ସୁଭଦ୍ରା ଯୋଜନାର ଏସ୍‌ଓପି ଆସିବା ପରେ ଭାଜପାକୁ ନେଇ ଏମିତି କହିଦେଲେ ସୁଲତା

ଭୁବନେଶ୍ୱର,୨୪।୮ (ଅନିଲଦାସ): ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର ଏସ୍‌ଓପି ଆସିବା ପରେ ଭାଜପା ସୁଭଦ୍ରା ଯୋଜନାକୁ ନେଇ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ଚଞ୍ଚକତା କରିଥିବା ଦେଖିବାକୁ ମିଳିଛି । ଏହି ଯୋଜନା ବହୁ ଆଡ଼ମ୍ବରରେ ଲଘୁକ୍ରିୟାରେ ପରିଣତ ହୋଇଛି ବୋଲି ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି ।
ଶୁକ୍ରବାର ଶଙ୍ଖଭନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ସୁଲତା କହିଛନ୍ତି, ରାଜ୍ୟର ଭତ୍ତାଧାରୀମାନଙ୍କ ଭତ୍ତାକୁ ୩୦୦୦ରୁ ୩୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ରାଜ୍ୟ ବଜେଟରେ କେବଳ ୮୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ବିକଳାଙ୍ଗଙ୍କ ଭତ୍ତା ବୃଦ୍ଧି କରିଥିଲେ ହେଁ ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଭତ୍ତାଧାରୀମାନେ ଏହି ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ ବୋଲି ଭାଜପା ତରଫରୁ କୁହାଯାଇଥିଲା। ଏହି ଯୋଜନାର ହିତାଧିକାରୀମାନେ୨ ବର୍ଷରେ ୫୦ ହଜାର ଟଙ୍କା ଅର୍ଥାତ୍‌ ମାସିକ ପ୍ରାୟ ୨୧୦୦ଟଙ୍କା ପାଇବେ ବୋଲି କୁହାଯାଇଥିଲା। ପ୍ରକାଶିତ ହୋଇଥିବା ଏସ୍‌ଓପିରେ ସ୍ପଷ୍ଟ ହୋଇଛି ଯେ, ୨ ବର୍ଷରେ ନୁହେଁ ୫ ବର୍ଷରେ ୫୦ ହଜାର ଟଙ୍କା ମିଳିବ; ଯାହାର ଅର୍ଥ ମାସକୁ ୨୧୦୦ ଟଙ୍କା ନୁହେଁ ବରଂ ମାତ୍ର ୮୩୩ ଟଙ୍କା ମିଳିବ। ଭାଜପାଶାସିତ ରାଜ୍ୟରେ ଯେଉଁଠି ଆଳୁ ଦର ୪୦ ଉପରେ ଓ ପିଆଜ ଦର ୫୫ ଟଙ୍କା ରହିଛି, ସେହି ସମୟରେ ମାତ୍ର ୨୭ ଟଙ୍କା ପ୍ରଦାନ ରାଜ୍ୟର ମହିଳାଙ୍କ ଦୁଃଖ ଦୂର କରିବାରେ କେତେଦୂର ସହାୟକ ହେବ ବୋଲି ସୁଲତା ପ୍ରଶ୍ନ କରିଛନ୍ତି। ପ୍ରାୟ ରାଜ୍ୟର ଭତ୍ତାଧାରୀଙ୍କ ପରି ମହିଳାମାନେ ମଧ୍ୟ ଭାଜପାର ପ୍ରବଞ୍ଚନାର ଶିକାର ହୋଇଛନ୍ତି। ଏହି ଏସ୍‌ଓପିରେ କୁହାଯାଇଛି, ମାସିକ ୧୫୦୦ ଟଙ୍କା ସରକାରୀ ସହାୟତା ପାଉଥିବା ମହିଳାମାନେ ମଧ୍ୟ ଏହି ଯୋଜନାରୁ ବଞ୍ଚିତ ହେବେ। ତେଣୁ ଏଥିରୁ ସ୍ପଷ୍ଟ ହେଉଛି, ରାଜ୍ୟରେ କାର୍ଯ୍ୟରତ ଅଙ୍ଗନଓ୍ବାଡି କର୍ମୀ, ଆଶା କର୍ମୀ, ସିଆର୍‌ପି, ଏମ୍‌ବିକେ, ପାଚିକା ଇତ୍ୟାଦି ଏହି ଯୋଜନାରୁ ବଞ୍ଚିତ ହେବେ। ଏସ୍‌ଓପି ପ୍ରକାଶ ପରେ ସ୍ପଷ୍ଟ ହୋଇଛି, ରାଜ୍ୟର ପ୍ରାୟ ୧ କୋଟି ମହିଳା ଏହି ଯୋଜନାରୁ ବଞ୍ଚିତ ହେବେ ବୋଲି ସୁଲତା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri