ଫିଲ୍ମ ‘ଲାଇଗର’ର ଧମାକାଦାର ଟ୍ରେଲର୍‌ ରିଲିଜ୍‌

ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ବିଜୟ ଦେବରକୋଣ୍ଡା ବଲିଉଡରେ ଏଣ୍ଟ୍ରି କରିଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ର ଧମାକାଦାର ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମରେ ବିଜୟ ଜଣେ ବକ୍ସର ଭୂମିକାରେ ନଜର ଆସିବେ। ଟ୍ରେଲରରେ ବିଜୟ ଜବରଦସ୍ତ ଆକ୍ସନ କରୁଥିବା ଦେଖାଯାଇଛି। ଏଥିସହ ଅନନ୍ୟା ପାଣ୍ଡେ ଏବଂ ବିଜୟଙ୍କ ରୋମାନ୍ସ ମଧ୍ୟ ପ୍ରଦର୍ଶିତ ହୋଇଛି। କରଣ ଜୋହର ଫିଲ୍ମର ନୂଆ ପୋଷ୍ଟର ସହିତ ସୋସିଆଲ ମିଡିଆରେ ଟ୍ରେଲର ଶେୟାର କରିଛନ୍ତି। ପ୍ରଶଂସକମାନେ ‘ଲାଇଗର’ର ଟ୍ରେଲରକୁ ବହୁତ ପସନ୍ଦ କରୁଛନ୍ତି।
କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ହାଉସ ଅଧୀନରେ ନିର୍ମିତ ଏହି ଫିଲ୍ମରେ ଅନନ୍ୟା ପାଣ୍ଡେ ବିଜୟଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ‘ଲାଇଗର’କୁ ପୁରୀ ଜଗନ୍ନାଥ ନିର୍ଦ୍ଦେଶନା ଦେଇଛନ୍ତି। ବିଜୟ ଦେବରାକୋଣ୍ଡା ‘ଲାଇଗର’ ଜରିଆରେ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି। ଏହି ଫିଲ୍ମ ଅଗଷ୍ଟ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri