Posted inଜାତୀୟ

ସୁନକଙ୍କ ପୂର୍ବଜଙ୍କ ଜନ୍ମସ୍ଥାନ ଏବେ ପାକିସ୍ତାନରେ…

ନୂଆଦିଲ୍ଲୀ,୨୫।୧୦ : ମରିସସ, କାନାଡା, ଆମେରିକା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ସମେତ ବିଶ୍ୱର ବହୁ ଦେଶରେ ମୂଳ ଭାରତୀୟ ଲୋକମାନେ ନିଜର ପଦଚିହ୍ନ ଛାଡିଛନ୍ତି। କମଲା ହାରିସ ଆମେରିକାର ଉପରାଷ୍ଟ୍ରପତି ହୋଇଥିବାବେଳେ ମରିସସର ଶାସନ ମଧ୍ୟ ଅନେକ ଥର ମୂଳ ଭାରତୀୟଙ୍କ ହାତକୁ ଆସିଛିି। ଏହି ପର୍ଯ୍ୟାୟରେ, ବର୍ତ୍ତମାନ ମୂଳ ଭାରତୀୟ ଋଷି ସୁନକ ବ୍ରିଟେନରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

ବ୍ରିଟେନରେ ପ୍ରଥମ ଥର ପାଇଁ କ୍ଷମତା ଭାର ମୂଳ ଦକ୍ଷିଣ ଏସୀୟ ଗ୍ରହଣ କରିଛନ୍ତି। ଋଷି ସୁନକଙ୍କ ପୂର୍ବଜମାନେ ପଞ୍ଜାବର ଗୁଞ୍ଜରାୱାଲାର ବାସିନ୍ଦା ଥିଲେ। ସେମାନେ ସେଠାରେ ଜନ୍ମଗ୍ରହଣ କରିଥିଲେ। ଏହା ଅବିଭକ୍ତ ଭାରତରେ ଥିଲା। ତେବେ ବର୍ତ୍ତମାନ ଏହା ପାକିସ୍ତାନରେ ରହିଛି। ଏହି କାରଣରୁ ଭାରତ ସହିତ ଋଷି ସୁନକଙ୍କୁ ନେଇ ପାକିସ୍ତାନରେ ମଧ୍ୟ ଆଲୋଚନା ହେଉଛି।

୧୯୩୫ ମସିହାରେ ଭାରତ ପାକିସ୍ତାନ ବିଭାଜନ ପୂର୍ବରୁ ଋଷିଙ୍କ ଜେଜେବାପା ରାମଦାସ ସୁନକ ଗୁଞ୍ଜରାୱାଲା ଛାଡି ନାଇରୋବିରେ କିରାଣୀ ଭାବରେ କାମ କରିବାକୁ ଯାଇଥିଲେ। ତାଙ୍କ ସ୍ତ୍ରୀ ସୁହାଗ ରାନୀ ସୁନକ ୧୯୩୭ ମସିହାରେ କେନିଆ ଯିବା ପୂର୍ବରୁ ତାଙ୍କ ଶାଶୁଙ୍କ ସହିତ ଗୁଞ୍ଜରାୱାଲା ଠାରୁ ଦିଲ୍ଲୀ ଯାଇଥିଲେ।

ରାମଦାସ ଏବଂ ସୁହାଗ ରାନୀଙ୍କର ୬ ଜଣ ସନ୍ତାନ ଥିଲେ। ସେମାନଙ୍କ ମଧ୍ୟରେ ତିନି ପୁଅ ଏବଂ ତିନି ଝିଅ ଥିଲେ। ଋଷିଙ୍କ ପିତା ଯଶବୀର ସୁନକ ୧୯୪୯ ମସିହାରେ ନାଇରୋବିରେ ଜନ୍ମଗ୍ରହଣ କରିଥିଲେ। ଯଶବୀର ୧୯୬୬ ମସିହାରେ ଲିଭରପୁଲରେ ପହଞ୍ଚିଥିଲେ। ସେ ଲିଭରପୁଲ ବିଶ୍ୱବିଦ୍ୟାଳୟରେ ମେଡିସିନ ଅଧ୍ୟୟନ କରିବାକୁ ଯାଇଥିଲେ। ଯଶବୀର ୧୯୭୭ରେ ଲିସେଷ୍ଟରରେ ଉଷାଙ୍କୁ ବିବାହ କରିଥିଲେ। ସେମାନଙ୍କ ବିବାହର ୩ ବର୍ଷ ପରେ ଋଷି ୧୯୮୦ ରେ ସାଉଥମ୍ପଟନରେ ଜନ୍ମଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?