ଦୂରଦୃଷ୍ଟି ଅଭାବରୁ ଦୁର୍ଦ୍ଦଶା

ଭୁବନେଶ୍ୱର,୭ା୧୨(ଅନିଲ ଦାସ)ରାଜ୍ୟର ମୁଖଶାଳା କୁହାଯାଉଥିବା ରାଜଧାନୀ ଭୁବନେଶ୍ୱର ମହାନଗରର ଅବ୍ୟବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ସହରବାସୀଙ୍କ ପାଇଁ ଅଭିଶାପ ପାଲଟିଗଲାଣି। ଗତ କିଛି ମାସ ହେବ ସୈନିକ ସ୍କୁଲ ନିକଟସ୍ଥ ଡମ୍ପିଂୟାର୍ଡ(ଟିଟିଏସ୍‌)ରୁ ବାହାରୁଥିବା ଦୁର୍ଗନ୍ଧ ସାରା ସହରକୁ ଅସ୍ତବ୍ୟସ୍ତ କରୁଛି। ପଚାଶଢ଼ା ଗନ୍ଧରେ ନାକ ଫାଟିପଡୁଛି। ଅଦୂରଦର୍ଶୀ ବର୍ଜ୍ୟବସ୍ତୁ ପରିଚାଳନାର ଦୁର୍ଦ୍ଦଶା ଭୋଗୁଛନ୍ତି ସହରବାସୀ। ସହରରୁ ଦୈନିକ ବାହାରୁଥିବା ଶହ ଶହ ଟନ୍‌ ପଚାଶଢ଼ା ଆବର୍ଜନା ସହରର ମଧ୍ୟସ୍ଥଳ ସୈନିକ ସ୍କୁଲ ଡମ୍ପିଂୟାର୍ଡରେ ପାହାଡ଼ ଭଳି ଗଦାହୋଇ ରହୁଛି। ବର୍ଷା ହେବା ମାତ୍ରେ ପରିସ୍ଥିତି ଅସମ୍ଭାଳ ହେଉଛି। ରାତି ପାହିବା ମାତ୍ରେ ଡମ୍ପିଂୟାର୍ଡରେ ଶହ ଶହ ଅଳିଆବୁହା ଗାଡ଼ି ଲାଗିଯାଉଛି । ତେବେ ଏହାର ସମାଧାନକୁ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏବଂ ପୌର ପ୍ରଶାସନ ଏକପ୍ରକାର ବାଟବଣା ହୋଇଛନ୍ତି। ଗତ ୬ମାସ ହେଲା ଏଭଳି ସମସ୍ୟା ଲାଗି ରହିଥିଲେ ସୁଦ୍ଧା ଏହାର ସମାଧାନ କିପରି ହେବ, ତା’ର ଉତ୍ତର କାହା ପାଖରେ ନାହିଁ। ମେୟର, କମିଶନର, ବିଭିନ୍ନ ଦଳର ରାଜନେତା କ୍ଷେତ୍ର ପରିଦର୍ଶନ କରି ଚାଲିଯାଉଛନ୍ତି। ଦିନକୁ ଦିନ ବର୍ଜ୍ୟ ଗନ୍ଧ ଉତ୍କଟ ହେଉଛି।
ରାଜ୍ୟ ରାଜଧାନୀର କଳେବର ବୃଦ୍ଧିକୁ ଦେଖି ୧୯୪୯ ଅଗଷ୍ଟ ୧୯ରୁ କଟକରୁ ଭୁବନେଶ୍ୱରକୁ ରାଜଧାନୀ ସ୍ଥାନାନ୍ତର କରାଯାଇଥିଲା। ଏହି ସହରକୁ ଅତ୍ୟାଧୁନିକ ଓ ସୁନ୍ଦର ସ୍ବାସ୍ଥ୍ୟକର ସହର ପରିକଳ୍ପନା କରି ୧୯୪୬ରେ ଜର୍ମାନ୍‌ ଆର୍କିଟେକ୍ଟ ଓଟୋ କୋନିସ୍‌ବର୍ଗ ଏହାର ରୂପରେଖ ପ୍ରସ୍ତୁତ କରିଥିଲେ। ଇତିହାସ କହେ ୩ ହଜାର ବର୍ଷ ତଳେ ଏହା ମନ୍ଦିରମାଳିନୀ କଳିଙ୍ଗ ସାମ୍ରାଜ୍ୟ ଭାବେ ପରିଚିତ ଥିଲା। ଭୁବନେଶ୍ୱର ମ୍ୟୁନିସିପାଲିଟିରୁ ଏହା ୧୯୯୪ ଅଗଷ୍ଟ ୧୪ରେ ମହାନଗର ନିଗମରେ ପରିଣତ ହୋଇଛି। ଇତିମଧ୍ୟରେ ୪୫ ଓ୍ବାର୍ଡରୁ ୬୭ ଓ୍ବାର୍ଡକୁ ବୃଦ୍ଧି ପାଇଛି। ଜନସଂଖ୍ୟା ମଧ୍ୟ ୧ଲକ୍ଷରୁ ୧୫ ଲକ୍ଷକୁ ବୃଦ୍ଧି ପାଇଛି। ବିଭିନ୍ନ ଦିଗକୁ ସହରର କଳେବର ବିସ୍ତାରିତ ହେବାରେ ଲାଗିଛି। ସହରରୁ ଦୈନିକ ବାହାରୁଥିବା ୩୦୦ଟନ୍‌ ଆବର୍ଜନା ଏବେ ୮୦୦ ଟନ୍‌କୁ ବୃଦ୍ଧି ପାଇଲାଣି। ୨୦୨୩ ମେ’ ୧୫ ତାରିଖରୁ ଭୁଆସୁଣୀ ଡମ୍ପିଂୟାର୍ଡ ବନ୍ଦ ହେବା ପରେ ସୈନିକ ସ୍କୁଲ ଡମ୍ପିଂୟାର୍ଡ ଏକମାତ୍ର ଭରସା ା ସହରରୁ ଦୈନିକ ୮୦୦ ଟନ୍‌ ଅଳିଆ ଏହି ଡମ୍ପିଂୟାର୍ଡରେ ଗଦା ହେଉଛି। ଗତ ୬ମାସ ମଧ୍ୟରେ ସୈନିକ ସ୍କୁଲ ଡମ୍ପିଂୟାର୍ଡରେ ପ୍ରାୟ ୧ ଲକ୍ଷ ୫ ଟନ୍‌ ବର୍ଜ୍ୟବସ୍ତୁ ଗଦାହେଲାଣି। ସହର ସାରା ଅଳିଆ ଏଠାକୁ ଆସି ମାସାଧିକ ସମୟ ଧରି ପର୍ବତ ଆକାରରେ ଗଦାହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଅଳିଆ ଚାପ କମାଇବାକୁ ସହରର ବିଭିନ୍ନ ସ୍ଥାନରେ ୪୩ଟି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର(ଏମ୍‌ସିସି) କରାଯାଇଛି। ସେଥିରୁ ଅଧିକାଂଶ ଅଚଳ ହୋଇପଡ଼ିଛି। ବର୍ଜ୍ୟବସ୍ତୁର ସୁପରିଚାଳନାକୁ ନେଇ କୌଣସି ଦୀର୍ଘମିଆଦୀ ଓ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଅଭାବ ଯୋଗୁ ଆଜି ଏଭଳି ପରିସ୍ଥିତି ଉପୁଜିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ବିଏମ୍‌ସିକୁ ପରିଚାଳନା କରିବାକୁ ଆସୁଥିବା କମିଶନର ମାତ୍ର ବର୍ଷେ କି ଦୁଇ ବର୍ଷରେ ବଦଳି ହୋଇ ଚାଲିଯାଉଛନ୍ତି। ୨୦୧୪ରୁ ୨୦୨୨ ମଧ୍ୟରେ ୬ ଜଣ କମିଶନର ଓ ପ୍ରଶାସକ ବିଏମ୍‌ସିରୁ ବଦଳି ହେଲେଣି। ମାତ୍ର ସହରର ମୁଖ୍ୟ ସମସ୍ୟା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଏମ୍‌ସି କିମ୍ବା ନଗର ଉନ୍ନୟନ ବିଭାଗ ପକ୍ଷରୁ କୌଣସି ଠୋସ୍‌ ଯୋଜନା ହୋଇପାରିଲା ନାହିଁ। ଏଭଳି ଖାମଖିଆଲ ମନୋଭାବକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ୭ମାସ ପରେ ମଧ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ହୋଇପାରିଲା ନାହିଁ। ଏସମ୍ପର୍କରେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଏହି ସମସ୍ୟା ବିଷୟରେ ଆମେ ଅବଗତ ଅଛୁ। ଏ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ୪୦ ଦିନ ମଧ୍ୟରେ ସମାଧାନ ହେବ ବୋଲି ଆଶା କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri