Posted inଫୁରସତ

ନଦୀରୁ ପାଣି ପିଇ ଫେରୁଥିଲେ ହରିଣପଲ, ହଠାତ୍‌ ବୁଦା ଭିତରୁ ବାଘ ବାହାରି କଲା ଏମିତି, ଭିଡିଓ ଦେଖିଲେ…

ବେଳେବେଳେ ସୋସିଆଲ ମିଡିଆରେ ବିପଜ୍ଜନକ ପଶୁମାନଙ୍କ ମଧ୍ୟରେ ଲଢ଼େଇ ହେଉଥିବାର ଭିଡିଓ ଦେଖିବାକୁ ମିଳିଥାଏ। ଯଥା ବାଘ, ହାତୀ,କୁମ୍ଭୀର, ନେଉଳ, ସାପ ଆକ୍ରମଣର ଭିଡିଓ ଅନେକ ଦେଖିବାକୁ ମିଳିଥାଏ। ଏବେ ଯେଉଁ ଭିଡିଓଟି ଶେୟାର ହୋଇଛି ତାହା ଦେଖିଲେ ପାଦତଳୁ ମାଟି ଖସିଯିବ। ଭୟରେ ଦେହ ଥରି ଉଠିବ।

ଭାଇରାଲ ହେଉଥିବା ଏହି ଭିଡିଓରେ, ନଦୀରୁ କିଛି ହରିଣ ପାଣି ପିଇ ଅତି ଆରାମରେ ଚାଲିଚାଲି ଅନ୍ୟ ପାର୍ଶ୍ୱକୁ ଯାଉଛନ୍ତି। ଚାରିଆଡ଼େ ବହୁତ ଶାନ୍ତ ପରିବେଶ ରହିଛି। କିନ୍ତୁ ତା’ପରେ ବୁଦା ଭିତରୁ କିଛି ଶବ୍ଦ ଆସୁଛି ଏବଂ ହଠାତ୍‌ ସେଠାରୁ ଏକ ବାଘ ବାହାରି ଧିରେ ଧିରେ ବାହାରକୁ ଆସୁଛି। ପରେ ସେ ଗୋଟିଏ ହରିଣ ଉପରକୁ କୁଦି ପଡ଼ୁଛି। ଅନ୍ୟ ହରିଣମାନେ ଭୟରେ ଦୌଡ଼ି ସେଠାରୁ ପଳାଉଛନ୍ତି। ହରିଣଟି ବାଘ ମୁହଁରୁ ଯିବା ପାଇଁ ବହୁତ ଚେଷ୍ଟା କରୁଥାଏ। କିନ୍ତୁ ବାଘଟି ତାକୁ ଛାଡୁ ନ ଥାଏ। ସେମିତି ପାଟିରେ ଧରି ଠିଆ ହୋଇଥାଏ।

ଏହି ଭିଡିଓଟି ଆଇଏଫ୍‌ଏସ୍‌ ଧର୍ମବୀର ମୀନା ତାଙ୍କ ଟୁଇଟର ପେଜ୍‌ @dharamveerifsରେ ମେ’ ୧୨ରେ ଶେୟାର କରିଛନ୍ତି। ଭିଡିଓରେ କ୍ୟାପ୍‌ଶନ ସେ ଲେଖିଛନ୍ତି, ବୁଦା ଏବଂ ତୃଣଭୂମି ଶିକାରୀମାନଙ୍କର ବହୁତ ଭଲ ସାଥୀ! ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୧୬ ହଜାରରୁ ଅଧିକ ଥର ଦେଖାସରିଲାଣି। ଲୋକମାନେ ଭିଡିଓରେ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଯିଏ ଜିତେ ସେ ସିକନ୍ଦର। ଅନ୍ୟ ଜଣେ ଲେଖିଛନ୍ତି, କି ଜବରଦସ୍ତ ଶିକାର।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri