Posted inଜାତୀୟ

ସୁଖବିନ୍ଦର ସୁଖୁ କରୋନା ପଜିଟିଭ, କ୍ୟାବିନେଟ ସମ୍ପ୍ରସାରଣ ହେବ ବିଳମ୍ବ…

ଶିମଲା,୧୯।୧୨ : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କରୋନା ପଜିଟିଭ ହୋଇଛନ୍ତି। ସୁଖୁଙ୍କ ନମୁନା ପରୀକ୍ଷା ରିପୋର୍ଟ ରବିବାର ସନ୍ଧ୍ୟାରେ ଆସିଛି। ସେ କରୋନା ପଜିଟିଭ ଥିବା ଜଣାପଡିଛି। ସୁଖୁ ଏବେ ଦିଲ୍ଲୀରେ ଅଛନ୍ତି ଏବଂ ତାଙ୍କୁ ସୋମବାର ଶିମଲାକୁ ଫେରିବାକୁ ପଡିବ। ବର୍ତ୍ତମାନ ତାଙ୍କୁ ହିମାଚଳ ସାଦାନରେ ତିନି ଦିନ ପାଇଁ କ୍ୱାରାଣ୍ଟାଇନରେ ରଖାଯିବ। ଫଳରେ ହିମାଚଳ ପ୍ରଦେଶର କ୍ୟାବିନେଟ ସମ୍ପ୍ରସାରଣରେ ବିଳମ୍ବ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ସୁଖୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। ସେଥିପାଇଁ ତାଙ୍କ ନମୁନା ଡିସେମ୍ବର ୧୮ ରେ ନିଆଯାଇଥିଲା ଏବଂ ତା’ପରେ ତାଙ୍କ ରିପୋର୍ଟ ସନ୍ଧ୍ୟାରେ ଆସିଥିଲା। ବର୍ତ୍ତମାନ ସେ ପ୍ରଧାନମନ୍ତ୍ରୀଙ୍କୁ ଆଉ ଭେଟି ପାରିବେ ନାହିଁ। ଏହା ପୂର୍ବରୁ ଡିସେମ୍ବର ୧୬ ରେ ସୁଖୁ ୪୦ ଜଣ ବିଧାୟକଙ୍କ ସହ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରାରେ ଯୋଗ ଦେଇଥିଲେ।

ଅନ୍ୟପକ୍ଷରେ, ସିଏମ ସୁଖୁଙ୍କ କରୋନା ପଜିଟିଭ ସମ୍ପର୍କରେ ରାଜ୍ୟ ସରକାର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କରୋନା ପଜିଟିଭ ହେବାପରେ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀରେ ଭେଟିବା ପାଇଁ ସୁଖୁଙ୍କର ଥିବା କାର୍ଯ୍ୟକ୍ରମ ଥିଲା, ଯାହାକୁ ସ୍ଥଗିତ ରଖାଯାଇଛି। ତାଙ୍କ ଠାରେ ଲକ୍ଷଣ ନାହିଁ । ତେବେ ସୁରକ୍ଷା ଦୃଷ୍ଟିରୁ ସତର୍କତା ଭାବରେ ସେ ନିଜକୁ କ୍ୱାରାଣ୍ଟାଇନ କରିଛନ୍ତି ଏବଂ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ଟିମ ଇଣ୍ଡିଆର ଡ୍ରେସିଂ ରୁମ କ୍ରିକେଟ: ବର୍ଷା ମଧ୍ୟରେ ଖେଳାଳିମାନେ ଏମିତି କଲେ ଟାଇମ ପାସ, ଏବେ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୪।୬: ଶନିବାର ଭାରତୀୟ କ୍ରିକେଟ ଦଳ ଆଫଗାନିସ୍ତାନକୁ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି। ତଥାପି, ପ୍ରତି ଇନିଂସରେ ମ୍ୟାଚ…

ଫ୍ରାନ୍ସରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ, ‘ଆଜି ଭାରତ ପରିବର୍ତ୍ତନର…’

ନୂଆଦିଲ୍ଲୀ,୧୪।୬:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମିଳିତ ଭାବରେ ଫ୍ରାନ୍ସର ନିସ୍‌ରେ ‘ଇଣ୍ଡିଆ ଇନୋଭେଟ୍ସ’ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଭାରତ,…

ଡାକ୍ତରଖାନା ପାଇଖାନାରେ ନବଜାତ ଶିଶୁକନ୍ୟାର ମୃତଦେହ, କିଏ ସେ ଅଜଣା ମହିଳା ଯିଏ…

ବଞ୍ଚୋ,୧୪ା୬(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାର ମହିଳା ଓ୍ବାର୍ଡ ପାଇଖାନା ଭିତରୁ ଏକ ସଦ୍ୟ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

ଫାଇନାଲ ହେଲା ଡିଲ୍‌? ପରମାଣୁ ଅସ୍ତ୍ର ନିର୍ମାଣ କରିବ ନାହିଁ ଇରାନ; ତେଲ କଟକଣା ବି ପ୍ରତ୍ୟାହାର

ତେହରାନ,୧୪।୬: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ସମ୍ପର୍କରେ ବିଭିନ୍ନ ବିବରଣୀ ସାମ୍ନାକୁ ଆସିଛି। ଜଣେ ବରିଷ୍ଠ ଇରାନୀ ଅଧିକାରୀ ଏକ ସମ୍ବାଦ ସଂସ୍ଥାକୁ…

କ୍ରିକେଟରଙ୍କୁ ମାଡ଼ ମାରିଲେ ପୋଲିସ, ଉତ୍ତେଜନା ପରେ ତିନି ପୋଲିସ କର୍ମଚାରୀ ନିଲମ୍ବିତ

ଢ଼ାକା,୧୪ା୬: ବାଂଲାଦେଶ କ୍ରିକେଟ୍ ବର୍ତ୍ତମାନ ଏକ ବିବାଦ ଯୋଗୁଁ ଚର୍ଚ୍ଚାରେ ରହିଛି । ବାଂଲାଦେଶୀ ସ୍ପିନର ନୟିମ ହାସନଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ଆକ୍ରମଣ ହୋଇଥିବା ଏକ…

ଚରୁଥିବାବେଳେ ବଜ୍ରପାତରେ ଜଳିଗଲେ ୧୨ ଛେଳି, କ୍ଷତିପୂରଣ ଦାବି କରି…

ଭଞ୍ଜନଗର,୧୪ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବାରଦଣ୍ଡା ଗ୍ରାମରେ ବଜ୍ରପାତ ମାରିବାରୁ ରବିବାର ଅପରାହ୍ନରେ ୧୨ଟି ଛେଳିଙ୍କର ମୃତ୍ୟୁ ଘଟିଛି। ଏଥିରେ ଛେଳି ଚରାଳି…

Mobile Emergency Alert: ଆଉ ହଠାତ ଭାଇବ୍ରେଟ ହେବ ନାହିଁ ଆପଣଙ୍କ ମୋବାଇଲ, ଜାଣନ୍ତୁ କିଏ ବନ୍ଦ କଲା ଏହି ସେବା

ନୂଆଦିଲ୍ଲୀ,୧୪।୬: ସାରା ଦେଶରେ ମୋବାଇଲ ଫୋନକୁ ଜରୁରୀକାଳୀନ ସତର୍କତା ପଠାଉଥିବା ସେଲ ବ୍ରଡକାଷ୍ଟ ସେବାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA)…

ଓମାନ ଉପସାଗରରେ ବୁଡିଲା ୧୪ ଭାରତୀୟ ଯାତ୍ରା କରୁଥିବା ଡଙ୍ଗା, ଉଦ୍ଧାର କାର୍ଯ୍ୟରେ ସହାୟତା କଲା ଆମେରିକା

ମସ୍କଟ,୧୪।୬: ରବିବାର ଓମାନ ଉପକୂଳରେ ୧୪ ଜଣ ଭାରତୀୟ ନାଗରିକଙ୍କୁ ନେଇ ଏକ ଡଙ୍ଗା ବୁଡ଼ିବାକୁ ଆରମ୍ଭ କରିଥିଲା, ଏହି ସମୟରେ ଆମେରିକା ନୌସେନା, ଭାରତୀୟ ନୌସେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri