୟ ଜୁନିୟର ହକି ଚାମ୍ପିୟନଶିପ ଇତିମଧ୍ୟରେ ତୃତୀୟ ଦିବସରେ ପହଞ୍ଚତ୍ଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଓ କିଟ୍‌ ଷ୍ଟାଡିୟମରେ ଚାଲିଥିବା ପ୍ରତିଯୋଗିତାର ତୃତୀୟ ଦିବସରେ ସମ୍ବଲପୁରର ଶହୀଦ ମାଧୋ ସିଂ ହକି ଏକାଡେମୀ, ଅନୁଗୋଳ, ସୁନ୍ଦରଗଡ଼, ସମ୍ବଲପୁର, ଢେଙ୍କାନାଳ, ଝାରସୁଗୁଡ଼ା, କିଟ୍‌ ଓ କିସ୍‌ ଆଦି ଦଳ ବିଜୟ ହାସଲ କରିଛନ୍ତି। ସୁନ୍ଦରଗଡ଼ ୧୦-୦ ବୃହତ୍‌ ବ୍ୟବଧାନରେ ଯାଜପୁର, ଝାରସୁଗୁଡ଼ା ୮-୦ରେ ନୟାଗଡ଼ ଏବଂ କିଟ୍‌ ଓ କିସ୍‌ ୮-୦ ଗୋଲରେ ଜଗତ୍‌ସିଂହପୁରକୁ ପରାସ୍ତ କରିଛି। ଅନ୍ୟ ମ୍ୟାଚ ଗୁଡ଼ିକ ମଧ୍ୟରେ ଶହୀଦ ମାଧୋ ସିଂ ହକି ଏକାଡେମୀ ୭-୦ରେ ଗଞ୍ଜାମ, ଅନୁଗୋଳ ୨-୧ରେ ବଲାଙ୍ଗୀର, ସମ୍ବଲପୁର ୭-୦ରେ ନବରଙ୍ଗପୁର ଓ ଢେଙ୍କାନାଳ ୭-୦ ଗୋଲରେ ସୁବର୍ଣ୍ଣପୁରକୁ ହରାଇ ଦେଇଛି। ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଚାମ୍ପିୟନଶିପ୍‌ରେ ବିଭିନ୍ନ ଜିଲା, ଏକାଡେମୀ ଓ ଅନୁଷ୍ଠାନରୁ ୫୦୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିଛନ୍ତି। ନକ୍‌ଆଉଟ ଭିତ୍ତିରେ ଖେଳାଯାଉଥିବା ଏହି ପ୍ରତିଯୋଗିତାର ପ୍ରଥମ ଦିବସରେ ଶହୀଦ ମାଧୋ ସିଂ ହକି ଏକାଡେମୀ ୬-୦ରେ ଗଜପତି, ଗଞ୍ଜାମ ୫-୦ରେ ମାଲକାନଗିରି, ଦେବଗଡ଼ ୬-୦ରେ କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର ୫-୦ରେ ବାଲେଶ୍ୱର, ଖୋର୍ଦ୍ଧା ୨-୦ରେ ମୟୂରଭଞ୍ଜ, ଢେଙ୍କାନାଳ ୫-୦ରେ କୋରାପୁଟ ଏବଂ ଯାଜପୁର ସଡନ୍‌ ଡେଥ୍‌ ୨-୧ ଗୋଲରେ ରାୟଗଡ଼ାକୁ ପରାସ୍ତ କରିଥିଲା। ଦ୍ୱିତୀୟ ଦିବସରେ ସମ୍ବଲପୁର ୪-୦ରେ ପୁରୀ, ନବରଙ୍ଗପୁର ୭-୧ରେ କଟକ, ବଲାଙ୍ଗୀର ସଡନ୍‌ ଡେଥ୍‌ ୨-୧ରେ ବରଗଡ଼, ଝାରସୁଗୁଡ଼ା ୫-୦ରେ ଭଦ୍ରକ, ଅନୁଗୋଳ ୬-୦ରେ ନୂଆପଡ଼ା, ନୟାଗଡ଼ ୫-୧ରେ କେନ୍ଦୁଝର ଏବଂ ଜଗତ୍‌ସିଂହପୁର ୧-୦ ଗୋଲରେ କଳାହାଣ୍ଡିକୁ ହରାଇଥିଲା। ”ରାଜ୍ୟର କୌଣସି ଏକ ହକି ଟୁର୍ନାମେଣ୍ଟରେ ୨୮ଟି ଜିଲାଦଳ ଭାଗନେବା କଳ୍ପନାର ବାହାରେ ଥିଲା। ହକି ଏବେ କେବଳ ସୁନ୍ଦରଗଡ଼ରେ ନୁହେଁ ସାରା ଓଡ଼ିଶାରେ ଲୋକପ୍ରିୟତା ଅର୍ଜନ କରିଥିବା ଏଥିରୁ ସ୍ପଷ୍ଟ ହେଉଛି“ ବୋଲି ହକି ଆସୋସିଏଶନ ଅଫ୍‌ ଓଡ଼ିଶା ସଭାପତି ତଥା ହକି ପ୍ରମୋଶନ କାଉନ୍‌ସିଲ ଅଧ୍ୟକ୍ଷ ଦିଲୀପ ତିର୍କୀ ପ୍ରକାଶ କରିଛନ୍ତି। ଏହି ପ୍ରତିଯୋଗିତାରୁ ମନୋନୀତ ପ୍ରତିଭାମାନେ ୨୦୨୩ରେ ହେବାକୁଥିବା ଜାତୀୟ ଚାମ୍ପିୟନଶିପ୍‌ ପାଇଁ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିବେ। ବୁଧବାର ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲ କିଟ୍‌ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ଗେଟ୍‌ରେ ତାଲା, ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଛାତ୍ରୀଛାତ୍ର: ଅଧ୍ୟକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ

ମୋହନା, ୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ୍‌ରେ ଥିବା ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?