ଅତିଶୀଘ୍ର ଭୁଲିହୋଇଗଲାଣି ସୁଦପଡ଼ା

ଭୁବନେଶ୍ୱର, ୩୦।୧୨(ଲାଲା ସୁନୀଲ କୁମାର ରଥ): ଗତ ୬ତାରିଖରେ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ୧୦ଜିଲାର ପ୍ରାୟ ୩୦ଟି ସ୍ଥାନରେ ଦେଶୀ ମଦ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆୟକର(ଇନ୍‌କମ୍‌ ଟ୍ୟାକ୍ସ) ଚଢ଼ାଉ ହୋଇଥିଲା। ଏଥିରେ ବଲାଙ୍ଗୀର ଜିଲାର ସୁଦପଡ଼ା, ଟିଟିଲାଗଡ଼ ଏବଂ ସମ୍ବଲପୁର ଜିଲା କ୍ଷେତରାଜପୁରର ବିଭିନ୍ନ ମଦଭାଟି ଓ ମଦ ବ୍ୟବସାୟୀଙ୍କ ବାସଭବନ ରହିଥିଲା। ଚଢ଼ାଉ ସମୟରେ ଆଖି ଝଲସିବା ଭଳି ଟଙ୍କା ଜବତ ହୋଇଥିଲା। କେବଳ ସୁଦପଡ଼ାସ୍ଥିତ ବ୍ୟବସାୟିକ ପ୍ରତିଷ୍ଠାନରୁ ଆଲ୍‌ମିରା ଭର୍ତ୍ତି ଟଙ୍କାକୁ ୧୭୬ଟି ବ୍ୟାଗ୍‌ରେ ଭର୍ତ୍ତି କରି ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଗଣତି କରିବାକୁ ୬ଦିନ ଲାଗିଯାଇଥିଲା। ହେଲେ ନା ଆୟକର ବିଭାଗ ଅଧିକାରୀ କିମ୍ବା ଷ୍ଟେଟ ବ୍ୟାଙ୍କ କର୍ମଚାରୀ କେହି ହେଲେ କେତେ ଟଙ୍କା ଜବତ ହେଲା ସେନେଇ ମୁହଁ ଖୋଲିଲେ ନାହିଁ। ସେତେବେଳେ ବିଭିନ୍ନ ଗଣମାଧ୍ୟମରେ ଅସମର୍ଥିତ ସୂତ୍ର ଦର୍ଶାଇ ବିଭିନ୍ନ ତାରିଖରେ ଭିନ୍ନ ଭିନ୍ନ ରାଶି ଜବତ ହୋଇଥିବା ପ୍ରକାଶ ପାଇଥିଲା। କେହି କେହି ୩୦୫ କୋଟି ଟଙ୍କା ଜବତ ହୋଇଥିବା କହିଥିବାବେଳେ କେହି ୩୫୦ କୋଟି ଏବଂ ଆଉ କେହି ୪୦୦ କୋଟି ଟଙ୍କା ଜବତ ହୋଇଥିବା ମଧ୍ୟ ପ୍ରକାଶ କରିଥିଲେ। ହେଲେ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆ ନ ଯିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ସନ୍ଦେହ ବଢ଼ିବାରେ ଲାଗିଥିଲା। ପରବର୍ତ୍ତୀ ସମୟରେ ଗତ ୨୧ତାରିଖରେ ଆୟକର ବିଭାଗ ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ ଜାରି କରାଯାଇ ମୋଟ ୩୫୧କୋଟି ନଗଦ ଟଙ୍କା ଏବଂ ୨.୮କୋଟି ଟଙ୍କାର ଅଳଙ୍କାର ଜବତ କରାଯାଇଥିବାବେଳେ କେବଳ ସୁଦପଡ଼ା, ଟିଟିଲାଗଡ଼ ଏବଂ କ୍ଷେତରାଜପୁରରରୁ ୩୨୯ କୋଟି ଟଙ୍କା ଜବତ ହୋଇଥିବା କୁହାଯାଇଥିଲା। ତେବେ ସୁଦପଡ଼ାରୁ ଜବତ ହୋଇଥିବା ୨୮୫କୋଟି ଟଙ୍କା ଷ୍ଟେଟ ବ୍ୟାଙ୍କରେ ଜମା କରାଯାଇଥିବା ଆୟକର ବିଭାଗର ଜଣେ ଅଧିକାରୀ କହିଥିବା ବେଳେ ବାକି ଟଙ୍କା କୁଆଡ଼େ ଗଲା ସେନେଇ କେହି ମୁହଁ ଖୋଲୁନାହାନ୍ତି। ଏପରି କି ଏହି ଚଢ଼ାଉର ପରବର୍ତ୍ତୀ ପଦକ୍ଷେପ କ’ଣ ନିଆଯାଉଛି, ତାହା ମଧ୍ୟ ସମସ୍ତଙ୍କୁ ଅଜଣା ପାଲଟିଛି। ଆଲୋଚନା ହେଉଛି କି ଚଢ଼ାଉ ହୋଇଥିବା ବ୍ୟବସାୟିକ ପ୍ରତିଷ୍ଠାନ ସହ ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟ ସଭା ସଦସ୍ୟ ଧୀରଜ ସାହୁଙ୍କ ଲିଙ୍କ୍‌ ଥିବା କୁହାଯାଇଥିଲା। ସେଥିରୁ ବୁଝିବା କଥା ଯେ, ଭାଜପା ଶାସିତ କେନ୍ଦ୍ର ସରକାରଙ୍କ ଅଧୀନ ଆୟକର ବିଭାଗ ଉପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ କେହି ଚାପ ପକାଇ ପାରିବେ ନାହିଁ। ତଥାପି ଜବତ ଏବଂ ଜମା ଅର୍ଥର ତାଳମେଳ ନ ରହିବା ପଛରେ କେଉଁ କାରଣ ରହିଛି।
ପ୍ରକାଶ ଯେ, ଆୟକର ବିଭାଗ ପକ୍ଷରୁ ଚଢ଼ାଉରେ ଓଡ଼ିଶାରୁ ଏତେ ଟଙ୍କା ଜବତ କରାଯିବା ପ୍ରଥମ ଘଟଣା। ଏହାକୁ ନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ମଦଭାଟିରୁ କୋଟି କୋଟି ଟଙ୍କା ଜବତ ସମ୍ପର୍କରେ ଉଲ୍ଲେଖ କରିବା ପରେ ମଧ୍ୟ ସରକାରୀ ସ୍ତରରେ କେବେ ସ୍ପଷ୍ଟ ତଥ୍ୟ ଦିଆ ନ ଯିବା ହେତୁ ସନ୍ଦେହ ସୃଷ୍ଟି ହେଉଛି। ଏହା ବ୍ୟତୀତ ଏତେ ଟଙ୍କା ଜବତ ହେବା ପରେ ଏହାକୁ ନେଇ ବ୍ୟାଙ୍କରେ ୬ଦିନ କାଳ ଗଣା ହୋଇଥିଲା। ଗଣତିରେ ବ୍ୟାଙ୍କର ବହୁ କର୍ମଚାରୀ ସାମିଲ ହୋଇଥିଲେ। ହେଲେ ଉକ୍ତ ଗଣତି ବେଳର ଭିଡିଓଗ୍ରାଫି କରାଗଲା ନାହିଁ। ଫଳରେ ବାସ୍ତବରେ କେତେ ଟଙ୍କା ଜବତ ହେଲା ସେ ସମ୍ପର୍କରେ କୌଣସି ବିଧିବଦ୍ଧ ତଥ୍ୟ ରଖାଗଲା ନାହିଁ। ବଡ଼ ବଡ଼ ଚଢ଼ାଉ ସମୟରେ ଭିଡିଓଗ୍ରାଫି କରାଗଲେ, ଚଢ଼ାଉ ଏବଂ ଜବତ ପରିମାଣର ସ୍ବଚ୍ଛତା ରହିଥାଏ। କିନ୍ତୁ ଏଠାରେ ଏହାକୁ ଅନୁପାଳନ କରାଯାଇ ନାହିଁ। ଆଜିର ଭାରତ ବର୍ଷରେ ବିରାଟକାୟ ଅର୍ଥନୈତିକ, ସାମରିକ କିମ୍ବା ସାମାଜିକ କାର୍ଯ୍ୟରୁ ଦୃଷ୍ଟି ହଟାଇବା ପାଇଁ ସରକାର ବିଧିବଦ୍ଧ ବିଭିନ୍ନ ପ୍ରକାର ବିସ୍ଫୋରଣ ଘଟାଉଛନ୍ତି। ଏହା ଫଳରେ ଜନସାଧାରଣ ଗୋଟିଏ ବୋମାର ବିସ୍ଫୋରଣ ଶୁଣି ତାବ୍‌ଦା ହୋଇଥିବା ସମୟରେ ଅନ୍ୟ ଏକ ବିସ୍ଫୋରଣର ବନ୍ଦୋବସ୍ତ କରି ଦିଆଯାଉଛି। ତେଣୁ ଜନସାଧାରଣ ଏହି ମୁହୂର୍ତ୍ତର ବିସ୍ଫୋରଣ ଶୁଣିବା ବେଳକୁ ପୂର୍ବ ବିସ୍ଫୋରଣକୁ ପାସୋରି ଯାଉଛନ୍ତି। ଶାସକମାନେ ଏହାକୁ ଭଲ ଭାବରେ ବୁଝି ସାରିଥିବା ହେତୁ ଏବେ ଆୟକର ବିଭାଗର ଦେଶୀ ମଦ ସାମ୍ରାଜ୍ୟ ଉପରେ ଚଢ଼ାଉକୁ ଜନସାଧାରଣ ବାସ୍ତବରେ ଭୁଲିଗଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?