Posted inଜାତୀୟ

ପପ୍ପନ ସିଂଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୫।୮: କୋଭିଡ୍‌ ଲକ୍‌ଡାଉନ ବେଳେ ପ୍ରବାସୀ ଶ୍ରମିକମାନଙ୍କୁ ବିମାନରେ ସେମାନଙ୍କ ଘରକୁ ପଠାଇ ଚର୍ଚ୍ଚିତ ହୋଇଥିବା ନୂଆଦିଲ୍ଲୀର ଜଣାଶୁଣା ଛତୁଚାଷୀ ପପ୍ପନ ସିଂ ଗେହଲଟ ଆତ୍ମହତ୍ୟା କରିଛନ୍ତି। ଦିଲ୍ଲୀର ଆଲିପୋର ଅଞ୍ଚଳରେ ନିଜ ଘର ସମ୍ମୁଖରେ ଥିବା ମନ୍ଦିର ସିଲିଂରୁ ତାଙ୍କର ଝୁଲନ୍ତା ମୃତଦେହ ବୁଧବାର ମିଳିଛି। ସେଠାରୁ ପୋଲିସ ଏକ ସୁଇସାଇଡ୍‌ ନୋଟ ଜବତ କରିଛି। ତାଙ୍କ ଆତ୍ମହତ୍ୟା ପାଇଁ ଅସୁସ୍ଥତା ଦାୟୀ ବୋଲି ସେଥିରେ ଉଲ୍ଲେଖ ରହିଛି। ୨୦୨୦ ମାର୍ଚ୍ଚରୁ ଦେଶରେ ଲକ୍‌ଡାଉନ ଘୋଷଣା ହେବା ପରେ ହଜାର ହଜାର ପ୍ରବାସୀ ଶ୍ରମିକ ଘରକୁ ଫେରିବା ଲାଗି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେହି ସମୟରେ ପପ୍ପନ ତାଙ୍କ କ୍ଷେତରେ କାମ କରୁଥିବା ଶ୍ରମିକମାନଙ୍କୁ ସେମାନଙ୍କ ବାସସ୍ଥାନ ବିହାର ପଠାଇବା ଲାଗି ବିମାନ ଟିକେଟ କିଣିଦେଇଥିଲେ। କୋଭିଡ୍‌ ସ୍ଥିତିରେ ସୁଧାର ଆସିବା ପରେ ସେ ପୁଣିଥରେ ବିମାନ ଯୋଗେ ଶ୍ରମିକମାନଙ୍କୁ ଫେରାଇ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ,୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟୁଇଟର ଆକାଉଣ୍ଟକୁ ହ୍ୟାକ୍‌ କରାଯାଇଥିବା ଜଣାପଡିଛି। ଆକାଉଣ୍ଟ ହ୍ୟାକ କରିବା ପରେ ହ୍ୟାକର୍ସମାନେ ବିଟକଏନ ଦାବି କରିଥିଲେ। ପିଏମ୍‌...

ବିଗୁଡୁଛି ଉନ୍ନାଓ ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୬।୮: ଉନ୍ନାଓ ବଳାତ୍କାର ପୀଡିତା ଏବେ ଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ର ଟ୍ରମା ସେଣ୍ଟରରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା...

ପ୍ରତିଘରୁ ହଟିବ ଚାଇନା ମିଟର

ଲକ୍ଷ୍ନୌ, ୨୩।୬: ଚାଇନା ସହିତ ଲଢ଼େଇରେ ଏବେ କେନ୍ଦ୍ର ସରକାରଙ୍କ ସହିତ ଗୋଟିଏ ପରେ ଗୋଟିଏ ରାଜ୍ୟ ସରକାର ସାମିଲ ହେବାରେ ଲାଗିଛନ୍ତି। ଏହି ମର୍ମରେ...

ଗୁଜରାଟରେ ଦେଖାଦେଲାଣି ମର୍ଚରି ଭ୍ୟାନର ଅଭାବ

ଅହମ୍ମଦାବାଦ, ୧୩ା୪- କୋଭିଡ୍‌ର ଦ୍ୱିତୀୟ ଲହର ଯୋଗୁ ବିଭିନ୍ନ ରାଜ୍ୟର ସରକାରୀ ମେଡିକାଲରେ ଦେଖିବାକୁ ମିଳୁଛି ଗଦା ଗଦା ମୃତଦେହ। କେଉଁଠାରେ ମର୍ଚରିରେ ଯାଗା ନାହିଁ...

ଗଣବଳାତ୍କାର ଅଭିଯୁକ୍ତଙ୍କୁ ଗୁଳି କଲା ପୋଲିସ

ବେଙ୍ଗାଲୁରୁ,୨।୬ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ବାଂଲାଦେଶୀ ମହିଳାଙ୍କୁ ଗଣବଳାତ୍କାର ଓ ନିର୍ଯାତନା ମାମଲାର ଆଉ ଜଣେ ଅଭିଯୁକ୍ତ ପୋଲିସ ଗୁଳିରେ ଆହତ ହୋଇଛନ୍ତି। ଗିରଫ...

ହସ୍ପିଟାଲରେ ଅକ୍ସିଜେନ୍‌ ଲିକ୍‌…

ନାସିକ୍‌,୨୧।୪: ଦେଶରେ କରୋନା ଲଢ଼େଇ ଜାରି ରହିଥିବାବେଳେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି। ଏପରିସ୍ଥଳେ ମହାରାଷ୍ଟ୍ର ନାସିକ୍‌ର ଡ.ଜାକିର ହୁସେନ୍‌ ହସ୍ପିଟାଲରେ ଅକ୍ସିଜେନ୍‌...

ଆଇଏନ୍‌ଏସ୍‌ ଭାଗଶୀର ଲୋକାର୍ପିତ…

ମୁମ୍ବାଇ, ୨୦।୪ : ଭାରତୀୟ ନୌସେନାର ମଜାଗାଓଁ ଡକ ଶିପବିଲ୍ଡର୍ସ ଲିମିଟେଡ ଦ୍ୱାରା ନିର୍ମିତ ପ୍ରୋଜେକ୍ଟ -୭୫ ର ଷଷ୍ଠ ସ୍କୋର୍ପିନ ଶ୍ରେଣୀର ବୁଡ଼ାଜାହାଜ ଆଇଏନ୍‌ଏସ୍‌...

ଲୋକଙ୍କ ପାଖକୁ ଯାଅ

ନୂଆଦିଲ୍ଲୀ,୮।୧୧: ଭାଜପା ସଦସ୍ୟମାନେ ସାଧାରଣ ଜନତାଙ୍କ ପାଖକୁ ଯାଆନ୍ତୁ। ସେମାନେ ଦଳ ଓ ଲୋକଙ୍କ ମଧ୍ୟରେ ବିଶ୍ୱାସର ସେତୁବନ୍ଧ ସାଜନ୍ତୁ ବୋଲି ରବିବାର ନୂଆଦିଲ୍ଲୀରେ ଅନୁଷ୍ଠିତ...

Advertisement
Archives

Model This Week