Posted inଜାତୀୟ

ସୁନକଙ୍କ ପୂର୍ବଜଙ୍କ ଜନ୍ମସ୍ଥାନ ଏବେ ପାକିସ୍ତାନରେ…

ନୂଆଦିଲ୍ଲୀ,୨୫।୧୦ : ମରିସସ, କାନାଡା, ଆମେରିକା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ସମେତ ବିଶ୍ୱର ବହୁ ଦେଶରେ ମୂଳ ଭାରତୀୟ ଲୋକମାନେ ନିଜର ପଦଚିହ୍ନ ଛାଡିଛନ୍ତି। କମଲା ହାରିସ ଆମେରିକାର ଉପରାଷ୍ଟ୍ରପତି ହୋଇଥିବାବେଳେ ମରିସସର ଶାସନ ମଧ୍ୟ ଅନେକ ଥର ମୂଳ ଭାରତୀୟଙ୍କ ହାତକୁ ଆସିଛିି। ଏହି ପର୍ଯ୍ୟାୟରେ, ବର୍ତ୍ତମାନ ମୂଳ ଭାରତୀୟ ଋଷି ସୁନକ ବ୍ରିଟେନରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

ବ୍ରିଟେନରେ ପ୍ରଥମ ଥର ପାଇଁ କ୍ଷମତା ଭାର ମୂଳ ଦକ୍ଷିଣ ଏସୀୟ ଗ୍ରହଣ କରିଛନ୍ତି। ଋଷି ସୁନକଙ୍କ ପୂର୍ବଜମାନେ ପଞ୍ଜାବର ଗୁଞ୍ଜରାୱାଲାର ବାସିନ୍ଦା ଥିଲେ। ସେମାନେ ସେଠାରେ ଜନ୍ମଗ୍ରହଣ କରିଥିଲେ। ଏହା ଅବିଭକ୍ତ ଭାରତରେ ଥିଲା। ତେବେ ବର୍ତ୍ତମାନ ଏହା ପାକିସ୍ତାନରେ ରହିଛି। ଏହି କାରଣରୁ ଭାରତ ସହିତ ଋଷି ସୁନକଙ୍କୁ ନେଇ ପାକିସ୍ତାନରେ ମଧ୍ୟ ଆଲୋଚନା ହେଉଛି।

୧୯୩୫ ମସିହାରେ ଭାରତ ପାକିସ୍ତାନ ବିଭାଜନ ପୂର୍ବରୁ ଋଷିଙ୍କ ଜେଜେବାପା ରାମଦାସ ସୁନକ ଗୁଞ୍ଜରାୱାଲା ଛାଡି ନାଇରୋବିରେ କିରାଣୀ ଭାବରେ କାମ କରିବାକୁ ଯାଇଥିଲେ। ତାଙ୍କ ସ୍ତ୍ରୀ ସୁହାଗ ରାନୀ ସୁନକ ୧୯୩୭ ମସିହାରେ କେନିଆ ଯିବା ପୂର୍ବରୁ ତାଙ୍କ ଶାଶୁଙ୍କ ସହିତ ଗୁଞ୍ଜରାୱାଲା ଠାରୁ ଦିଲ୍ଲୀ ଯାଇଥିଲେ।

ରାମଦାସ ଏବଂ ସୁହାଗ ରାନୀଙ୍କର ୬ ଜଣ ସନ୍ତାନ ଥିଲେ। ସେମାନଙ୍କ ମଧ୍ୟରେ ତିନି ପୁଅ ଏବଂ ତିନି ଝିଅ ଥିଲେ। ଋଷିଙ୍କ ପିତା ଯଶବୀର ସୁନକ ୧୯୪୯ ମସିହାରେ ନାଇରୋବିରେ ଜନ୍ମଗ୍ରହଣ କରିଥିଲେ। ଯଶବୀର ୧୯୬୬ ମସିହାରେ ଲିଭରପୁଲରେ ପହଞ୍ଚିଥିଲେ। ସେ ଲିଭରପୁଲ ବିଶ୍ୱବିଦ୍ୟାଳୟରେ ମେଡିସିନ ଅଧ୍ୟୟନ କରିବାକୁ ଯାଇଥିଲେ। ଯଶବୀର ୧୯୭୭ରେ ଲିସେଷ୍ଟରରେ ଉଷାଙ୍କୁ ବିବାହ କରିଥିଲେ। ସେମାନଙ୍କ ବିବାହର ୩ ବର୍ଷ ପରେ ଋଷି ୧୯୮୦ ରେ ସାଉଥମ୍ପଟନରେ ଜନ୍ମଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏମ୍‌ପି ଟିକେଟ୍‌ କାଟିଦେଲେ, ତଥାପି ଦୁଃଖ ନାହିଁ: ଶାହାଙ୍କୁ କହିଲେ ଆଧୁନିକ ଭାରତର ଆଇରନ ମ୍ୟାନ୍‌

ଲକ୍ଷ୍ନୌ,୧୯।୪: ଏଥର ଦଳ ଉତ୍ତରପ୍ରଦେଶର ବାଲିଆ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ବୀରେନ୍ଦ୍ର ସିଂ ମସ୍ତଙ୍କୁ ଟିକେଟ ଦେଇନାହାଁନ୍ତି। ଦଳ ପୂର୍ବତନ...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲେ ଛାତ୍ରୀ

ରାଞ୍ଚି,୧୯ା୪: ଝାଡ଼ଖଣ୍ଡ ବୋର୍ଡ ଦଶମ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ଫଳାଫଳକୁ ଶିକ୍ଷା ସଚିବ ଉମାଶଙ୍କର ସିଂ, ଜେଏସି ବୋର୍ଡ ଅଧ୍ୟକ୍ଷ ଅନିଲ କୁମାର...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri