୨୦୨୬ ପର୍ଯ୍ୟନ୍ତ ମିଳିବ ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ,୨୬।୬: ଜିଏସ୍‌ଟି କାଉନ୍‌ସିଲ ବୈଠକ ପୂର୍ବରୁ ସରକାରଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଉପରେ କ୍ଷତିପୂରଣ ସେସ୍‌ ଲଗାଇବା ସମୟସୀମାକୁ ପ୍ରାୟ ୪ ବର୍ଷ ବୃଦ୍ଧିକରି ୩୧ ମାର୍ଚ୍ଚ ୨୦୨୬ କରିଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଚଳିତ ବର୍ଷ ଜୁଲାଇ ୧ରୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଜିଏସ୍‌ଟି କ୍ଷତିପୂରଣ ସେସ୍‌ ଲଗାଇବା ଜାରି ରହିବ। ସୂଚନାଯୋଗ୍ୟ, ପୂର୍ବରୁ ଏହାର ସମୟସୀମା ଚଳିତ ମାସ ୩୦ ତାରିଖରେ ଶେଷ ହେବାକୁ ରହିଥିଲା। ଆସନ୍ତା ସପ୍ତାହରେ ହେବାକୁ ଥିବା ଜିଏସ୍‌ଟି କାଉନ୍‌ସିଲ ବୈଠକରେ ଏହାର ସମୟସୀମା ବଢ଼ାଇବା ନେଇ ନିଷ୍ପତ୍ତି ନିଆଯାଇଛି। କୋଭିଡ୍‌ ମହାମାରୀ ସମୟରେ ଗତ ୨ବର୍ଷ ପାଇଁ କରିଥିବା ଋଣର ପରିଶୋଧ ଲାଗି ଏହାର ସମୟସୀମାକୁ ବୃଦ୍ଧି କରାଯାଇଛି। ପୂର୍ବ ବର୍ଷ ଅନୁଷ୍ଠିତ ହୋଇଥିବା ଜିଏସ୍‌ଟି ପରିଷଦର ୪୫ ତମ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ, ରାଜ୍ୟଗୁଡ଼ିକର ବିଭିନ୍ନ କରକୁ ଭାଟ୍‌ ସହିତ ରାଷ୍ଟ୍ରୀୟ କର ଜିଏସ୍‌ଟିକୁ ସାମିଲ କରିବାର ପରିଣାମ ସ୍ବରୂପ ରାଜସ୍ବରେ ହ୍ରାସ ଭରଣା କରିବା ବ୍ୟବସ୍ଥାକୁ ୨୦୨୨ରେ ସମାପ୍ତ କରାଯିବ। ଏହି ବିଜ୍ଞପ୍ତି ପରେ ବିଳାସପୂର୍ଣ୍ଣ ଜିନିଷଗୁଡ଼ିକ ଉପରେ ଲଗାଯାଇଥିବା କ୍ଷତିପୂରଣ ସେସ୍‌ ସମୟସୀମାକୁ ବୃଦ୍ଧି କରାଯାଇ ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ କରାଯିବ। ଅନ୍ୟ କିଛି ସାମଗ୍ରୀ ଏବଂ ସେବା ଉପରେ ଜିଏସ୍‌ଟି କ୍ଷତିପୂରଣକୁ ଏହା ପୂର୍ବରୁ ହିଁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହି ସମୟସୀମା ମଧ୍ୟରେ ରାଜ୍ୟଗୁଡ଼ିକ ଯେଉଁ ଋଣ ନେଇଥିଲେ ତାକୁ ଶୁଝିବାକୁ ହେବ। ଏଥିପାଇଁ ତମାଖୁ, ସିଗାରେଟ୍‌, ହୁକ୍କା, ହାଇ ଏଣ୍ଡ୍‌ ମୋଟରସାଇକେଲ, ଏୟାରକ୍ରାଫ୍ଟ ଏବଂ ମୋଟର ଭେହିକିଲ୍‌ ଉପରେ ସେସ୍‌ ଲଗାଇବା ଜାରି ରହିବ। ଫଳରେ ଏହିସବୁ ଜିନିଷ କ୍ରୟ କରିବାକୁ ହେଲେ ବର୍ତ୍ତମାନ ଉପଭୋକ୍ତାଙ୍କୁ ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ହେବ। ସୂଚନାଯୋଗ୍ୟ, ଆସନ୍ତା ସପ୍ତାହରେ ଚଣ୍ଡିଗଡ଼ଠାରେ ଜିଏସ୍‌ଟି କାଉନ୍‌ସିଲର ୪୬ ତମ ବୈଠକ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?