Posted inଫୁରସତ

ଆତ୍ମହତ୍ୟା, ହେଲେ କାହିଁକି???

ଦିନକୁ ଦିନ ବଢିବାରେ ଲାଗିଛି ଆତ୍ମହତ୍ୟା ଜନୀତ ମୃତ୍ୟୁ ସଂଖ୍ୟା। ବିଶେଷ କରି ଏଭଳି ମୃତ୍ୟୁ ଘଟଣାରେ ଯୁବ ବୟସ୍କଙ୍କ ସଂଖ୍ୟା ଅଧିକ ଥିବା ଅତ୍ୟନ୍ତ ପରିତାପର ବିଷୟ। ଏହି ଆତ୍ମହତ୍ୟା ପ୍ରବଣତା ଏକ ପ୍ରକାରର ମାନସିକ ବ୍ୟାଧି। ତେବେ କ’ଣ ଏହାର କାରଣ ଏବଂ କିପରି ଏହାର ନିରାକରଣ କରାଯାଇ ପାରିବ ତା’କୁ ନେଇ ଏଥରର ବିଶେଷ ଉପସ୍ଥାପନା…

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ଆତ୍ମହତ୍ୟା ହେଉଛି ଏକ ଜଣାଶୁଣା ଗୁରୁତର ସ୍ବାସ୍ଥ୍ୟ ସମସ୍ୟା। ତଥ୍ୟ ଅନୁଯାୟୀ, ବିଶ୍ୱର ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରନ୍ତି। ମାନସିକ ବିଷାଦ ଓ ମାନସିକ ରୋଗ ଆତ୍ମହତ୍ୟାର ପ୍ରମୁଖ କାରଣ।
ଆତ୍ମହତ୍ୟା ବା ସୁଇସାଇଡ୍‌ ୨ ପ୍ରକାର ହୋଇଥାଏ।
ଯଥା:
୧- ସୁଇସାଇଡ୍‌: ଯେକୌଣସି ଉପାୟରେ ନିଜେ ନିଜର ଜୀବନ ନେବା।
୨- ପାରା-ସୁଇସାଇଡ: ଅନ୍ୟକୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଇବା। ତଥ୍ୟ ଅନୁଯାୟୀ, ଆତ୍ମହତ୍ୟା ପ୍ରବଣତା ନାରୀମାନଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ଅଧିକ ଦେଖାଯାଏ।
ଆତ୍ମହତ୍ୟାର ମୁଖ୍ୟ କାରଣ:
୧. ମାନସିକ ରୋଗ ଓ ବିଷାଦ ରୋଗ: ଡିପ୍ରେସନ, ସ୍କିଜୋଫ୍ରେନିଆ, ଉନ୍ମାଦ ରୋଗ, ନିଶା ପ୍ରତି ଅତ୍ୟଧିକ ଆସକ୍ତ ବ୍ୟକ୍ତିମାନେ ଆତ୍ମହତ୍ୟା କରିବାକୁ ପଛେଇ ନଥା’ନ୍ତି। ବିଷାଦ ରୋଗ ରହିଲେ ବ୍ୟକ୍ତିର ମନ ଖରାପ ହେବା, କାମରେ ଅନାଗ୍ରହ ପ୍ରକାଶ କରିବା, ଏକା ରହିବା ଭଳି ଲକ୍ଷଣସବୁ ଦେଖାଯାଇଥାଏ। ବ୍ୟକ୍ତି ଏହି ରୋଗରେ ଧୀରେ ଧୀରେ ଆକ୍ରାନ୍ତ ହୋଇ ଆତ୍ମହତ୍ୟାକୁ ଆପଣାଇଥାଏ।
୨. ଛାନିଆ ରୋଗ: ଏହି ରୋଗରେ ରୋଗୀକୁ ବ୍ୟସ୍ତ ଲାଗିବା, ଛାତି ଧଡ଼ ଧଡ଼ ହେବା, ଶରୀରର ବିଭିନ୍ନ ଜାଗାରେ ଯନ୍ତ୍ରଣା ଆଦି ହୋଇଥାଏ। ଅନେକ ଚିକିତ୍ସା ସତ୍ତ୍ୱେ ରୋଗ ଭଲ ନ ହେଲେ ବ୍ୟକ୍ତିଟି ଶେଷରେ ଆତ୍ମହତ୍ୟା ପନ୍ଥା ଆପଣାଇଥାଏ।
୩. ସ୍କିଜୋଫ୍ରେନିଆ: ଏହି ରୋଗରେ ପୀଡ଼ିତ ହେଲେ ଅନ୍ୟକୁ ସନ୍ଦେହ କରିବା, ମନେମନେ କଥା ହେବା, ହସିବା ଏବଂ ମନରେ ଅତ୍ୟଧିକ ଡର ଆସିବା ଆଦି ଲକ୍ଷଣ ଦେଖା ଦେଇଥାଏ। ଫଳରେ ଜଣେ ଆତ୍ମହତ୍ୟା କରିଥାଏ।
୪. ଉନ୍ମାଦ ରୋଗ: ଏହି ରୋଗରେ ରୋଗୀ ଅତ୍ୟଧିକ ଫୂର୍ତ୍ତି ହେବା, ନିଜକୁ ବଡ଼ ଭାବିବା, ସବୁ କ୍ଷେତ୍ରରେ ଗଣ୍ଡଗୋଳ ଆଦି କରିବା, ନିଜକୁ କ୍ଷତି ପହଞ୍ଚାଇବା ଆଦି କରିଥାଏ। କରିଥାଏ। ଏମିତିକି କେବେ କେବେ ନିଜକୁ ମୃତ୍ୟୁ ମୁଖକୁ ପହଞ୍ଚାଇବାକୁ ବି ପଛାଇ ନ ଥାଏ।
୫. ନିଶାଦ୍ରବ୍ୟ: ନିଶାଦ୍ରବ୍ୟକୁ ବହୁଳ ମାତ୍ରାରେ ବ୍ୟବହାର କରି ନିଜ ଉପରୁ ନିଜ ଭାରସାମ୍ୟ ହରାଇ ନିଶାସକ୍ତ ବ୍ୟକ୍ତି ଆତ୍ମହତ୍ୟା କରିଥା’ନ୍ତି। ଉପରୋକ୍ତ କାରଣଗୁଡ଼ିକୁ ଛାଡ଼ିଦେଲେ ଯୁବାବସ୍ଥାରେ ଆତ୍ମହତ୍ୟାର ଆହୁରି ଅନେକ କାରଣ ରହିଛି। ସେଗୁଡ଼ିକ ହେଲା-
– ଦରକାରଠାରୁ ଅଧିକ ପାଇବା ପାଇଁ ଆଶା କରିବା।
– ପାରିବାରିକ ସମସ୍ୟା
– ପ୍ରେମରେ ବିଫଳତାକୁ ସହ୍ୟ ନ କରିପାରିବା
– ବୈବାହିକ ଜୀବନରେ ଅଶାନ୍ତି ଦେଖାଦେବା
– ଅତ୍ୟଧିକ ଋଣରେ ବୁଡ଼ି ରହିବା
– ପରୀକ୍ଷାରେ ବିଫଳତା
– ବେରୋଜଗାରି
– ଅନ୍ତରଙ୍ଗ ଲୋକଙ୍କ ବିୟୋଗକୁ ଗ୍ରହଣ କରି ନ ପାରିବା
– ଦରିଦ୍ରତା
– ମୋବାଇଲ୍‌ ବା ଇଣ୍ଟରନେଟ୍‌କୁ ବହୁଳମାତ୍ରାରେ ବ୍ୟବହାର କରି ଛୋଟ ପିଲା ଓ ଯୁବତୀଯୁବକମାନେ କ୍ରୋଧଶକ୍ତ ହେବାରୁ ଛୋଟଛୋଟ କଥାରେ ଆତ୍ମହତ୍ୟା କରିବା ପାଇଁ ପଛାଉନାହାନ୍ତି।
ନିରାକରଣ:
ବର୍ତ୍ତମାନ ଆତ୍ମହତ୍ୟାକୁ କିପରି ରୋକାଯାଇପାରିବ ତାହାହିଁ ସମାଜ ଆଗରେ ବଡ଼ ଆହ୍ବାନ। ଆତ୍ମହତ୍ୟା ପ୍ରବଣତା ପ୍ରତିକାର ଲାଗି ମାନସିକ ରୋଗୀମାନଙ୍କୁ ତାଙ୍କ ମନର କଥା ପରିପ୍ରକାଶ କରିବା ପାଇଁ ପ୍ରୋତ୍ସାହନ କରିବା ଦରକାର। ଥରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତି ପ୍ରତି ସର୍ବଦା ନିରୀକ୍ଷଣ କରିବା ଦରକାର। କାରଣ ସେ ପୁଣିଥରେ ଆତ୍ମହତ୍ୟା ଉଦ୍ୟମ କରିପାରେ। ପ୍ରାଥମିକ ଲକ୍ଷଣ ଯେପରିକି ଅନ୍ୟମାନଙ୍କ ସହ ମିଳାମିଶା ନ କରିବା, ଏକା ଏକା ରହିବା, ବେଶୀ କଥା ନ କହିବା, ଖାଇବା, ଶୋଇବା ଆଦି ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ ଆସିବା ଏହିସବୁ ଲକ୍ଷଣ ଯଦି କାହାଠାରେ ଦେଖୁଛନ୍ତି, ତେବେ ତାଙ୍କୁ ଭଲ ଭାବରେ ନିରୀକ୍ଷଣ କରିବା ଓ ତାଙ୍କୁ ମାନସିକ ବିଭାଗ ଡାକ୍ତରଙ୍କ ପରାମର୍ଶ କରାଇବା ଦରକାର। ଫଳରେ ଆତ୍ମହତ୍ୟାକୁ ରୋକାଯାଇପାରିବ। ଅଭିଭାବକମାନେ କିଶୋରୀକିଶୋରଙ୍କ ଚାଲିଚଳନ, ଆଚରଣରେ ପରିବର୍ତ୍ତନ ଓ ଇଣ୍ଟରନେଟ୍‌ ବା ମୋବାଇଲ୍‌ର ବହୁଳ ବ୍ୟବହାର ଦେଖିଲେ ସେଥିପ୍ରତି ସତର୍କ ରହିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ: ଉଚ୍ଛେଦ ଦାବିରେ ଶତାଧିକ ମହିଳା-ପୁରୁଷଙ୍କ ବିକ୍ଷୋଭ

ଅମରପାଲି, ୮।୧୦ (ପୀତାମ୍ବର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲିଆସୁଥିବା ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁଁ…

ଆମ୍ବୁଲାନ୍ସରେ ନିଆଁ ଲାଗିବା ଘଟଣା: ସାମ୍ନାକୁ ଆସିଲା ସତ, ସବୁ ବଖାଣିଲେ ଡ୍ରାଇଭର

ଉଦଳା,୧୦ା୧୦(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଅଗ୍ନିକାଣ୍ଡ ହେବା ପଛର ସତ ଆସିଲା ସାମ୍ନାକୁ। ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଏମଭିଆଇଙ୍କ ଆଗରେ ବଖାଣିଲେ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

ଚମତ୍କାର ରେକର୍ଡ କଲେ ତିଲକ ବର୍ମା: ଟି-୨୦ କ୍ରିକେଟ୍‌ରେ ପ୍ରଥମଥର କଲେ ଏମିତି କମାଲ

ନୂଆଦିଲ୍ଲୀ,୧୦।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଲକ ବର୍ମାଙ୍କ ବ୍ୟାଟ ପୁଣିଥରେ ଗର୍ଜିଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ରାଞ୍ଚିରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ସେ ମାତ୍ର ୧୮ଟି…

ବାଇକ୍ ଧକ୍କାରେ ବୃଦ୍ଧ ଗୁରୁତରଚିକିତ୍ସା ଦାବିରେ ରାସ୍ତାରୋକ

ଚିକିଟି, ୧୦/୦୯/୨୦୨୬ (ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ କେ. ନୂଆଗାଁ ଥାନା ଅଧୀନ ଚିକିଟି ଫାଣ୍ଡି ଅଞ୍ଚଳର ଓଳପୁର ଛକ ନିକଟରେ ଶନିବାର…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

ନବରଙ୍ଗପୁର, ୧୦/୧୦ (ସନ୍ତୋଷ ସନ୍ତୋଷ): ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଦୀପକମଲ ମହାପାତ୍ର ନାମକ…

ଅଭିଜିତ, ସୌରଭ, ଆଶୁତୋଷ ହେପାଜତରେ; ସେମାନଙ୍କୁ କେତେ ସମୟ ପର୍ଯ୍ୟନ୍ତ ଅଟକ ରଖାଯିବ? ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୦।୧୦: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବା ଏବଂ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବାକୁ ପହଞ୍ଚିଥିବା ‘କକରୋଚ ଜନତା ପାର୍ଟି’ର ନେତା…

ନାଗସାପ ସହ ରିଲ୍ସ କରିବାବେଳେ ମାରିଲା ଚୋଟ, ଚାଲିଗଲା ଯୁବକଙ୍କ ଜୀବନ

ପୁରୀ,୧୦ା୧୦(ଅଜିତ୍‌ କୁମାର ମହାନ୍ତି): ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?