Odisha Elections 2024

ଟିକେଟ୍‌ ରେସ୍‌ରେ ବାଜିମାରିଲେ ସୁକାନ୍ତ

ନୀଳଗିରି,୨।୫(ପ୍ରଶାନ୍ତ କୁମାର ବିଶ୍ବାଳ):ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ବିଜୁଜନତା ଦଳ ନୀଳଗିରି ଆସନ ପାଇଁ ଟିକେଟ ଘୋଷଣା କରିଛି। ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ ଭରଷା କରିଛନ୍ତି ବିଜେଡ଼ି ସୁପ୍ରିମୋ। ଦୀର୍ଘଦିନ ଧରି ଉକ୍ତ ଆସନ ପାଇଁ ଦଳର ଦୁଇ ହେଭିୱେଟ ଆଶାୟୀ ନେତାଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିଲା। ଶେଷରେ ବାଜି ମାରିଲେ ସୁକାନ୍ତ। ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୩୦ରେ ବର୍ତ୍ତମାନର ବିଧାୟକ ସୁକାନ୍ତ କୁମାର ନାୟକ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦାନ କରିଥିଲେ। ସେବେ ଠାରୁ ବିଜେଡିର ଟିକେଟ କିଏ ନେବ ସେନେଇ ଆଶାଆଶଙ୍କାରେ ଥିଲେ ଉଭୟ ଗୋଷ୍ଠୀର ନେତା ଓ କର୍ମୀ। ଛାତ୍ର ଜୀବନରୁ ରାଜନୀତି ପ୍ରତି ରୁଚି ରଖିଥିବା ସୁକାନ୍ତ ପ୍ରଥମେ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ଭାବରେ ନିଜ ପଞ୍ଚାୟତରେ ପ୍ରତିଦ୍ବନ୍ଦିତା କରିଥିଲେ। ପରେ ଇଞ୍ଜିନିୟରିଂ ଡିଗ୍ରୀଧାରି ଶ୍ରୀ ନାୟକ ସକ୍ରିୟ ରାଜନୀତିରେ ପ୍ରବେଶ କରି ୨୦୧୪ରେ ନୀଳଗିରି ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ଟିକଟରୁ ପ୍ରାର୍ଥୀ ହୋଇ ବିଧାୟକ ଆସନ ଅଳଙ୍କୃତ କରିଥିଲେ। ତାଙ୍କ ନେତୃତ୍ୱରେ ନୀଳଗିରି ମାଟିରେ ବିଜୁଜନତା ଦଳ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟୀ ହୋଇଥିଲା। ପରେ ୨୦୧୯ ନିର୍ବାଚନରେ ବିଜେଡ଼ିର ଅନ୍ତରକନ୍ଦଳ ପାଇଁ ବିଜେଡ଼ି ଛାଡି ଭାଜପାରେ ଯୋଗ ଦେଇଥିଲେ। ମାତ୍ର ତାଙ୍କର କର୍ମନିଷ୍ଠା ଏବଂ ସମର୍ପିତ ଜନସେବା ମନୋଭାବ ପାଇଁ ପୁନର୍ବାର ନୀଳଗିରିବାସୀଙ୍କ ଭଲପାଇବାରେ ଦିତୀୟ ଥର ପାଇଁ ନୀଳଗିରି ଆସନରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ। ତେବେ ଆଗାମୀ ସାଧାରଣ ନିର୍ବାଚନରେ ରାଜନୈତିକ ଦୃଷ୍ୟପଟ ବଦଳିଥିଲା। ସୁକାନ୍ତ ନାୟକ ପୁନର୍ବାର ଘରବାହୁଡା ହୋଇଥିଲେ। ସେବେଠାରୁ ବିଜେଡ଼ି ଦଳର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ସକ୍ରିୟ ଭୂମିକା ଗ୍ରହଣ କରିଥିବା ବେଳେ ତାଙ୍କ ଉପରେ ଆସ୍ଥା ରଖି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ନୀଳଗିରି ପାଇଁ ଟିକଟ ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ନୀଳଗିରି ସହିତ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ବପ୍ନକୁ ସାକାର କରିବା ପାଇଁ ଗୁଣ୍ଡୁଚି ମୂଷା ସଦୃଶ୍ୟ ତାଙ୍କର ଅବଦାନ ରହିବ ବୋଲି ଗଣମାଧ୍ୟମକୁ ସାକ୍ଷାତକାରରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତାଙ୍କ ପ୍ରତିଥିବା ଆସ୍ଥା ଓ ବିଶ୍ୱାସକୁ ଅତୁଟ ରଖିବା ତାଙ୍କର ପ୍ରାଥମିକତା ହେବା ସହିତ ସମ୍ମିଳିତ ଉଦ୍ୟମରେ ନୀଳଗିରି ର୍ନିବାଚନ ମଣ୍ଡଳୀର ସାମୁହିକ ବିକାଶ କରିବା ତାଙ୍କର ପ୍ରାଥମିକତା ହେବ ବୋଲି କହିଛନ୍ତି। ଟିକଟ ଘୋଷଣା ହେବା ପରେ ଶହଶହ ସଂଖ୍ୟାରେ ତାଙ୍କର ଶୁଭେଚ୍ଛୁ ବିଧାୟକଙ୍କ କାର୍ଯ୍ୟଳୟରେ ପହଞ୍ଚି ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିବା ସହିତ ନବୀନ ପଟ୍ଟନାୟକଙ୍କ ଜୟ ଧ୍ୱନି ଦେଇ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ପରେ ଶ୍ରୀଯୁକ୍ତ ନାୟକ ଏକ ଶୋଭାଯାତ୍ରାରେ ଯାଇ ମା ମଙ୍ଗଳାଙ୍କ ଦର୍ଶନ କରିବା ସହିତ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଜଗନ୍ନାଥଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ଦିବସ ଯେତିକି ପାଖେଇ ଆସୁଛି, ଅନୁରୂପ ଭାବେ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ଜୋର୍‌ ଧରିବାରେ ଲାଗିଛି। ବରଗଡ଼...

ରୋଡ୍‌ ଶୋ’ ଅଧାରୁ ଚାଲିଗଲେ ହେମାମାଳିନୀ

କଟକ ସଦର, ୧୭ା୫(ସୁଶାନ୍ତ କୁମାର ଜେନା)- କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗରଠାରେ ଭାଜପା ପକ୍ଷରୁ ରୋଡ୍‌ ଶୋ’ ସହିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା।...

ଶନିବାର ଓଡ଼ିଶା ଆସିବେ ସଚିନ ପାଇଲଟ୍‌

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର...

ସାଙ୍ଗ ହୋଇ ବ୍ରାହ୍ମଣୀ ଗାଁ ବାହାରିଥିଲେ, ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ; ଅନ୍ୟ ଜଣେ…

ବ୍ରାହ୍ମଣୀଗାଁ,୧୭।୫( ମନୋରଞ୍ଜନ ରଣା ): ଗଜପତି – କନ୍ଧମାଳ ଜିଲା ସୀମାନ୍ତ ତିଆରି ଗାଁ ନିକଟରେ ଶୁକ୍ରବାର ଏକ ବାଇକ ଦୁର୍ଘଟଣା ଘଟିଛି l ଏହି...

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

ଭାଜପାରେ ମିଶିବାର ୧୫ ମିନିଟ୍‌ ନ ହେଉଣୁ ବିଜେଡିକୁ ଫେରିଲେ ନେତା-କର୍ମୀ; କହିଲେ ‘ଭୁଲ୍‌ ବୁଝି ପାରି…’

କେନ୍ଦୁଝର,୧୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ଜିଲା କାର୍ଯ୍ୟଳୟଠାରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏବଂ ରାଜସ୍ଥାନରୁ ରାଜ୍ୟସଭା ଏମ୍‌ପି...

୩ନଂ ଜୋନରେ ବିଜେଡିର ପ୍ରଚାର

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ତରଫରୁ ଶୁକ୍ରବାର ୩ନଂ ଜୋନରେ ନିର୍ବାଚନୀ ପ୍ରଚାର ହୋଇଛି। କର୍ମୀ ଏବଂ ସମର୍ଥକ ବେଲବାହାଳି...

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ। ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri