Posted inଖେଳ

ଇଂଲଣ୍ଡରେ ସିରିଜ ବିଜୟ ଲକ୍ଷ୍ୟରେ ଭାରତ

କାଣ୍ଟରବରି, ୨୧ା୯ (ପି.ଟି.): ଭାରତ ଓ ଇଂଲଣ୍ଡ ମହିଳା କ୍ରିକେଟ ଦଳ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ପ୍ରଥମ ଦିନିକିଆ ଜିତି ଭାରତ ୧-୦ରେ ଅଗ୍ରଣୀ ହାସଲ କରିସାରିଛି। ଦ୍ୱିତୀୟ ଦିନିକିଆ ଜିତି ଭାରତ ଇଂଲଣ୍ଡ ମାଟିରେ ବିରଳ ସିରିଜ ବିଜୟ ଲକ୍ଷ୍ୟରେ ରହିଛି। ଶେଷଥର ପାଇଁ ୧୯୯୯ରେ ଇଂଲଣ୍ଡ ମାଟିରେ ଭାରତ ଦିନିକିଆ ସିରିଜ ବିଜୟୀ ହୋଇଥିଲା।
ଟି୨୦ ସିରିଜରେ ୧-୨ରେ ପରାଜିତ ହେବା ପରେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଦଳ ପ୍ରଦର୍ଶନରେ ଉନ୍ନତି ଆଣିଛି। ହୋଭ୍‌ରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସବୁଥିରେ ପ୍ରଭାବୀ ପ୍ରଦର୍ଶନ କରି ଦଳ ଇଂଲଣ୍ଡକୁ ୭ ଉଇକେଟରେ ପରାସ୍ତ କରିଛି। ଇଂଲଣ୍ଡ କେତେକ ସିନିୟର ଖେଳାଳିଙ୍କ ବିନା ଏହି ସିରିଜ ଖେଳୁଥିଲେ ହେଁ ଭାରତ ତୁଳନାତ୍ମକଭାବେ ପ୍ରଥମ ଗେମ୍‌ରେ ଉନ୍ନତ ପ୍ରଦର୍ଶନ କରିଥିଲା। ଆଗକୁ ଏହି ମୋମେଣ୍ଟମ ବଜାୟ ରଖିବା ଲକ୍ଷ୍ୟରେ ରହିଛି ଭାରତ। ଏହା ହେଉଛି ଝୁଲଣ ଗୋସ୍ବାମୀଙ୍କ ବିଦାୟକାଳୀନ ସିରିଜ। ଏହାପରେ ୨୦୨୩ ଜୁନ୍‌ ପର୍ଯ୍ୟନ୍ତ ଭାରତୀୟ ଦଳ ଆଉ ଦିନିକିଆ ଖେଳିବାର ନାହିଁ। ୧୯୯୯ରେ ଭାରତୀୟ ମହିଳା ଦଳ ୨-୧ରେ ସିରିଜ ବିଜୟୀ ହୋଇଥିଲା। ଏହି ସିରିଜରେ ଅଞ୍ଜୁମ ଚୋପ୍ରା ଗୋଟିଏ ଲେଖାଏ ଶତକ ଓ ଅର୍ଦ୍ଧଶତକ ହାସଲ କରି ଭାରତକୁ ଫାଇଦାରେ ରଖିଥିଲେ।
ଗତ ମାର୍ଚ୍ଚ ପରେ ଚଳିତ ସିରିଜରେ ପ୍ରଥମଥର ପାଇଁ ଖେଳିବା ସୁଯୋଗ ପାଇଥିବା ୩୯ ବର୍ଷୀୟା ଝୁଲଣ ପୂର୍ବ ମ୍ୟାଚରେ ଚମତ୍କାର ବୋଲିଂ କରିଥିଲେ। ସର୍ବାଧିକ ଉଇକେଟ ନେବାରେ ବିଶ୍ୱରେକର୍ଡର ଅଧିକାରିଣୀ ଝୁଲଣ ଅନ୍ୟ ସମସ୍ତ ବୋଲରଙ୍କ ଅପେକ୍ଷା ଇକୋନୋମିକାଲ ରହିଥିଲେ। ତାଙ୍କ ସ୍ପେଲ୍‌ ୧୦-୨-୨୦-୧ ରହିଥିଲା। ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସର୍ବାଧିକ ୯୧ ରନ କରିଥିବାବେଳେ ଉଇକେଟ କିପର ବ୍ୟାଟର ୟାସ୍ତିକା ଭାଟିଆ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଅଧିନାୟିକା ହରମନପ୍ରୀତ ୭୪ ରନରେ ଅପରାଜିତ ରହି ଦଳକୁ ବିଜୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଓପନର ଶେଫାଳି ବର୍ମା ଗତ ୧୦ଟି ଇନିଂସରେ ଅର୍ଦ୍ଧଶତକ ହାସଲ କରିପାରିନାହାନ୍ତି। ତେଣୁ ତାଙ୍କ ବ୍ୟାଟ୍‌ରୁ ଏକ ବଡ଼ ସ୍କୋର ଚାହୁଁଛି ଭାରତ।
ଅନ୍ୟପକ୍ଷରେ ପ୍ରଥମେ ବ୍ୟାଟିଂ କଲେ ଇଂଲଣ୍ଡ ଆଗାମୀ ମ୍ୟାଚରେ ଏକ ବଡ଼ ସ୍କୋର ଛିଡ଼ା କରିବା ଲକ୍ଷ୍ୟରେ ରହିବ। ଏହି ଦଳ ମୁଖ୍ୟତଃ ସୋଫିଆ ଡଙ୍କ୍‌ଲେଙ୍କ ଉପରେ ଅନେକ ପରିମାଣରେ ନିର୍ଭର କରୁଛି। ଡଙ୍କ୍‌ଲେ ଓ ଆଲିସେ କାପ୍‌ସେ ଗତ ମ୍ୟାଚରେ ବିପଜ୍ଜନକ ସାବ୍ୟସ୍ତ ହୋଇ ଆସୁଥିଲେ। ହରମନପ୍ରୀତଙ୍କ ଏକ ହାତିଆ କ୍ୟାଚ ଏମାନଙ୍କ ପାର୍ଟନରଶିପ୍‌ ଭାଙ୍ଗିବା ପରେ ଇଂଲଣ୍ଡ ଇନିଂସ ଭଶୁଡ଼ି ପଡ଼ିଥିଲା। ଭାରତ ଯଦି ଆଗାମୀ ମ୍ୟାଚ ଜିତିବାରେ ସକ୍ଷମ ହୁଏ ତେବେ ୫୦ ଓଭର କ୍ରିକେଟରେ ଭାରତର ମନୋବଳ ବହୁ ପରିମାଣରେ ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

ରୁଷିଆ ସେନାରେ ଏବେବି ୫୫ ଭାରତୀୟ, ତଥ୍ୟ ଦେବାକୁ ମସ୍କୋକୁ ଅନୁରୋଧ କଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?