ବଦଳୁଛି ପାନପୋଷ ହକି ଛକ ରୂପରେଖ

ରାଉରକେଲା ଅଫିସ,୧୯।୧୨:ଷ୍ଟିଲସିଟି ରାଉରକେଲାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍‌। ଏହି ବିଶ୍ୱକପ୍‌ ରାଉରକେଲା ଛେଣ୍ଡ କଲୋନି ବିପିୟୁଟି ପରିସରରେ ନିର୍ମାଣାଧୀନ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ। ହକି ବିଶ୍ୱକପ୍‌କୁ ଆଉ ମାତ୍ର ୨୬ ଦିନ ବାକି ରହିଥିବାବେଳେ ସହରରେ ଚାଲିଛି ବହୁ ଉନ୍ନତିମୂଳକ କାର୍ଯ୍ୟ। ସେଥିମଧ୍ୟରୁ ସହରର ପ୍ରବେଶ ପଥ କୁହାଯାଉଥିବା ପାନପୋଷ ହକି ଛକର ରୂପରେଖ ସମ୍ପୂର୍ଣ୍ଣ ବଦଳିଯାଇଛି। ହକି ବିଶ୍ୱକପ ସମୟରେ ସହରକୁ ଏହି ବାଟ ଦେଇ ବହୁ ସଂଖ୍ୟାରେ ଦର୍ଶକ ଓ ହକି କ୍ରୀଡ଼ାପ୍ରେମୀ ପ୍ରବେଶ କରିବେ। ତେଣୁ ସ୍ଥାନୀୟ ପ୍ରଶାସନ ପାନପୋଷ ହକି ଛକର ଉନ୍ନତୀକରଣ ସାଙ୍ଗକୁ ଛକର ମୁଖ୍ୟ ରାସ୍ତା ମାର୍ଗରେ ହକି ତାରକାଙ୍କ ଷ୍ଟାଚ୍ୟୁ ସହ ବିଶ୍ୱକପ୍‌ର ଝଲକ ନିର୍ମାଣ କରିଛି। ଛକଟି ଏନ୍‌ଏଚ-୧୪୩ ଉପରେ ଥିବାବେଳେ ବିଶ୍ୱକପ୍‌ରେ ହକି କ୍ରୀଡ଼ାପ୍ରେମୀଙ୍କୁ ସ୍ବାଗତ କରିବା ପାଇଁ ରଙ୍ଗବେରଙ୍ଗ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ଏଠାରେ ପୂର୍ବରୁ ଏକ ପଥର ଉପରେ ଜିଲାର ବିଭିନ୍ନ ହକି ତାରକାଙ୍କ ନାମାଙ୍କନ କରାଯାଇଥିଲା। ଛକଟି ବହୁଦିନ ଧରି ଅବହେଳିତ ହୋଇ ପଡିରହିଥିବା ବେଳେ ବିଶ୍ୱକପ୍‌ ପୂର୍ବରୁ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହାର ଉନ୍ନତୀକରଣ ପାଇଁ ୩ ମାସ ପୂର୍ବରୁ କାର୍ଯ୍ୟ ଆରମ୍ଭ କରିଥିଲା। ବର୍ତ୍ତମାନ ମୁଖ୍ୟ ରାସ୍ତାରେ ଏକ ବଗିଚା କରାଯାଇ ସେଥିରେ ହକି ଖେଳାଳିଙ୍କ ଷ୍ଟାଚ୍ୟୁ କରାଯାଇଛି। ଛକର ଅନ୍ୟପଟେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମର ଆଲୋକୀକରଣ ବ୍ୟବସ୍ଥା ଆକର୍ଷିତ କରୁଛି। ହକି ବିଶ୍ୱକପ୍‌ ପାଇଁ ସହରକୁ ଆସୁଥିବା ସମସ୍ତ କ୍ରୀଡାପ୍ରେମୀଙ୍କୁ ଷ୍ଟାଚ୍ୟୁ ମାଧ୍ୟମରେ ଏକ ହାତରେ ହକି ଷ୍ଟିକ ସହ ଅନ୍ୟ ହାତରେ ସ୍ବାଗତ କରାଯାଇଛି। ଏଥିସହ ସହରର ପ୍ରମୁଖ ଛକମାନଙ୍କରେ ଏଲ୍‌ଇଡି ଟିଭି ବ୍ୟବସ୍ଥା ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?