Posted inଫୁରସତ

ଏମିତି ଦୋକାନ, ଯେଉଁଠି କବାଟ ନାହିଁ କି ମାଲିକ ବସନ୍ତିନି; ଗ୍ରାହକ ମନ ଇଚ୍ଛା ନିଅନ୍ତି ସଉଦା

ଆଜିର ଯୁଗରେ ଲୋକମାନେ ନିଜ ଲୋକମାନଙ୍କୁ ବି ଖୋଲାଖୋଲି ବିଶ୍ୱାସ କରିପାରୁ ନାହାନ୍ତି ଏପରି ସ୍ଥିତିରେ ଜଣେ ଦୋକାନୀ ଅଜଣା ଗ୍ରାହକଙ୍କୁ ବିଶ୍ୱାସ କରୁଥିବାର ଜାଣି ଆଶ୍ଚର୍ଯ୍ୟ ଲାଗେ। ଏମିତି ଅନନ୍ୟ ବ୍ୟକ୍ତି ହେଉଛନ୍ତି ଗୁଜରାଟର ଜଣେ ଦୋକାନୀ। ତାଙ୍କ ଦୋକାନ ଦିନରାତି ୨୪ ଘଣ୍ଟା ଖୋଲା ରହିଥାଏ। ଦୋକାନର କବାଟ ମଧ୍ୟ ନାହିଁ। ଦୋକାନର ମାଲିକ ବି ଦୋକାନରେ ଉପସ୍ଥିତ ରୁହନ୍ତି ନାହିଁ। ଗ୍ରାହକଙ୍କ ପାଇଁ ଦୋକାନ କେବେ ବନ୍ଦ ହୁଏ ନାହିଁ। କେବଳ ଏତିକି ନୁହେଁ, ଦୋକାନୀ ସଉଦା ନେବାକୁ ଆସିଥିବା ଗ୍ରାହକଙ୍କଠାରୁ ଟଙ୍କାଟିଏ ମଧ୍ୟ ମାଗନ୍ତି ନାହିଁ। ଗ୍ରାହକମାନେ ନିଜେ ଆବଶ୍ୟକ ସାମଗ୍ରୀ ନେଇ ଟଙ୍କା ରଖି ଦେଇ ଯାଇଥାନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

ଗୁଜରାଟର ଛୋଟଉଦୟପୁର ଜିଲାର କେଭାଡି ଗ୍ରାମରେ ଏଭଳି ଏକ ଅନନ୍ୟ ଦୋକାନ ରହିଛି। ଗତ ୩୦ ବର୍ଷ ଧରି ଚାଲୁଥିବା ଏହି ଦୋକାନ କେବେବି ବନ୍ଦ ହୋଇନାହିଁ। ଏହି ଦୋକାନର ମାଲିକ ସୟଦ  ଏକ ସାକ୍ଷାତକାରରେ ଏପରି କହିଛନ୍ତି।

ସେ କୁହନ୍ତି, ତାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ସେ ଏହି ଦୋକାନ ଆରମ୍ଭ କରିଥିଲେ। ସେ କହିଛନ୍ତି, ଆରମ୍ଭରୁ ଏହି ଦୋକାନ ବିଶ୍ୱାସରେ ଚାଲୁଛି ଏବଂ ଭବିଷ୍ୟତରେ ମଧ୍ୟ ଏହିପରି ଚାଲିବ।

ପ୍ରଥମେ ଗାଁ ଲୋକମାନେ ଏହାକୁ ଅଦ୍ଭୁତ ମନେ କରୁଥିଲେ। ସମସ୍ତେ ଭାବୁଥିଲେ ଏହା କେଉଁ ପ୍ରକାରର ଦୋକାନ ଏବଂ ଅନେକ ଲୋକଙ୍କ ମନରେ ବିଭିନ୍ନ ପ୍ରକାରର ସନ୍ଦେହ ଥିଲା। କିନ୍ତୁ ତା’ପରେ ସୟଦ ଭାଇ ଲୋକମାନଙ୍କୁ ବୁଝାଇ ଘର ଘର ବୁଲିବାକୁ ଲାଗିଲେ। ସେ ଲୋକମାନଙ୍କୁ କୁହନ୍ତି, ଯଦି ତୁମର କିଛି ଦରକାର, ମୋର ଦୋକାନ ସବୁବେଳେ ଖୋଲା ଅଛି ଏବଂ ତୁମେ ଯାହା ଚାହିଁବ ତାହା ନେଇ ପାରିବ। ସମୟ ସହିତ ଧୀରେ ଧୀରେ ଲୋକମାନେ ଦୋକାନ ଉପରେ ବିଶ୍ୱାସ କରିବା ଆରମ୍ଭ କଲେ।

ସୟଦ କୁହନ୍ତି, ଯେକୌଣସି ବ୍ୟବସାୟ ହେଉ ତା’ର କେବଳ ଗୋଟିଏ ନିୟମ ହେଉଛି ବିଶ୍ୱାସ। ମୁଁ ଆଜି ପର୍ଯ୍ୟନ୍ତ କିଛି ଭୁଲ କରି ନାହିଁ, ତେବେ ମୁଁ କଦାପି ଭୁଲ କରିବି ନାହିଁ। ଜୀବନରେ ମୁଁ କେବଳ ଭଗବାନଙ୍କୁ ଭୟ କରେ। ତୁମେ ମଣିଷକୁ କାହିଁକି ଭୟ କରୁଛ? ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି ମୁଁ ଏହି ଅନନ୍ୟ ଦୋକାନକୁ ଏହି ଉପାୟରେ ଚଳାଇବା ଆରମ୍ଭ କଲି। ଯାହା ଆଜି ପର୍ଯ୍ୟନ୍ତ ଚାଲିଆସିଛି।

ସେ ଏକ କଥା କହିଛନ୍ତି, ତାଙ୍କ ଦୋକାନରୁ ଥରେ ଚୋରି ହୋଇଥିଲା। ସେ କିନ୍ତୁ କୌଣସି ଥାନାରେ ଅଭିଯୋଗ କରି ନ ଥିଲେ। କାରଣ ସେ ଜାଣିଥିଲେ ଯିଏ ବି ଚୋରି କରିବାକୁ ଆସିଛି ତା’ର କିଛି ଅସୁବିଧା ଥିବ। ତେଣୁ ଥାନାରେ ଅଭିଯୋଗ କରି ଲାଭ କିଛି ନାହିଁ। ଚୋର ଟଙ୍କା ନୁହେଁ ବରଂ ଗୋଟିଏ ବ୍ୟାଟେରୀ ଚୋରି କରିଥିଲା। ଯାହା ତା’ର ଆବଶ୍ୟକ ଥିବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri