Posted inଜାତୀୟ

ଅଟୋରେ ଯାଉଥିଲେ ମହିଳା, ହଠାତ୍‌ ରାସ୍ତାରେ ସୃଷ୍ଟି ହେଲା ୨୫ ଫୁଟର ଗର୍ତ୍ତ, ଆଉ ତା’ ପରେ…

ଜୟପୁର,୨୩।୧: ରାଜସ୍ଥାନର ଜୟପୁରରେ ବିକାଶ ଏବଂ ସରକାରୀ ବ୍ୟବସ୍ଥାରେ ଅନିୟମିତତା ପଦାରେ ପଡ଼ିଛି। ସଚିବାଳୟଠାରୁ ଗୋଟିଏ କିଲୋମିଟର ଦୂର ଚୋମ୍ପୁ ସର୍କଲରେ ଶନିବାର ସକାଳେ ହଠାତ୍‌ ରାସ୍ତାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ତୀବ୍ର ଗତିରେ ଭାଇରାଲ ହେଉଛି। ଏହି ଗର୍ତ୍ତଟି ୨୫ରୁ ୩୦ ଫୁଟ ଚଉଡ଼ା ହୋଇଯାଇଛି। ରାସ୍ତାରେ ଯାଉଥିବା ଏକ ଅଟୋ ଏହି ଗର୍ତ୍ତ ମଧ୍ୟକୁ ଖସି ପଡ଼ିଥିଲା। ଫଳରେ ଏଥିରେ ବସିଥିବା ଜଣେ ମହିଳା ଗୁରୁତର ହୋଇଛନ୍ତି।


ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଛି। ଜଣେ ସୁରକ୍ଷାକର୍ମୀ ଏବଂ କିଛି ଅଟୋ ଚାଳକ ପହଞ୍ଚି ରଶି ସାହାଯ୍ୟରେ ମହିଳା ଏବଂ ଚାଳକଙ୍କୁ ବାହାର କରିଛନ୍ତି। ଏହା ପରେ ଦୁଇଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ରାସ୍ତାଟି ବ୍ୟସ୍ତବହୁଳ ଅଟେ। ପ୍ରତିଦିନ ଉକ୍ତ ରାସ୍ତାରେ କିଛି ନା କିଛି ଦୁର୍ଘଟଣା ଘଟୁଛି। ବିଭାଗୀୟ ଅଧିକାରୀଙ୍କ ଉପରେ ସ୍ଥାନୀୟ ଲୋକେ ବର୍ଷିବା ସହ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁୟାରୀ ୧୭ରେ ଉତ୍‌କ୍ଷେପଣ ହେବ ଜିସାଟ୍‌-୩୦: ବଢ଼ିବ ଇଣ୍ଟରନେଟ୍‌ ସ୍ପିଡ୍‌

ନୂଆଦିଲ୍ଲୀ,୧୩।୧: ଦେଶର ସଞ୍ଚାର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଜାନୁୟାରୀ ୧୭ରେ ମହାକାଶକୁ ଜିସାଟ୍‌-୩୦ ଉତ୍‌କ୍ଷେପଣ କରାଯିବ। ଫ୍ରେଞ୍ଚ୍‌ ଗୁଏନାର କୋଉରୋ ଲଞ୍ଚପ୍ୟାଡ୍‌ରୁ ୟୁରୋପିଆନ୍‌ ହେଭି...

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଲାଲୁ

ନୂଆଦିଲ୍ଲୀ,୨୪।୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡିର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଶନିବାର...

ବୁଲ୍‌ଡୋଜର ଭୟ: ୧୪ଦିନରେ ଆତ୍ମସମର୍ପଣ କଲେଣି ୫୦ରୁ ଊର୍ଦ୍ଧ୍ୱ ଅଭିଯକ୍ତ

ଲକ୍ଷ୍ନୌ,୨୮।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପାର ବହୁମତରେ ବିଜୟ ପରେ ଯୋଗୀ ଆଦିତ୍ୟନାଥ ସରକାର ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଯୋଗୀ...

ଲକ୍‌ଡାଉନ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଭୟ: ଜାରି ହେଉଛି ଜନତା କର୍ଫ୍ୟୁ-କରୋନା କର୍ଫ୍ୟୁ…

ନୂଆଦିଲ୍ଲୀ,୧୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଲକ୍‌ଡାଉନ୍‌ ଘୋଷଣା କରିବାକୁ ପଛାଉଛନ୍ତି। ତେବେ ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ,...

୧୨ ଘଣ୍ଟା କାମ କରୁଛନ୍ତି ୯୦ ପ୍ରତିଶତ ପୋଲିସ: ଶାହ

ନୂଆଦିଲ୍ଲୀ,୨୧।୧୦: ପୋଲିସ ସ୍ମୃତି ଦିବସ ଅବସରରେ ଦିଲ୍ଲୀର ପୋଲିସ ମେମୋରିଆଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ। ସେଠାରେ...

ଧନକର ନେଲେ ଶପଥ…

ନୂଆଦିଲ୍ଲୀ, ୧୧।୮ : ଦେଶରେ ୧୪ ଉପ ରାଷ୍ଟ୍ରପତି ଭାବେ ଜଗଦୀପ ଧନକର ଗୁରୁବାର ଶପଥ ନେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ  ଧନକରଙ୍କୁ...

ବିଜୟ ପୂର୍ବରୁ ଭାଜପା କାର୍ଯ୍ୟାଳୟରେ ଲଡୁ ପ୍ରସ୍ତୁତ

ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଗଣତି ପରେ ଉତ୍ସାହିତ ହୋଇ ପଡିଛି ଭାରତୀୟ ଜନତା ପାର୍ଟି(ଭାଜପା)। ବିଜୟକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ବିଜୟ ଉତ୍ସବ...

କୃଷକଙ୍କୁ ମିଳିବ ୩୦୦୦ ପେନ୍‌ସନ

ରାଞ୍ଚତ୍,୧୩-୯(ପି.ଟି.):କୃଷକ, କ୍ଷୁଦ୍ର ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିମାନଙ୍କ ଲାଗି ବହୁପ୍ରତୀକ୍ଷିତ ପେନ୍‌ସନ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚତ୍ଠାରେ ଶୁଭାରମ୍ଭ କରିଛନ୍ତି।...

Advertisement
Archives

Model This Week