ନ୍ୟାୟ ନ ପାଇଲେ ଆତ୍ମାହୁତି

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଆମ ୫ବର୍ଷର ଝିଅକୁ ମାରିଦେଲେ। ତା’ ଆଖି, କିଡ୍‌ନୀ କାଢ଼ିନେଲେ। ଘଟଣାକୁ ୫ମାସ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ପୋଲିସ ଜାଣିଶୁଣି ଗିରଫ କରୁନାହିଁ। ଝିଅକୁ ନ୍ୟାୟ ନ ମିଳିବାରୁ ଆମେ ଆତ୍ମାହୁତି କରୁଛୁ ବୋଲି କହି ମଙ୍ଗଳବାର ବିଧାନସଭା ବାହାରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ନୟାଗଡ଼ ଜିଲା ଯଦୁପୁର ଅଞ୍ଚଳର ଦମ୍ପତି ଅଶୋକ ସାହୁ ଏବଂ ସୌଦାମିନୀ। ଉଚ୍ଚ ସୁରକ୍ଷା ବଳୟ ମଧ୍ୟରେ ବିଧାନସଭା ଶୀତ ଅଧିବେଶନ ଚାଲିଥିବାବେଳେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ ସମସ୍ତଙ୍କୁ ଚକିତ କରିଦେଇଛି। ତେବେ ଉପସ୍ଥିତ ପୋଲିସ ତତ୍‌କ୍ଷଣାତ୍‌ ଉଭୟଙ୍କୁ ଉଦ୍ଧାର କରିବା ସହ ସେମାନଙ୍କଠାରୁ କିରୋସିନ ଓ ଦିଆସିଲି ଜବତ କରିଛି। ପରେ ଉଭୟଙ୍କୁ ଛାଡ଼ି ଦିଆଯାଇଥିବାବେଳେ ଏକ ଷ୍ଟେଶନ ଡାଏରୀ ଏଣ୍ଟ୍ରି କରାଯାଇ ପୋଲିସ ତଦନ୍ତ ଜାରି ରଖିଛି ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁନ୍‌ ୧୪ରେ ଅଶୋକଙ୍କ ଝିଅ ପରୀ ଘର ନିକଟରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି କରିବା ପରେ କୌଣସି ପତ୍ତା ମିଳି ନ ଥିଲା। ଏନେଇ ଅଶୋକ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ। ନିଖୋଜର ୧୦ଦିନ ପରେ ପରୀର ମୃତଦେହ ଅଶୋକଙ୍କ ଘର ପଛପାର୍ଶ୍ୱ ଏକ ପୋଖରୀ ନିକଟରୁ ମିଳିଥିଲା। ଅତି ନିର୍ମମ ଭାବେ କୁନି ଝିଅଟିକୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା। ଅଳ୍ପ କିଛି ଖଣ୍ଡ ହାଡ଼କୁ ଛାଡ଼ିଦେଲେ ଶରୀରର ଅଧିକାଂଶ ଭାଗ ନଷ୍ଟ ହୋଇଯାଇଥିଲା। ଏମିତିକି ପରୀର ଅଙ୍ଗ ପ୍ରତ୍ୟଙ୍ଗ କାଢି ନିଆଯିବା ସହ କେମିକାଲ ପକାଇ ମୃତ ଶରୀରକୁ ନଷ୍ଟ କରାଯାଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ସଦରଥାନା ପୋଲିସ ସେହିଦିନ ଏକ ହତ୍ୟା ମାମଲା(ନଂ.୯୮/୨୦୨୦) ରୁଜୁ କରିଥିଲା। ତେବେ ଉକ୍ତ ମାମଲାରେ ପୋଲିସ ଏଯାବତ୍‌ ହତ୍ୟାକାରୀଙ୍କୁ ଗିରଫ କରିପାରି ନାହିଁ। ଏନେଇ ବାରମ୍ବାର ସଦର ଥାନାରେ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏପରି କି ପରୀର ମାତାପିତା ଉପରିସ୍ଥ ପୋଲିସ ଅଧିକାରୀଙ୍କ ବାରଣ୍ଡା ମାଡ଼ିଥିଲେ ମଧ୍ୟ କେହି ତାଙ୍କ ଗୁହାରି ଶୁଣି ନ ଥିଲେ। ଅପରପକ୍ଷରେ ଅଭିଯୁକ୍ତମାନେ ତାଙ୍କୁ ଗାଁ ଛାଡ଼ି ପଳାଇବାକୁ ଧମକ ଦେଉଛନ୍ତି। ହତ୍ୟାକାଣ୍ଡ ପଛରେ ଅଙ୍ଗ, ପ୍ରତ୍ୟଙ୍ଗ ରାକେଟର ହାତ ଥିବା ନେଇ ମଧ୍ୟ ପରିବାର ପକ୍ଷରୁ ଅଭିଯୋଗ ସହ ସାଧାରଣରେ ଅନେକ ସନ୍ଦେହ ସୃଷ୍ଟି ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କ ଜଣେ ସହଯୋଗୀଙ୍କ ସମ୍ପୃକ୍ତି ଥିବାରୁ ପୋଲିସ ଜାଣି ଶୁଣି ତଦନ୍ତରେ ହେଳା କରୁଛି ବୋଲି ଦମ୍ପତି ଅଭିଯୋଗ କରିଛନ୍ତି। ଏନେଇ ମନ୍ତ୍ରୀ ଅରୁଣ ସାହୁଙ୍କୁ ପଚରାଯିବାରୁ ଏହି ଘଟଣା ସମ୍ପର୍କରେ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ଏନେଇ ଡିସିପି ଉମାଶଙ୍କର ଦାଶଙ୍କୁ ପଚାରିବାରେ ଉକ୍ତ ଦମ୍ପତି ସାଧାରଣ ଲୋକଙ୍କ ଯିବାଆସିବା ପାଇଁ ଉଦ୍ଦିଷ୍ଟ ରାସ୍ତାରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସେମାନଙ୍କୁ ଉଦ୍ଧାର କରାଯିବା ପରେ ଛାଡ଼ି ଦିଆଯାଇଛି ବୋଲି କହିଛନ୍ତି।

 

ଆଜି ବିବୃତି ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ)
ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ମଙ୍ଗଳବାର ବିଧାନସଭା ମୁଖ୍ୟ ଫାଟକ ଆଗରେ ନୟାଗଡ଼ ଜିଲା ଯଦୁପୁର ଅଞ୍ଚଳର ଏକ ଦମ୍ପତି ଆତ୍ମାହୁତି ଉଦ୍ୟମ କରିଛନ୍ତି। ୫ବର୍ଷର ଝିଅକୁ ହତ୍ୟା କରାଯିବା ଘଟଣାରେ ଅଭିଯୁକ୍ତଙ୍କୁ ମନ୍ତ୍ରୀ ଅରୁଣ କୁମାର ସାହୁ ସୁରକ୍ଷା ଦେଉଥିବା ଉକ୍ତ ଦମ୍ପତି ଅଭିଯୋଗ କରିବା ପରେ ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଛି।
ଏହାକୁ ନେଇ ଅପରାହ୍ନ ଅଧିବେଶନରେ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବିରୋଧୀଙ୍କ ପ୍ରବଳ ବିରୋଧ ପରେ ବାଚସ୍ପତି ଏହା ଉପରେ ରୁଲିଂ ଦେଇଥିଲେ। ବୁଧବାର ଏହି ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।
ବିରୋଧୀ ଦଳ ୪ଟି ପ୍ରସଙ୍ଗ ଗୃହରେ ଉଠାଇଥିଲେ। ବିଧାନସଭା ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା, କିରୋସିନ ଢାଳି ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ, ପରୀ ହତ୍ୟାକାଣ୍ଡ ଓ ଜଣେ ମନ୍ତ୍ରୀଙ୍କ ନାମ ଏଥିରେ ରହିଛି। ଏହି ୪ଟିଯାକ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ବିସ୍ତୃତ ବିବରଣୀ ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗୃହରେ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ବିଧାନସଭା ସମ୍ମୁଖରେ ନୟାଗଡ଼ ଜିଲାର ଏକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ଝିଅର ମୃତ୍ୟୁ ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇନାହିଁ। ବିଧାନସଭାରେ ଆଇନ ଶୃଙ୍ଖଳା ଆଲୋଚନା ଚାଲିଥିବାବେଳେ ବାହାରେ ଏଭଳି ଘଟଣା ଘଟୁଛି। ମୁଖ୍ୟମନ୍ତ୍ରୀ ଏହା ଉପରେ ବିବୃତି ରଖିବାକୁ ସେ ଦାବି କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭାର ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ। ବିଧାୟକମାନେ ଆଉ ସୁରକ୍ଷିତ ନୁହନ୍ତି। ବିଧାନସଭା ଭିତରେ ବିଧାୟକମାନେ ଶିଳ୍ପପତି, ଖଣି ମାଲିକ, ସରକାର ତଥା ଅଫିସରଙ୍କ ବିରୋଧରେ ବି କହୁଛନ୍ତି। ତେବେ ଗାଡ଼ିରେ ଗଲାବେଳେ ଯଦି କିଏ ବୋମା ପକାଇଲା, ତେବେ କ’ଣ ହେବ ବୋଲି ସେ ପ୍ରଶ୍ନ କରିଥିଲେ। ବିଧାୟକମାନଙ୍କୁ ସରପଞ୍ଚ ପାହ୍ୟାକୁ ଖସାଇ ଆଣିବା ପାଇଁ ସରକାର ଉଦ୍ୟମ କରୁଥିବା ଭାଜପା ବିଧାୟକ ବିଷ୍ଣୁ ସେଠୀ କହିଥିଲେ। ବିଧାନସଭା ସମ୍ମୁଖରେ ଯେଉଁ ଘଟଣା ଘଟିଲା, ସେହିଭଳି ଯଦି ମାଓବାଦୀ କି ଆତଙ୍କବାଦୀମାନେ ବୋମା ନେଇ ଆସି ପହଞ୍ଚତ୍ବେ ତେବେ କ’ଣ ହେବ ବୋଲି ସେ ପ୍ରଶ୍ନ କରିଥିଲେ। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ଭାଜପା ସଦସ୍ୟ ବିଷ୍ଣୁ ସେଠୀ ଓ ମୋହନ ମାଝି ପ୍ରମୁଖ ୪୦ମିନିଟରୁ ଊର୍ଦ୍ଧ୍ୱ ସମୟ ଧରି ୪ଟି ପ୍ରସଙ୍ଗ ଉପରେ ସରକାରଙ୍କ ବିବୃତି ଦାବି କରିଥିଲେ। ପ୍ରକାଶ ଯେ, ଗତ ମୌସୁମୀ ଅଧିବେଶନ ଚାଲିଥିବାବେଳେ ବିଧାନସଭା ଆଗରେ ନୟାଗଡ଼ ଅଞ୍ଚଳର ଜଣେ ଯୁବକ ତାଙ୍କ ମା’ ବେକରେ ଛୁରି ଲଗାଇ ମାରିବାକୁ ଚେଷ୍ଟା କରିଥିଲେ। ଏହାକୁ ଦେଖି ପୋଲିସ କୌଶଳକ୍ରମେ ମା’ଙ୍କୁ ରକ୍ଷା କରିପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri