କଲେଜ ନିର୍ବାଚନ ପରେ ସୁଜାତାଙ୍କ ବଡ଼ ବୟାନ, ରମାଦେବୀରେ…

ଭୁବନେଶ୍ୱର,୧୭।୧୦: ଭାରତରେ ତ୍ରିରଙ୍ଗା ଉଡ଼ାଇବା ଏକ ଗଣତାନ୍ତ୍ରିକ ଅଧିକାର ଏବଂ ଏହା କୌଣସି ଅପରାଧ ନୁହେଁ ବୋଲି ବିଜୁ ଜନତା ଦଳ (BJD) ନେତ୍ରୀ ସୁଜାତା ରାଉତ ଆଜି ଗଣମାଧ୍ୟମକୁ କହିଛନ୍ତି। ଏହାସହ ସାରା ଭାରତରେ ଚାଲିଥିବା ଅହିଂସା ତଥା ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ତାଙ୍କ ଦଳ ପୂର୍ଣ୍ଣ ସମର୍ଥନ କରୁଛି ବୋଲି ସେ ପ୍ରକାଶ କରିଛନ୍ତି। ଭୁବନେଶ୍ୱରରେ ସାମ୍ୱାଦିକମାନଙ୍କୁ ସମ୍ୱୋଧିତ କରି ସେ କହିଛନ୍ତି ଯେ ବିଜେଡି ସର୍ୱଦା ଗଣତାନ୍ତ୍ରିକ ଅସନ୍ତୋଷ ପ୍ରକାଶ ଏବଂ ବିଶେଷ କରି ଯୁବପିଢ଼ିଙ୍କ ନେତୃତ୍ୱରେ ହେଉଥିବା ଆନ୍ଦୋଳନ ସପକ୍ଷରେ ରହିଛି।

ସୁଜାତା ରାଉତ କହିଛନ୍ତି, “ବିଜେଡି ସର୍ୱଦା Gen Z (ଯୁବପିଢ଼ି) ସହିତ ଛିଡ଼ା ହୋଇଛି। ମୋ ମତରେ ଭାରତରେ ତ୍ରିରଙ୍ଗା ଉଡ଼ାଇବା କିମ୍ୱା ଲହରାଇବା ଆଦୌ ଅପରାଧ ନୁହେଁ। ତେଣୁ ଯେକୌଣସି ଶାନ୍ତିପୂର୍ଣ୍ଣ ଏବଂ ଅହିଂସ ଆନ୍ଦୋଳନକୁ ଆମେ ଦୃଢ଼ ସମର୍ଥନ କରୁଛୁ।”

ଯୁବକମାନଙ୍କ ନେତୃତ୍ୱରେ ଚାଲିଥିବା ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ସମ୍ୱିଧାନସମ୍ମତ ଅଧିକାର, ଶାନ୍ତିପୂର୍ଣ୍ଣ ସଭା-ସମିତି ଏବଂ ଯୁବପିଢ଼ିଙ୍କ ସହ ସକାରାତ୍ମକ ଭାବେ ଯୋଡ଼ି ହେବା ନେଇ ଆଞ୍ଚଳିକ ଦଳ ବିଜେଡି ନିଜର ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇଛି।

ନିକଟରେ ଅନୁଷ୍ଠିତ ହୋଇଥିବା କଲେଜ ଛାତ୍ର ସଂସଦ ନିର୍ୱାଚନ ପାଇଁ ସୁଜାତା ଓଡ଼ିଶାର ସମସ୍ତ ଛାତ୍ର ସମାଜକୁ ଅଭିନନ୍ଦନ ଜଣାଇଛନ୍ତି। ଶାସକ ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ଭୟଭୀତ କରିବା ଏବଂ ପ୍ରଶାସନିକ କଳର ଅପବ୍ୟବହାର କରାଯିବା ସତ୍ତ୍ୱେ, ଦଳର ଛାତ୍ର ସଂଗଠନ ବିଜୁ ଛାତ୍ର ଜନତା ଦଳ (BCJD) ପ୍ରାୟ ୭୦ ପ୍ରତିଶତ କଲେଜରେ ବିଜୟ ହାସଲ କରିଛି ବୋଲି ସେ ଦାବି କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ଭାଜପା ନେତୃତ୍ୱାଧୀନ ରାଜ୍ୟ ସରକାର ର୍ନିବାଚନରେ ଅସାଧୁ ଉପାୟ ଅବଲମ୍ୱନ କରିଥିଲେ ଏବଂ ପୋଲିସ ତଥା କଲେଜ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ଛାତ୍ର ନେତାମାନଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ।

ସେ କହିଛନ୍ତି, “କଲେଜ ର୍ନିବାଚନର ଉତ୍କୃଷ୍ଟ ଫଳାଫଳ ପାଇଁ ମୁଁ ଓଡ଼ିଶାର ସମସ୍ତ କଲେଜ ଛାତ୍ର ସମାଜକୁ ଶୁଭେଚ୍ଛା ଜଣାଉଛି। ବିଜୁ ଜନତା ଦଳ ସର୍ୱଦା ଓଡ଼ିଶାର ଯୁବପିଢି ଓ ଛାତ୍ରଛାତ୍ରୀଙ୍କ ସହ ଛିଡ଼ା ହୋଇଛି ଏବଂ ଆଗକୁ ମଧ୍ୟ ରହିବ। ଓଡ଼ିଶାରେ ଭାଜପା ସରକାରଙ୍କ ଦକ୍ଷତା ଓ ନିଷ୍ଠା ବିଷୟରେ ସମସ୍ତେ ଜାଣନ୍ତି। ନିକଟରେ ଶେଷ ହୋଇଥିବା ଛାତ୍ର ର୍ନିବାଚନରେ ସେମାନେ ନିମ୍ନ ସ୍ତରକୁ ଖସିଯାଇଥିଲେ। ହିଂସା, ବାହୁବଳ ଏବଂ ଅର୍ଥବଳର ବ୍ୟବହାର କରିଥିଲେ। କଲେଜ କର୍ତ୍ତୃପକ୍ଷ, ପୋଲିସ ଏବଂ ପ୍ରଶାସନ ମାଧ୍ୟମରେ BCJD ଛାତ୍ରନେତାଙ୍କୁ ଚାପରେ ରଖିବାକୁ ଚେଷ୍ଟା କରିଥିଲେ। ତଥାପି ଓଡ଼ିଶାର ୭୦% କଲେଜରେ BCJD ବିଜୟୀ ହୋଇଛି। ସତ୍ୟ ଏବଂ ଅହିଂସାର ସର୍ୱଦା ବିଜୟ ହୁଏ ବୋଲି ସେମାନେ ପ୍ରମାଣିତ କରିଛନ୍ତି… ଯୁବପିଢ଼ିଙ୍କ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ବଢ଼ୁଥିବା ଲୋକପ୍ରିୟତା ଭାଜପାକୁ ଭୟଭୀତ କରିଛି।”


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?