ରକ୍ତରଞ୍ଜିତ ହେଲା ସୁନାମୁଖୀ ପୀଠ

ଭବାନୀପାଟଣା,୨୧।୧: କଳାହାଣ୍ଡି ଜିଲା ମା’ ମାଣୀକେଶ୍ୱରୀଙ୍କ ଛତରଯାତ୍ରା ପରେ ଅଲାତରାର ସୁନାମୁଖୀ ଯାତ୍ରାରେ ବଳି ପଡିବା ପ୍ରଥା ବହୁ ପ୍ରାଚୀନ। ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଅଲାତରା ଗ୍ରାମରେ ପ୍ରତିବର୍ଷ ପୌଷ ମାସ ଶୁକ୍ଲ ପକ୍ଷ ପ୍ରଥମ ବୁଧବାର ଅର୍ଥାତ ଶୁଳିଆ ଯାତ୍ରା ପରଦିନ ସୁନାମୁଖୀ ଯାତ୍ରା ହୋଇଥାଏ। ଆଦିବାସୀ କନ୍ଧ ସମ୍ପ୍ରଦାୟ ଦ୍ୱାରା ପୂଜିତ ସୁନାମୁଖୀ ପୀଠରେ ଏହି ଦିନ ଶିମ୍ବ ଫଳ ଅର୍ପଣ କରାଯାଇଥାଏ। ଦେବୀ ଦିଶାରୀ ମାଧ୍ୟମରେ ଆର୍ବିଭୂତ ହୋଇ ଭକ୍ତଙ୍କ ଗୁହାରୀ ଶୁଣିଥାନ୍ତି। ଚଳିତ ବର୍ଷ ୨ ଟି ପୋଢ ସମେତ ୨୫ରୁ ଅଧିକ ବୋଦା ଶତାଧିକ କୁକୁଡ଼ା ବଳି ପଡିଥିଲା। ପ୍ରଥମେ ପାଟ ବୋଦା ଅର୍ପଣ ପରେ ଅନ୍ୟାନ୍ୟ ବଳି ଦିଆଯାଇଥିଲା। ଶୁଲିଆ ବୁଢାଙ୍କ ସାନଭାଇ ଭାବେ ପରିଚିତ ସୁନାମୁଖୀଙ୍କ ଯାତ୍ରା ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ। ଚଳିତବର୍ଷ କୋଭିଡ କଟକଣା ହେତୁ ଶୀଘ୍ର ପୂଜା ଆରମ୍ଭ ହୋଇଥିଲା। ଯାତ୍ରାରେ କୌଣସି ଦୋକାନ ବଜାର ବସି ନ ଥିଲା। ଲୋକେ ଦର୍ଶନ କରି ଶୀଘ୍ର ଫେରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri