ନ୍ୟାୟ ନ ପାଇଲେ ଆତ୍ମାହୁତି

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଆମ ୫ବର୍ଷର ଝିଅକୁ ମାରିଦେଲେ। ତା’ ଆଖି, କିଡ୍‌ନୀ କାଢ଼ିନେଲେ। ଘଟଣାକୁ ୫ମାସ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ପୋଲିସ ଜାଣିଶୁଣି ଗିରଫ କରୁନାହିଁ। ଝିଅକୁ ନ୍ୟାୟ ନ ମିଳିବାରୁ ଆମେ ଆତ୍ମାହୁତି କରୁଛୁ ବୋଲି କହି ମଙ୍ଗଳବାର ବିଧାନସଭା ବାହାରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ନୟାଗଡ଼ ଜିଲା ଯଦୁପୁର ଅଞ୍ଚଳର ଦମ୍ପତି ଅଶୋକ ସାହୁ ଏବଂ ସୌଦାମିନୀ। ଉଚ୍ଚ ସୁରକ୍ଷା ବଳୟ ମଧ୍ୟରେ ବିଧାନସଭା ଶୀତ ଅଧିବେଶନ ଚାଲିଥିବାବେଳେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ ସମସ୍ତଙ୍କୁ ଚକିତ କରିଦେଇଛି। ତେବେ ଉପସ୍ଥିତ ପୋଲିସ ତତ୍‌କ୍ଷଣାତ୍‌ ଉଭୟଙ୍କୁ ଉଦ୍ଧାର କରିବା ସହ ସେମାନଙ୍କଠାରୁ କିରୋସିନ ଓ ଦିଆସିଲି ଜବତ କରିଛି। ପରେ ଉଭୟଙ୍କୁ ଛାଡ଼ି ଦିଆଯାଇଥିବାବେଳେ ଏକ ଷ୍ଟେଶନ ଡାଏରୀ ଏଣ୍ଟ୍ରି କରାଯାଇ ପୋଲିସ ତଦନ୍ତ ଜାରି ରଖିଛି ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁନ୍‌ ୧୪ରେ ଅଶୋକଙ୍କ ଝିଅ ପରୀ ଘର ନିକଟରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି କରିବା ପରେ କୌଣସି ପତ୍ତା ମିଳି ନ ଥିଲା। ଏନେଇ ଅଶୋକ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ। ନିଖୋଜର ୧୦ଦିନ ପରେ ପରୀର ମୃତଦେହ ଅଶୋକଙ୍କ ଘର ପଛପାର୍ଶ୍ୱ ଏକ ପୋଖରୀ ନିକଟରୁ ମିଳିଥିଲା। ଅତି ନିର୍ମମ ଭାବେ କୁନି ଝିଅଟିକୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା। ଅଳ୍ପ କିଛି ଖଣ୍ଡ ହାଡ଼କୁ ଛାଡ଼ିଦେଲେ ଶରୀରର ଅଧିକାଂଶ ଭାଗ ନଷ୍ଟ ହୋଇଯାଇଥିଲା। ଏମିତିକି ପରୀର ଅଙ୍ଗ ପ୍ରତ୍ୟଙ୍ଗ କାଢି ନିଆଯିବା ସହ କେମିକାଲ ପକାଇ ମୃତ ଶରୀରକୁ ନଷ୍ଟ କରାଯାଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ସଦରଥାନା ପୋଲିସ ସେହିଦିନ ଏକ ହତ୍ୟା ମାମଲା(ନଂ.୯୮/୨୦୨୦) ରୁଜୁ କରିଥିଲା। ତେବେ ଉକ୍ତ ମାମଲାରେ ପୋଲିସ ଏଯାବତ୍‌ ହତ୍ୟାକାରୀଙ୍କୁ ଗିରଫ କରିପାରି ନାହିଁ। ଏନେଇ ବାରମ୍ବାର ସଦର ଥାନାରେ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏପରି କି ପରୀର ମାତାପିତା ଉପରିସ୍ଥ ପୋଲିସ ଅଧିକାରୀଙ୍କ ବାରଣ୍ଡା ମାଡ଼ିଥିଲେ ମଧ୍ୟ କେହି ତାଙ୍କ ଗୁହାରି ଶୁଣି ନ ଥିଲେ। ଅପରପକ୍ଷରେ ଅଭିଯୁକ୍ତମାନେ ତାଙ୍କୁ ଗାଁ ଛାଡ଼ି ପଳାଇବାକୁ ଧମକ ଦେଉଛନ୍ତି। ହତ୍ୟାକାଣ୍ଡ ପଛରେ ଅଙ୍ଗ, ପ୍ରତ୍ୟଙ୍ଗ ରାକେଟର ହାତ ଥିବା ନେଇ ମଧ୍ୟ ପରିବାର ପକ୍ଷରୁ ଅଭିଯୋଗ ସହ ସାଧାରଣରେ ଅନେକ ସନ୍ଦେହ ସୃଷ୍ଟି ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କ ଜଣେ ସହଯୋଗୀଙ୍କ ସମ୍ପୃକ୍ତି ଥିବାରୁ ପୋଲିସ ଜାଣି ଶୁଣି ତଦନ୍ତରେ ହେଳା କରୁଛି ବୋଲି ଦମ୍ପତି ଅଭିଯୋଗ କରିଛନ୍ତି। ଏନେଇ ମନ୍ତ୍ରୀ ଅରୁଣ ସାହୁଙ୍କୁ ପଚରାଯିବାରୁ ଏହି ଘଟଣା ସମ୍ପର୍କରେ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ଏନେଇ ଡିସିପି ଉମାଶଙ୍କର ଦାଶଙ୍କୁ ପଚାରିବାରେ ଉକ୍ତ ଦମ୍ପତି ସାଧାରଣ ଲୋକଙ୍କ ଯିବାଆସିବା ପାଇଁ ଉଦ୍ଦିଷ୍ଟ ରାସ୍ତାରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସେମାନଙ୍କୁ ଉଦ୍ଧାର କରାଯିବା ପରେ ଛାଡ଼ି ଦିଆଯାଇଛି ବୋଲି କହିଛନ୍ତି।

 

ଆଜି ବିବୃତି ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ)
ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ମଙ୍ଗଳବାର ବିଧାନସଭା ମୁଖ୍ୟ ଫାଟକ ଆଗରେ ନୟାଗଡ଼ ଜିଲା ଯଦୁପୁର ଅଞ୍ଚଳର ଏକ ଦମ୍ପତି ଆତ୍ମାହୁତି ଉଦ୍ୟମ କରିଛନ୍ତି। ୫ବର୍ଷର ଝିଅକୁ ହତ୍ୟା କରାଯିବା ଘଟଣାରେ ଅଭିଯୁକ୍ତଙ୍କୁ ମନ୍ତ୍ରୀ ଅରୁଣ କୁମାର ସାହୁ ସୁରକ୍ଷା ଦେଉଥିବା ଉକ୍ତ ଦମ୍ପତି ଅଭିଯୋଗ କରିବା ପରେ ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଛି।
ଏହାକୁ ନେଇ ଅପରାହ୍ନ ଅଧିବେଶନରେ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବିରୋଧୀଙ୍କ ପ୍ରବଳ ବିରୋଧ ପରେ ବାଚସ୍ପତି ଏହା ଉପରେ ରୁଲିଂ ଦେଇଥିଲେ। ବୁଧବାର ଏହି ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।
ବିରୋଧୀ ଦଳ ୪ଟି ପ୍ରସଙ୍ଗ ଗୃହରେ ଉଠାଇଥିଲେ। ବିଧାନସଭା ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା, କିରୋସିନ ଢାଳି ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ, ପରୀ ହତ୍ୟାକାଣ୍ଡ ଓ ଜଣେ ମନ୍ତ୍ରୀଙ୍କ ନାମ ଏଥିରେ ରହିଛି। ଏହି ୪ଟିଯାକ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ବିସ୍ତୃତ ବିବରଣୀ ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗୃହରେ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ବିଧାନସଭା ସମ୍ମୁଖରେ ନୟାଗଡ଼ ଜିଲାର ଏକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ଝିଅର ମୃତ୍ୟୁ ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇନାହିଁ। ବିଧାନସଭାରେ ଆଇନ ଶୃଙ୍ଖଳା ଆଲୋଚନା ଚାଲିଥିବାବେଳେ ବାହାରେ ଏଭଳି ଘଟଣା ଘଟୁଛି। ମୁଖ୍ୟମନ୍ତ୍ରୀ ଏହା ଉପରେ ବିବୃତି ରଖିବାକୁ ସେ ଦାବି କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭାର ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ। ବିଧାୟକମାନେ ଆଉ ସୁରକ୍ଷିତ ନୁହନ୍ତି। ବିଧାନସଭା ଭିତରେ ବିଧାୟକମାନେ ଶିଳ୍ପପତି, ଖଣି ମାଲିକ, ସରକାର ତଥା ଅଫିସରଙ୍କ ବିରୋଧରେ ବି କହୁଛନ୍ତି। ତେବେ ଗାଡ଼ିରେ ଗଲାବେଳେ ଯଦି କିଏ ବୋମା ପକାଇଲା, ତେବେ କ’ଣ ହେବ ବୋଲି ସେ ପ୍ରଶ୍ନ କରିଥିଲେ। ବିଧାୟକମାନଙ୍କୁ ସରପଞ୍ଚ ପାହ୍ୟାକୁ ଖସାଇ ଆଣିବା ପାଇଁ ସରକାର ଉଦ୍ୟମ କରୁଥିବା ଭାଜପା ବିଧାୟକ ବିଷ୍ଣୁ ସେଠୀ କହିଥିଲେ। ବିଧାନସଭା ସମ୍ମୁଖରେ ଯେଉଁ ଘଟଣା ଘଟିଲା, ସେହିଭଳି ଯଦି ମାଓବାଦୀ କି ଆତଙ୍କବାଦୀମାନେ ବୋମା ନେଇ ଆସି ପହଞ୍ଚତ୍ବେ ତେବେ କ’ଣ ହେବ ବୋଲି ସେ ପ୍ରଶ୍ନ କରିଥିଲେ। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ଭାଜପା ସଦସ୍ୟ ବିଷ୍ଣୁ ସେଠୀ ଓ ମୋହନ ମାଝି ପ୍ରମୁଖ ୪୦ମିନିଟରୁ ଊର୍ଦ୍ଧ୍ୱ ସମୟ ଧରି ୪ଟି ପ୍ରସଙ୍ଗ ଉପରେ ସରକାରଙ୍କ ବିବୃତି ଦାବି କରିଥିଲେ। ପ୍ରକାଶ ଯେ, ଗତ ମୌସୁମୀ ଅଧିବେଶନ ଚାଲିଥିବାବେଳେ ବିଧାନସଭା ଆଗରେ ନୟାଗଡ଼ ଅଞ୍ଚଳର ଜଣେ ଯୁବକ ତାଙ୍କ ମା’ ବେକରେ ଛୁରି ଲଗାଇ ମାରିବାକୁ ଚେଷ୍ଟା କରିଥିଲେ। ଏହାକୁ ଦେଖି ପୋଲିସ କୌଶଳକ୍ରମେ ମା’ଙ୍କୁ ରକ୍ଷା କରିପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?