Odisha Elections 2024
Posted inଜାତୀୟ

ସୂର୍ଯ୍ୟଙ୍କ ଫଟୋ ଉଠାଇଲା ଆଦିତ୍ୟ ଏଲ୍‌-୧

ବେଙ୍ଗାଲୁରୁ,୯ା୧୨: ସୂର୍ଯ୍ୟ ମିଶନରେ ଯାଇଥିବା ମହାକାଶ ଯାନ ଆଦିତ୍ୟ ଏଲ୍‌-୧ ସୂର୍ଯ୍ୟଙ୍କର ପ୍ରଥମ ସମ୍ପୂର୍ଣ୍ଣ ଫଟୋ ଉତ୍ତୋଳନ କରିଛି। ଏହି ଫଟୋ ୨୦୦ରୁ ୪୦୦ ନାନୋମିଟର ଓ୍ବେଭ୍‌ଲେଙ୍ଗ୍‌ଥକୁ କଭର କରିଛି। ଫଟୋ ଉତ୍ତୋଳନ ପାଇଁ ବ୍ୟବହାର କରାଯାଇଥିବା ଟେଲିସ୍କୋପ୍‌ରେ ସୂର୍ଯ୍ୟ ଉପରିଭାଗର ସବିଶେଷ ଦୃଶ୍ୟ ଆସିବା ପାଇଁ ୧୧ଟି ଭିନ୍ନ ଭିନ୍ନ ଫିଲ୍ଟର ବ୍ୟବହାର କରାଯାଇଥିଲା। ଉକ୍ତ ଫଟୋରୁ ସନ୍‌ସ୍ପଟ୍‌ ଆଦି ବିଭିନ୍ନ ବୈଶିଷ୍ଟ୍ୟ ଜଣାପଡ଼ିଛି।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଆଦିତ୍ୟ-ଏଲ୍‌୧ ମହାକାଶ ଯାନରେ ଲାଗିଥିବା ସୋଲାର ଅଲ୍‌ଟ୍ରାଭାଇଲେଟ୍‌ ଇମେଜିଂ ଟେଲିସ୍କୋପ୍‌ (ଏସ୍‌ୟୁଆଇଟି) ଅଲ୍‌ଟ୍ରାଭାଓଲେଟ୍‌ ଓ୍ବେଭ୍‌ଲେଙ୍ଗ୍‌ଥ ନିକଟରେ ସୂର୍ଯ୍ୟଙ୍କ ପ୍ରଥମ ପୂର୍ଣ୍ଣ ଡିସ୍କ ଫଟୋ ଉତ୍ତୋଳନ କରିଥିବାରୁ ଏହା ଏକ ଉଲ୍ଲେଖନୀୟ ସଫଳତା ବୋଲି ଶୁକ୍ରବାର ଘୋଷଣା କରାଯାଇଛି। ସୂର୍ଯ୍ୟର ଫଟୋସ୍ପିୟର ଏବଂ କ୍ରୋମୋସ୍ପିୟର ମଧ୍ୟରେ ଥିବା ଅଭୂତପୂର୍ବ ଦୃଶ୍ୟ ସହ ଏହାର ଠିକ୍‌ ଉପରକୁ ଥିବା ସ୍ବଚ୍ଛ ସ୍ତରକୁ ଫଟୋରେ ଅଣାଯାଇପାରିଛି। ସନ୍‌ସ୍ପଟ୍‌, ସୌରପୃଷ୍ଠରେ ବିଦ୍ୟୁତ୍‌ ଚୁମ୍ବକୀୟ ଝଡ଼ ଆଦି ସୂର୍ଯ୍ୟରେ ଘଟୁଥିବା ଘଟଣା ଓ ମହାକାଶ ପାଗ ତଥା ପୃଥିବୀର ଜଳବାୟୁ ଉପରେ ଏହାର ପ୍ରଭାବ ସମ୍ପର୍କରେ ବୁଝିବାରେ ଉକ୍ତ ସ୍ତର ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଗତ ମାସ ୨୦ରେ ଏସ୍‌ୟୁଆଇଟିକୁ କ୍ରିୟାଶୀଳ କରାଯାଇଥିଲା ଏବଂ ଗତ ୬ ତାରିଖରେ ଏହା ପ୍ରଥମ ଫଟୋ ଉତ୍ତୋଳନ କରିଛି। ସୂର୍ଯ୍ୟ ଅଭିଯାନ ଉଦ୍ଦେଶ୍ୟରେ ଇସ୍ରୋ ଆଦିତ୍ୟ-ଏଲ୍‌୧କୁ ଗତ ସେପ୍ଟେମ୍ବର ୨ରେ ମହାକାଶକୁ ପଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ହିନ୍ଦୁ-ମୁସଲମାନ ପ୍ରସଙ୍ଗକୁ କଡ଼ା ସମାଲୋଚନା କଲେ ମେନକା ଗାନ୍ଧୀ, କହିଲେ …

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶର ସୁଲତାନପୁର ଆସନରୁ ମେନକା ଗାନ୍ଧୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସେ...

ମହିଳା ସଂସଦୀୟ ପ୍ରତିନିଧିତ୍ୱ କ୍ଷେତ୍ରରେ ପାକିସ୍ତାନ-ବାଂଲାଦେଶଠାରୁ ବି ପଛରେ ଭାରତ

ନୂଆଦିଲ୍ଲୀ,୧୯ା୫: ଲୋକ ସଭା ନିର୍ବାଚନ ପ୍ରାୟ ଶେଷ ପର୍ଯ୍ୟାୟରେ। ଫଳାଫଳ ପାଇଁ ଆଉ ୧୫ ଦିନ ବାକି ଅଛି। ସମସ୍ତ ଦଳ ସେମାନଙ୍କର ବିଜୟ ଦାବି...

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିତର୍କ ହେଲେ ରାହୁଲ ପଚାରିବେ ଏହି ୬ପ୍ରଶ୍ନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୯।୫: କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ବିତର୍କ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚ୍ୟାଲେଞ୍ଜ ସ୍ବୀକାର କରିଥିଲେ। ଯାହା ଖୁବ୍‌...

ଡାକ୍ତର କହିଲେ ଖରାରେ ରଖ, ଅଧଘଣ୍ଟା ପରେ ନବଜାତକ ମୃତ

ମୈନପୁରି, ୧୯।୫: ଉତ୍ତରପ୍ରଦେଶର ମୈନପୁରି ଜିଲା ଭୁଗାଇ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ୫ ଦିନ ତଳେ ଜନ୍ମିତ ଜଣେ ଶିଶୁକନ୍ୟାକୁ ଖରାରେ...

ଆଜି ମହାକାଶ ଯିବେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଗୋପୀଚାନ୍ଦ

ଓ୍ବାଶିଂଟନ,୧୯ା୫: ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ ମିଶନରେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଭାବେ ଗୋପୀଚାନ୍ଦ ଥୋକାତୁରା ରବିବାର ମହାକାଶକୁ ଯାତ୍ରା କରିବେ। ପାଇଲଟ ଗୋପୀଚାନ୍ଦ...

ନିର୍ବାଚନ ପୂର୍ବରୁ ବଡ଼ ଆଇଟି ରେଡ୍‌, ଜୋତା ବ୍ୟବସାୟୀଙ୍କ ଘରୁ ମିଳିଲା ୪୦ କୋଟି ନଗଦ ଟଙ୍କା

ନୂଆଦିଲ୍ଲୀ,୧୯।୫: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବଡ଼ ଆଇଟି ରେଡ୍‌। ଉତ୍ତରପ୍ରଦେଶ ଆଗ୍ରାରେ ବଡ଼ ଧରଣର ଆଇଟି ରେଡ ହୋଇଛି । ଜଣେ ଜୋତା ବ୍ୟବସାୟୀଙ୍କ...

ନିର୍ବାଚନ ପୂର୍ବରୁ ଜମ୍ମୁ-କଶ୍ମୀରରେ ଦୁଇ ଦୁଇଟି ବଡ଼ ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ,୧୯।୫:ନିର୍ବାଚନ ପୂର୍ବରୁ ଜମ୍ମୁକଶ୍ମୀରରେ ହୋଇଛି ବଡ଼ ଆତଙ୍କବାନୀ ଆକ୍ରମଣ। ରବିବାର ଅନନ୍ତନାଗ ଓ ସୋପିଆନରେ ଦୁଇ ଦୁଇ ଥର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଗୁଳିକରି...

୮୮୮୯ କୋଟି ଟଙ୍କା ଜବତ କଲାଣି ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୮ା୫: ଲୋକ ସଭା ନିର୍ବାଚନ ପଞ୍ଚମ ପର୍ଯ୍ୟାୟ ଏବଂ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ୨୦୨୪ ର ପାଇଁ ୨ ଦିନ ବାକି ଅଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri