Odisha Elections 2024

ମହିଳାଙ୍କୁ ରୋଜଗାର ଯୋଗାଉଛନ୍ତି ସୁହାସିନୀ

ପାରାଦୀପ,୨୧ା୭(ସ୍ବ.ପ୍ର.): ପାରାଦୀପ ଉପକଣ୍ଠ ନୂଆଗଡ଼ ଗାଁର ମହିଳା ହେଲେ ସୁହାସିନୀ ବେହେରା। ମଧ୍ୟବିତ୍ତ ପରିବାର ମଧ୍ୟରେ ରହି ନିଜେ ରୋଜଗାରକ୍ଷମ ହେବା ସହ ଶତାଧିକ ମହିଳାଙ୍କ ପାଇଁ ସେ ମାର୍ଗଦର୍ଶକ ଭାବେ ପରିଚୟ ସୃଷ୍ଟି କରିଛନ୍ତି। ଏ ପର୍ଯ୍ୟନ୍ତ ୧୫୦ରୁ ଅଧିକ ମହିଳା ତାଙ୍କ ଅଧୀନରେ ସିଲେଇ ତାଲିମ ନେଇ ଭିନ୍ନ ଭିନ୍ନ ଜାଗାରେ ରୋଜଗାର କରୁଛନ୍ତି। ଚଳିତ ବର୍ଷ ସେ ଲୋକସେବା କେନ୍ଦ୍ରରେ ତାଲିମ ନେଉଛନ୍ତି। ଏହି ତାଲିମ କେନ୍ଦ୍ର ଓ ପ୍ରଶିକ୍ଷଣ ନେଉଥିବା ମହିଳାଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ସରଞ୍ଜାମ ଆଦିକୁ ସହାୟତା କରୁଛି ଏଏମ୍‌ଏନ୍‌ଏସ୍‌ (ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ)କମ୍ପାନୀ। ସୁହାସିନୀ ପାରାଦୀପ କଲେଜରେ ପଢ଼ିବା ବେଳେ ଆର୍ଥିକ ଅଭାବ ଅନୁଭବ କରିଥିଲେ। ସେତେବେଳେ ସେ ଲୋକସେବା କେନ୍ଦ୍ରରେ ନାମ ପଞ୍ଜୀକୃତ କରିବା ସହ ସିଲେଇ ତାଲିମ ନେଇଥିଲେ। କଲେଜ ଶିକ୍ଷା ପରେ ସେ ସିଲେଇ କରିବା ସହ ବିଭିନ୍ନ ଡିଜାଇନ୍‌ର ଡ୍ରେସ୍‌ କରିଥିଲେ, ଯାହା ତାଙ୍କୁ ରୋଜଗାରର ବାଟ ଦେଖାଇଥିଲା। ୨୦୧୬ରେ ଏସାର ଷ୍ଟିଲ୍‌ (ଏବେର ଏଏମ୍‌ଏନ୍‌ଏସ୍‌) ସିଏସ୍‌ଆର କାର୍ଯ୍ୟକ୍ରମ ଜରିଆରେ ତାଙ୍କୁ ପ୍ରୋତ୍ସାହନ ଓ ଭିତ୍ତିଭୂମି ମିଳିଥିଲା। ସେଥିରେ ଅନ୍ୟ ମହିଳାମାନଙ୍କୁ ନେଇ ସ୍ବୟଂ ସହାୟିକା ଗୋଷ୍ଠୀ କରି ତାଲିମ କାର୍ଯ୍ୟ ଆରମ୍ଭ କରିଥିଲେ। ଧୀରେ ଧୀରେ ଏଥିରେ ଅଧିକ ମହିଳା ଯୋଡ଼ିହୋଇ ସିଲେଇ, ଡିଜାଇନ୍‌ ଆଦି କାମ କରୁଛନ୍ତି। ଏବେ ବି ଏଏମ୍‌ଏନ୍‌ଏସ୍‌ କମ୍ପାନୀ ସେହିଭଳି ପ୍ରୋତ୍ସାହନ ବ୍ୟବସ୍ଥା ବଳବତ୍ତର ରଖିଛି। ଏଥିରେ ଦକ୍ଷତା ବିକାଶ ହେବା ସହ ମହିଳାମାନେ ଘରେ ବସି ରୋଜଗାରକ୍ଷମ ହୋଇପାରିଛନ୍ତି ବୋଲି କମ୍ପାନୀ ନିର୍ବାହୀ ନିର୍ଦ୍ଦେଶକ ଜି. ସୁରେଶା କହିଛନ୍ତି। ଏବେ ସୁହାସିନୀ ଗାଁର ମହିଳାଙ୍କ ପାଇଁ ପରିଚୟ ପାଲଟି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ସହ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଥୁଆମୂଳରାମପୁର,୧୮ା୫(ଦୁର୍ଗା କୀର୍ତ୍ତି): ଦିନକୁଦିନ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଅଞ୍ଚଳରୁ ହୃଦୟ ବିଦାରକ ଭଳି ଘଟଣା ସାମ୍ନାକୁ ଆସୁଛି...

ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍‌ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ...

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ପ୍ରଚାର ଶେଷଦିନରେ କମାଲ ଦେଖାଇଲା ବିଜେଡି

ପୁରୁଷୋତ୍ତମପୁର,୧୮ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଏଥିଲାଗି ଶନିବାର ପ୍ରଚାର ଶେଷ ହୋଇଛି।...

ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି ଟିମ୍‌: ସୂଚନା ଦେଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇଛି। ଦକ୍ଷିଣାଞ୍ଚଳ ମହାନିର୍ଦ୍ଦେଶକ ଜୟନାରାୟଣ ପଙ୍କଜ ଏହି ଟିମ୍‌କୁ ତଦାରଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri