Posted inଜାତୀୟ

କଂଗ୍ରେସ ବିଧାୟକ ସୁଖପାଲଙ୍କ ଗିରଫକୁ ନେଇ ଆକ୍ସନରେ ରାଜ୍ୟପାଳ, ଡିଜିପିଙ୍କୁ ମାଗିଲେ ଜବାବ

ଚଣ୍ଡିଗଡ଼,୨।୧୦: ପଞ୍ଜାବର ଭୁଲଥା ବିଧାନସଭାର ବିଧାୟକ ସୁଖପାଲ ସିଂ ଖଇରା ଗିରଫ ହେବା ପରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ କଳହ ଲାଗି ରହିଛି। ଏହି ସମୟରେ ପଞ୍ଜାବର ରାଜ୍ୟପାଳ ବନୱାରିଲାଲ ପୁରୋହିତ ମଧ୍ୟ ଏହି ପ୍ରସଙ୍ଗରେ ଏଣ୍ଟ୍ରି କରିଛନ୍ତି। ପଞ୍ଜାବ ଡିଜିପି ଗୌରବ ଯାଦବଙ୍କୁ ସୁଖପାଲ ସିଂ ଖେରାଙ୍କ ଗିରଫଦାରୀ ସମ୍ପର୍କରେ ସୂଚନା ମାଗି ରାଜ୍ୟପାଳ ଏକ ଚିଠି ଲେଖିଛନ୍ତି। ଗତ ଗୁରୁବାର ଖଇରାଙ୍କୁ ତାଙ୍କ ଚଣ୍ଡିଗଡ଼ ବାସଭବନରୁ ପଞ୍ଜାବ ପୋଲିସ ଗିରଫ କରିଥିଲା।

ସୂଚନାଯୋଗ୍ୟ ଯେ ବିଧାୟକ ସୁଖପାଲ ସିଂ ଖଇରା ଗିରଫ ହେବା ପରେ ପଞ୍ଜାବ କଂଗ୍ରେସର ବରିଷ୍ଠ ନେତାଙ୍କ ଏକ ପ୍ରତିନିଧୀ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତଙ୍କୁ ଭେଟିଥିଲେ। କଂଗ୍ରେସ ନେତାମାନେ ଖଇରାଙ୍କ ଗିରଫକୁ ରାଜନୈତିକ ପ୍ରତିଶୋଧ ବୋଲି କହି ରାଜ୍ୟପାଳଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଏଥିସହ କଂଗ୍ରେସ ନେତାଙ୍କ ତରଫରୁ ରାଜ୍ୟପାଳଙ୍କୁ କୁହାଯାଇଛି ଯେ ବିଧାୟକ ସୁଖପାଲଙ୍କୁ ତାଙ୍କ ବାସଭବନରୁ ଭୁଲ ଭାବେ ଗିରଫ କରାଯାଇଛି। ତେବେ ତାଙ୍କୁ ଗିରଫ କରାଯାଇଥିବା ମାମଲାରେ ସୁପ୍ରିମକୋର୍ଟ ପୂର୍ବରୁ ରିଲିଫ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ସେଲିବ୍ରିଟିଙ୍କ ପାଖରେ ଅଉଛି ସବୁଠୁ ଅଧିକ ସୁନା: ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲି ସମୟରେ ଦେଶର ନାଗରିକମାନଙ୍କୁ ଆଗାମୀ ବର୍ଷ ପାଇଁ ସୁନା କିଣିବାରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି। କାରଣ ଏହି…

ଭ୍ୟାନ୍‌-ବାଇକ ଧକ୍କା: ଚାଲିଗଲା ୨ ଜୀବନ, ଜଣ ଗୁରୁତର

କୁଚିଣ୍ଡା,୧୧।୫: ସମ୍ୱଲପୁର ଜିଲା ମହୁଲପାଲି ଥାନା କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଏକ ପିକଅପ୍‌ ଭ୍ୟାନ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ…

ମୋଦିଙ୍କ ଆହ୍ବାନ: ଭାରତର ସାଂସ୍କୃତିକ ପୁନର୍ଜାଗରଣର ଏକ ଶକ୍ତିଶାଳୀ ସଙ୍କେତ

ଗଞ୍ଜାମ,୧୧।୫(ଅନାଥ ତରାଇ/ ବିଦ୍ୟାଧର ସାହୁ): ଭାରତର ସାଂସ୍କୃତିକ ରାଷ୍ଟ୍ରବାଦର ପ୍ରତୀକ ସୋମନାଥ ମହାପ୍ରଭୁଙ୍କ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶ ଆଜି ଉତ୍ସବମୁଖର।…

କାର୍‌ରେ ଆସି ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କଲେ ୪ ଦୁର୍ବୃତ୍ତ: ଜଣେ ମୃତ, ଜଣେ ଆହତ

ବେଲପାହାଡ, ୧୧।୫(ସୁବାସ ପ୍ରଧାନ): ଝାରସୁଗୁଡା ଜିଲା ବେଲପାହାଡ଼ ଫାଟକରେ ଯୁବକଙ୍କୁ ଆକ୍ରମଣ। ଭୁଜାଲି ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଉଭୟ…

ରାତିସାରା ଦେଖିଲେ ଲିଆଖିଆ ଉତ୍ସବ: ସକାଳକୁ ଆସି ଦେଖିଲା ବେଳକୁ ନ ଥିଲା

ନନ୍ଦପୁର/ପାଡୁଆ, ୧୧।୫ (ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): ଲିଆଖିଆ ଉତ୍ସବ ଦେଖିବାକୁ ଆସିଥିବା ଜଣେ ଯୁବକଙ୍କ ବାଇକ (ନମ୍ବର- OD 10 Q 4739) କେହି ଦୁର୍ବୃତ୍ତ ଚୋରି…

ଶପଥ ନେବାର ଗୋଟିଏ ଦିନ ପରେ ହଠାତ୍‌ ଷ୍ଟାଲିନଙ୍କ ଘରେ ପହଞ୍ଚିଲେ ବିଜୟ: ରାନୀତିରେ ହଲଚଲ

ଚେନ୍ନାଇ,୧୧।୫: ତାମିଲନାଡୁରେ ଐତିହାସିକ ନିର୍ବାଚନ ବିଜୟ ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଶପଥ ନେବାର ମାତ୍ର ଗୋଟିଏ ଦିନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ…

ଆକ୍ସନ ମୋଡ୍‌ରେ ଶୁଭେନ୍ଦୁ ସରକାର: କଲେ ବଡ ଘୋଷଣା

କୋଲକାତା,୧୧।୫: ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପରେ ଆକ୍ସନ ମୋଡ୍‌ରେ ଅଛି। କ୍ଷମତା ଗ୍ରହଣ କରିବା ମାତ୍ରେ ଶୁଭେନ୍ଦୁ ପ୍ରଶାସନ…

ବେଆଇନ ଛଟେଇ: ଟାଟା ପାୱାର ବିରୋଧରେ ତାତିଲେ ଠିକା କର୍ମଚାରୀ

ବଞ୍ଚୋ,୧୧।୫(ପ୍ରଦୋଷ ବିଶ୍ୱାଳ): ଟାଟା ପାୱାର ବିରୋଧରେ ତାତିଲେ ଠିକା କର୍ମଚାରୀ। ବେଆଇନ ଛଟେଇକୁ ବିରୋଧ କରି ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ କର୍ମଚାରୀ ନାରାବାଜି କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri