ଗ୍ରୀଷ୍ମ ଲହରି ଓ ଭାରତ

ପ୍ର. ରମେଶ ଚନ୍ଦ୍ର ପରିଡ଼ା

ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଅର୍ଥାତ୍‌ ୧୯୦୧ ମସିହାଠାରୁ ବର୍ତ୍ତମାନ ମଧ୍ୟରେ ବିଗତ ଫେବୃୟାରୀ ୨୦୨୩ର ତାପମାତ୍ରା ସେ ମାସ ପାଇଁ ସର୍ବାଧିକ ବୋଲି ଜଣାପଡ଼ିଲା ପରେ ଆଗାମୀ ଗ୍ରୀଷ୍ମ କାଳରେ, ମାର୍ଚ୍ଚରୁ ମେ କିମ୍ବା ଜୁନ୍‌ ପର୍ଯ୍ୟନ୍ତ ଆମ ଦେଶ ଗ୍ରୀଷ୍ମ ଲହରିର ସମ୍ମୁଖୀନ ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏଥିରେ ସୂଚିତ କରାଯାଇଛି ଯେ, ଫେବୃୟାରୀ ମାସରେ ଆମ ଦେଶରେ ହାରାହାରି ସାଧାରଣ ତାପମାତ୍ରା ୨୭.୮ ଡିଗ୍ରୀ ସେଲ୍‌ସିୟସ୍‌। ତେବେ ଚଳିତବର୍ଷ (୨୦୨୩)ରେ ତାହା ୨୯.୫ ଡିଗ୍ରୀରେ ପହଞ୍ଚିଛି।
ସାଧାରଣତଃ ପୃଥିବୀର ଚାରିଆଡ଼େ ବାୟୁ ସ୍ରୋତରୂପେ ପ୍ରବାହିତ ହେଉଥାଏ କିନ୍ତୁ ଯେତେବେଳେ କୌଣସି ସ୍ଥାନରେ ବାୟୁମଣ୍ଡଳ ଉତ୍ତପ୍ତ ହୋଇ ଅତ୍ୟଧିକ ଚାପ ସୃଷ୍ଟି କରେ ଏବଂ ଉତ୍ତପ୍ତ ବାୟୁକୁ ନିମ୍ନକୁ ଠେଲିଦିଏ ତାହା ଭୂମିର ଉପରିଭାଗରେ ବନ୍ଦୀହୋଇ ରହିଯାଏ। ତହିଁରୁ ସୃଷ୍ଟିହୁଏ ଗ୍ରୀଷ୍ମ ଲହରି। ଏହି ଉଚ୍ଚଚାପ ଉତ୍ତପ୍ତ ବାୟୁକୁ ଧରି ରଖେ ଏବଂ ତାକୁ ଊର୍ଦ୍ଧ୍ୱମୁଖୀ ହୋଇ ଗତି କରିବାକୁ ଦିଏ ନାହିଁ। ଫଳରେ ବର୍ଷା ହୋଇପାରେନା କି ବାୟୁ ଶୀତଳ ହୋଇପାରେନା। ଅନ୍ୟପକ୍ଷରେ ଉତ୍ତପ୍ତ ବାୟୁ ଅଧିକ ଉତ୍ତପ୍ତ ହୋଇ ଚାଲେ। ଅନ୍ୟ ସ୍ଥାନରୁ ଉତ୍ତପ୍ତ ବାୟୁର ପ୍ରବାହ ଯୋଗୁ ମଧ୍ୟ ଏହା ଘଟିପାରେ।
ପାଣିପାଗ ବିଜ୍ଞାନୀମାନଙ୍କ ମତରେ ସମୟକ୍ରମେ ଜଳବାୟୁ ପରିବର୍ତ୍ତନ ହେତୁ ଜାଗତିକ ତାପମାତ୍ରା ବଢ଼ିବା ସହିତ ଗ୍ରୀଷ୍ମ ଲହରିର ପୌନପୁନିକତା ଏବଂ ତୀବ୍ରତା ବଢ଼ି ବଢ଼ି ଚାଲିବ। ଆମ ସ୍ବାସ୍ଥ୍ୟ ଉପରେ ଏହା କୁପ୍ରଭାବ ପକାଇବା ସଙ୍ଗେ ସଙ୍ଗେ ଅକାଳ ମୃତ୍ୟୁର ମଧ୍ୟ କାରଣ ହେବ। ପରିବେଶ ଓ ପରିସଂସ୍ଥା, ତଥା ଅର୍ଥନୀତି ମଧ୍ୟ ଗଭୀର ଭାବେ ପ୍ରଭାବିତ ହେବ। ଏବେ ଆମ ଦେଶରେ ଏହା ମୁଖ୍ୟତଃ ଘଟୁଛି ମାର୍ଚ୍ଚରୁ ଜୁନ୍‌ ମଧ୍ୟରେ। କେବେ କେମିତି ତାହା ଜୁଲାଇ ମାସ ପର୍ଯ୍ୟନ୍ତ ପରିବର୍ଦ୍ଧିତ ହେଉଛି। ତହିଁରୁ ଅଧିକାଂଶ ଘଟୁଛି ଉତ୍ତର ଏବଂ ଉତ୍ତର-ପଶ୍ଚିମ ତଥା ପୂର୍ବ ଭାରତରେ, ବିଶେଷକରି ବିହାର, ପଞ୍ଜାବ, ହରିୟାଣା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକା, ଓଡ଼ିଶା, ଚଣ୍ଡୀଗଡ଼, ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ ତଥା ଗୁଜରାଟର କେତେକ ଅଞ୍ଚଳରେ। ତେବେ କୌଣସି ବର୍ଷ ପାଣିପାଗ ଉପରେ ନିର୍ଭର କରି ଏହା ଅଧିକବାର ଘଟେ ଏବଂ ତା’ର ତୀବ୍ରତା ବୃଦ୍ଧି ପାଏ, ଯେପରି ଘଟିବ ବୋଲି ମନେକରାଯାଉଛି ଚଳିତବର୍ଷ। ଏ ଘଟଣା ଥରେ ଘଟିଲେ ଏହାର ପ୍ରଭାବ କିଛି ସପ୍ତାହ ଧରି ରହେ। ପୁନଶ୍ଚ ତାହା ଗୋଟିକ ପରେ ଗୋଟିଏ ହୋଇ ଘଟିପାରେ ଏବଂ ଏକ ବ୍ୟାପକ ଅଞ୍ଚଳ ଉପରେ ପ୍ରଭାବ ପକାଇପାରେ।
ସମତଳ ଅଞ୍ଚଳରେ କୌଣସି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ କିମ୍ବା ତତୋଽଧିକ ଏବଂ ପାର୍ବତ୍ୟ ଅଞ୍ଚଳରେ ୩୦ ଡିଗ୍ରୀ ସେଲସିୟସରୁ ଅଧିକ ହେବାକୁ ଗ୍ରୀଷ୍ମଲହରିର ଆଗମନ ରୂପେ ବିଚାର କରାଯାଏ। ତାହା ସାଧାରଣ ତାପମାତ୍ରାଠାରୁ ୪.୫୦ ଡିଗ୍ରୀରୁ ୬.୪୦ ଡିଗ୍ରୀ ଅଧିକ ହେଲେ ତାହାକୁ ‘ସାଧାରଣ’ ଏବଂ ତହିଁରୁ ଅଧିକ ହେବାକୁ ‘ଗୁରୁତର’ ଗ୍ରୀଷ୍ମ ପ୍ରବାହ କୁହାଯାଏ। ପୁନଶ୍ଚ ଏପରି ଅବିହିତ ହେବାକୁ ହେଲେ ଏପରି ଅବସ୍ଥାକୁ ଗୋଟିଏ ସ୍ଥାନରେ କିମ୍ବା ଦୁଇଟି ପାଖାପାଖି ସ୍ଥାନରେ ଅତିକମ୍‌ରେ ଦୁଇଦିନ ରହିବା ଦରକାର। ଆମ ଦେଶରେ ସାଧାରଣତଃ ମେ ମାସରେ ଏହା ଶୀର୍ଷସ୍ଥାନରେ ଉପନୀତ ହୋଇଥାଏ।
ଗ୍ରୀଷ୍ମ ଲହରିର ସ୍ବାସ୍ଥ୍ୟ ଉପରେ ପ୍ରଭାବ, ଏହାର ପ୍ରକାରଭେଦ, ସମୟ, ସମୟକାଳ, ତୀବ୍ରତା ସଙ୍ଗେ ସଙ୍ଗେ ଆମର ଏଥିସହିତ ଖାପ ଖୁଆଇବାର ସାମର୍ଥ୍ୟ, ସେଥିରୁ ନିଜକୁ ବଞ୍ଚାଇ ରଖିବା ଲାଗି ପ୍ରସ୍ତୁତି ଆଦି ଉପରେ ନିର୍ଭର କରେ। ଅନ୍ୟପକ୍ଷରେ ଏହା ମରୁଡ଼ି, ଉଚ୍ଚତାପ, ଉତ୍ତପ୍ତ ଓ ଶୁଷ୍କ ପରିବେଶ ସୃଷ୍ଟି କରିପାରେ, ଯାହା କି ଫସଲ ହାନିଠାରୁ ବାଡ଼ବାଗ୍ନି ପର୍ଯ୍ୟନ୍ତ ଅନେକର କାରଣ ହୋଇପାରେ। ବନ୍ୟା, ହିମବାହ ଚଳନ ଆଦି ମଧ୍ୟ ଏହା ସୃଷ୍ଟି କରିପାରେ।
ଦିଲ୍ଲୀର ସୁପ୍ରସିଦ୍ଧ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସେଣ୍ଟର୍‌ ଫର୍‌ ସାଇନ୍ସ ଏଣ୍ଡ ଏନ୍‌ଭାଇରନମେଣ୍ଟ’ର ସୂଚନା ଅନୁସାରେ ଜାଗତିକ ଉଷ୍ମତା ଏବଂ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରିତ ହୋଇ ନ ପାରିଲେ ଆଗାମୀ ୨୧୦୦ ବେଳକୁ ଗ୍ରୀଷ୍ମଲହରି ୩୦ଗୁଣ ଅଧିକ ହେବ। ଏଥି ଅନୁଯାୟୀ ଗତବର୍ଷ (୨୦୨୨) ଅକ୍ଟୋବର ମାସ ମଧ୍ୟରେ ଏହା ଆମ ଦେଶରୁ ୨,୭୫୫ଟି ଜୀବନହାନି, ୧.୮ ନିୟୁତ ହେକ୍ଟର ଜମିରେ ଫସଲ ନଷ୍ଟ, ୬୯୦୦୦ ଗୋରୁଙ୍କ ଜୀବନହାନି, ୪୧୬, ୬୬୭ ବାସଗୃହ ଧ୍ୱଂସ ଏବଂ ୨,୩୦୮ ହେକ୍ଟର ବନବିଧ୍ୱଂସ ସହିତ ସମ୍ପୃକ୍ତ ଥିଲା। ସେହିପରି, ବିଶ୍ୱବ୍ୟାଙ୍କ ଦ୍ୱାରା ହୋଇଥିବା ଏକ ପୂର୍ବାନୁମାନରେ ସୂଚିତ କରାଯାଇଛି ଯେ ଜାଗତିକ ତାପମାତ୍ରା ବୃଦ୍ଧି ହୋଇ ଚାଲିଲେ ୨୦୫୦ ସୁଦ୍ଧା ଗ୍ରୀଷ୍ମଲହରି ଅସହ୍ୟ ଏବଂ ତୀବ୍ର ହେବ। ଏହା ”ମୌସୁମୀ ବୃଷ୍ଟିପାତର ଧାରାକୁ ବଦଳାଇ ଦେବ ଏବଂ ୨.୮ରୁ ୩ ପ୍ରତିଶତ ମୋଟ ଘରୋଇ ଉତ୍ପାଦ“ (ଗ୍ରସ୍‌ ଡୋମେଷ୍ଟିକ୍‌ ପ୍ରଡକ୍ଟ) ହାନି ଘଟାଇବ। ଗ୍ରୀଷ୍ମ ଲହରି ସାଧାରଣତଃ ବୟସ୍କ ଲୋକ(୬୫ବର୍ଷରୁ ଊର୍ଦ୍ଧ୍ୱ)ଙ୍କୁ ପ୍ରଭାବିତ କରିଥାଏ। ୨୦୧୯ରେ ସମଗ୍ର ବିଶ୍ୱରେ ଏହାରି ପ୍ରଭାବରେ ପ୍ରାୟ ୩,୪୫,୦୦୦ ଲୋକ ମୃତ୍ୟୁବରଣ କରିଥିଲେ ।
ବିଗତ ଦଶକରେ ରାଜସ୍ଥାନର କେତେକ ସ୍ଥାନରେ ସର୍ବାଧିକ ତାପବୃଦ୍ଧି ଘଟିଥିଲା ୨୦୧୬ ଏପ୍ରିଲ-ମେ ମଧ୍ୟରେ। ସେଠାରେ ଏହା ୫୧ ଡିଗ୍ରୀ ସେଲ୍‌ସିୟସ୍‌ରେ ପହଞ୍ଚତ୍ଥିଲା। ସେହିପରି ୨୦୧୯ ମେ-ଜୁନ୍‌ରେ ଏହା ୫୦.୮ ଡିଗ୍ରୀ, ୨୦୧୫ ମେ-ଜୁନ୍‌ରେ ୪୯.୪ ଡିଗ୍ରୀ ଏବଂ ୨୦୨୨ ମାର୍ଚ୍ଚ-ଏପ୍ରିଲରେ ୪୫ ଡିଗ୍ରୀରେ ପହଞ୍ଚତ୍ ସ୍ଥାନେ ସ୍ଥାନେ ଭୟାବହ ଗ୍ରୀଷ୍ମ ପ୍ରବାହମାନ ସୃଷ୍ଟି କରିଥିଲା। ଚଳିତବର୍ଷ ସମ୍ଭବତଃ ଏହା ତାହାକୁ ଅତିକ୍ରମ କରିଯିବ। ଫଳରେ ୨୦୧୬ ଭଳି ଏଠାରେ ୩୬ରୁ ୪୦ କିମ୍ବା ତତୋଧିକ ସଂଖ୍ୟକ ଅଧିକ ତୀବ୍ରତାସମ୍ପନ୍ନ ଗ୍ରୀଷ୍ମ ଲହରି ଘଟିବାର ସମ୍ଭାବନା ରହିଛି। ପୁନଶ୍ଚ ଏହା ବିଗତବର୍ଷ (୨୦୨୨) ଆମ ମୋଟ ଘରୋଇ ଉତ୍ପାଦର ୧ ଶତାଂଶ ହ୍ରାସ ଘଟାଇଥିବା ଦୃଷ୍ଟିରୁ ଏବର୍ଷ ତାହା ୧.୫ ରୁ ୨ ଶତାଂଶରେ ପହଞ୍ଚତ୍ପାରେ।
ଆମ ଦେଶରେ ଚଳିତବର୍ଷ ଗ୍ରୀଷ୍ମଲହରି ଅଧିକ ହେବା କାରଣଗୁଡ଼ିକ ମଧ୍ୟରେ ରହିଛି ଜାଗତିକ ଉଷ୍ମତା ବୃଦ୍ଧି ବ୍ୟତୀତ ଏଲ୍‌-ନିନୋ ଏବଂ ଲା-ନିନୋର ପ୍ରଭାବ।
ବିଗତ ୩ ବର୍ଷ ଧରି ଆମେ ଲା-ନିନୋର ସମ୍ମୁଖୀନ ହୋଇ ଆସିଛୁ। ଏହା ବିଶ୍ୱର ପାଣିପାଗକୁ ଏପରି ପ୍ରଭାବିତ କରେ, ଯେଉଁଥିରେ ବିଷୁବରେଖା ନିକଟସ୍ଥ ଭୂମଧ୍ୟସାଗରରେ ଶୀତଳ ଜଳ ପ୍ରବାହ ବିସ୍ତାର ଲାଭ କରେ। ଏଣୁ ଏହା ସୃଷ୍ଟି କରୁଥିବା ଉତ୍ତର-ଦକ୍ଷିଣ ଚାପ ଯୋଗୁ ଭାରତୀୟ ଉପଦ୍ୱୀପର ଦକ୍ଷିଣାଞ୍ଚଳ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରି ପ୍ରସାରିତ ହୁଏ। ଅନ୍ୟପକ୍ଷରେ ଚଳିତବର୍ଷ ଆସୁଥିବା ଏଲ୍‌ନିନୋ ଏହାର ଏକ ପରିପୂରକ ଘଟଣା। ଏଥିରେ ବିଷୁବରେଖା ନିକଟସ୍ଥ ଭୂମଧ୍ୟସାଗରରେ ପଶ୍ଚିମ-ପୂର୍ବ ହୋଇ ଉଷ୍ମ ଜଳ ପ୍ରବାହିତ ହୁଏ। ଏଣୁ ଏ ସମୟରେ ସାଧାରଣତଃ ଭାରତର ଉତ୍ତର ଏବଂ ଉତ୍ତର-ପଶ୍ଚିମ ତଥା ପୂର୍ବ ଭାଗରେ ଗ୍ରୀଷ୍ମ ଲହରି ଦେଖାଯାଏ। ଆଗତ ସୂଚନା ଅନୁଯାୟୀ ଚଳିତବର୍ଷ ମାର୍ଚ୍ଚରୁ ମେ – ଜୁନ ମଧ୍ୟରେ ଏହାର ଏହି ସବୁ ଅଞ୍ଚଳରେ ତାପମାତ୍ରା ସାଧାରଣଠାରୁ ୩ରୁ ୫ ଡିଗ୍ରୀ ଅଧିକ ହେବ। ଏହାର ପ୍ରଭାବ ଅଳ୍ପ ବହୁତ ୩ ବର୍ଷ ପର୍ଯ୍ୟନ୍ତ ରହିପାରେ।
ଗ୍ରୀଷ୍ମ ଲହରିକୁ ସମ୍ପୂର୍ଣ୍ଣ ପ୍ରତିହତ କରିବା ଲାଗି ଆବଶ୍ୟକ ପ୍ରଯୁକ୍ତି ବିଦ୍ୟା ଅଦ୍ୟାବଧି ଜଣାନାହିଁ। ତେବେ, ଜାଗତିକ ଉଷ୍ମତା ବୃଦ୍ଧି ରୋକିବା ପାଇଁ ସମସ୍ତ ପଦକ୍ଷେପ କଠୋର ଭାବେ ପାଳନ କରିବା, ଘର ନିକଟରେ ଗଛ ଲଗାଇ ସବୁଜ ବଳୟମାନ ସୃଷ୍ଟି କରିବା, ସହରାଞ୍ଚଳକୁ ଅଧିକ ଜନବହୁଳ ହେବାକୁ ନ ଦେବା, ତାପ ସୃଷ୍ଟିକାରୀ କଳକାରଖାନା ନ ବସାଇବା ଏବଂ ତହିଁରୁ ନିର୍ଗତ ତାପ ହ୍ରାସ ପାଇଁ ଉପଯୁକ୍ତ ଟେକ୍ନୋଲୋଜିର ଆଶ୍ରୟ ନେବା, ଶକ୍ତିର ଅଯଥା ଅପଚୟ ନ ଘଟାଇବା ଇତ୍ୟାଦି ଦ୍ୱାରା ଏହାର କିଛିଟା ଉପଶମ ସମ୍ଭବ ହୋଇପାରେ।
ଉଷା ନିବାସ, ୧୨୪/୨୪୪୫
ଖଣ୍ଡଗିରି ବିହାର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?