ଆତ୍ମହତ୍ୟା ସ୍ପଷ୍ଟ, କାରଣ ଖୋଜିପାଉନି ପୋଲିସ

ଭୁବନେଶ୍ୱର,୧୨।୮(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡ୍‌ସ୍ଥିତ ଦୀପାଳି ହୋଟେଲ ଆଣ୍ଡ୍‌ ବାର୍‌ରେ ଯୁକ୍ତ୨ ଛାତ୍ରୀ ଭଦ୍ରକର ଶୁଭଲକ୍ଷ୍ମୀ ସାହୁ (୧୮)ଙ୍କ ଆତ୍ମହତ୍ୟା ଘଟଣାକୁ ଶୁକ୍ରବାର ସପ୍ତାହେ ପୂରିଛି। ହେଲେ ଶୁଭଲକ୍ଷ୍ମୀ କେଉଁ କାରଣରୁ ଏଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ ତାହା ଏବେ ରହସ୍ୟ ଘେରରେ ରହିଛି। ସେପଟେ ଶୁଭଲକ୍ଷ୍ମୀ ଏମ୍‌ଏମ୍‌ଏମ୍‌ଏସ୍‌ ପାଇଁ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରି ଆତ୍ମହତ୍ୟାର ପ୍ରକୃତ କାରଣ ଖୋଜିବାକୁ ପ୍ରୟାସ ଜାରି ରଖିଛି। ଏଭଳିସ୍ଥିତିରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ବ୍ୟବଚ୍ଛେଦ ରିପୋର୍ଟ ଓ ପ୍ରାଥମିକ ତଦନ୍ତରୁ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ତେବେ ସେ କେଉଁ ପରିସ୍ଥିତିରେ ଏଭଳି ନିଷ୍ପତ୍ତି ନେଲେ ଏବଂ ଏଥିପାଇଁ ଦାୟୀ କିଏ ଏନେଇ ତଦନ୍ତ ଚାଲୁରହିଛି। କୌଣସି ଭାଇରାଲ୍‌ ଭିଡିଓ ଏପର୍ଯ୍ୟନ୍ତ ଆମେ ପାଇନାହୁଁ। ଯଦି ସେଭଳି କିଛି ଭିଡିଓ ମିଳେ, ତେବେ ଆତ୍ମହତ୍ୟା ସହ ଏହାର କିଛି ଲିଙ୍କ୍‌ ଅଛି କି ନାହିଁ ସେ ନେଇ ତଦନ୍ତ କରାଯିବ ବୋଲି ଡିସିପି ସିଂ କହିଛନ୍ତି। ଅପରପକ୍ଷରେ ପୋଲିସ ଶୁଭଲକ୍ଷ୍ମୀଙ୍କ ପୁରୁଷ ବନ୍ଧୁ ଅନିଲ ଓ ପୂର୍ବତନ ପୁରୁଷବନ୍ଧୁ ସଞ୍ଜୟଙ୍କୁ ଜେରା କରି ବହୁ ତଥ୍ୟ ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ଶୁଭଲକ୍ଷ୍ମୀ କିଛି ମାସ ପୂର୍ବରୁ ସଞ୍ଜୟଙ୍କ ସହ ସମ୍ପର୍କ ତୁଟାଇ ଅନିଲଙ୍କ ସହ ଯୋଡ଼ି ହେବା ପରେ ଘଟଣା ଭିନ୍ନ ମୋଡ଼ ନେଇଥିଲା। ସଞ୍ଜୟ ଓ ଶୁଭଲକ୍ଷ୍ମୀଙ୍କ ସମ୍ପର୍କରେ ଅଧିକ ତିକ୍ତତା ସୃଷ୍ଟି ହୋଇଥିଲା। ଏହି ଝଗଡ଼ା ପାଇଁ ଶୁଭଲକ୍ଷ୍ମୀ ଏଭଳି ଚରମ ନିଷ୍ପତ୍ତି ନେଲେ ବୋଲି ସୂଚନା ମିଳିଛି। ଏପଟେ ପୋଲିସ ପୁରୁଷବନ୍ଧୁ ଅନିଲଙ୍କ ମୋବାଇଲ ଜବତ କରି ତାହାକୁ ଅଧିକ ଯାଞ୍ଚ ଚଳାଇଛି। ଶୁଭଲକ୍ଷ୍ମୀଙ୍କ ଆତ୍ମହତ୍ୟା ପଛରେ ଅନିଲଙ୍କ ପାଖରେ ଅନେକ ତଥ୍ୟ ଥିବାରୁ ପୋଲିସ ଏଥିରୁ ଗୁମର ଖୋଲିବା ପାଇଁ ପ୍ରୟାସ ଜାରି ରଖିଛି।
ସୂଚନାଯୋଗ୍ୟ, ଶୁଭଲକ୍ଷ୍ମୀ ଶୁକ୍ରବାର ବିଳମ୍ବିତ ରାତିରେ ଉକ୍ତ ହୋଟେଲକୁ ଆସି ଦ୍ୱିତୀୟ ମହଲାରେ ଥିବା ୨୦୫ ନମ୍ବର ରୁମ୍‌ରେ ରହିଥିଲେ। ହେଲେ ଶନିବାର କବାଟ ନ ଖୋଲିବାରୁ ହୋଟେଲ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା। ହୋଟେଲ ପକ୍ଷରୁ ଉକ୍ତ କବାଟ ଭଙ୍ଗାଯିବା ପରେ ଶୁଭଲକ୍ଷ୍ମୀ ଓଢଣି ଦ୍ୱାରା ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ମିଳିଥିଲା ବୋଲି ପୋଲିସକୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?