Posted inଫୁରସତ

ଏମିତି ଦୋକାନ, ଯେଉଁଠି କବାଟ ନାହିଁ କି ମାଲିକ ବସନ୍ତିନି; ଗ୍ରାହକ ମନ ଇଚ୍ଛା ନିଅନ୍ତି ସଉଦା

ଆଜିର ଯୁଗରେ ଲୋକମାନେ ନିଜ ଲୋକମାନଙ୍କୁ ବି ଖୋଲାଖୋଲି ବିଶ୍ୱାସ କରିପାରୁ ନାହାନ୍ତି ଏପରି ସ୍ଥିତିରେ ଜଣେ ଦୋକାନୀ ଅଜଣା ଗ୍ରାହକଙ୍କୁ ବିଶ୍ୱାସ କରୁଥିବାର ଜାଣି ଆଶ୍ଚର୍ଯ୍ୟ ଲାଗେ। ଏମିତି ଅନନ୍ୟ ବ୍ୟକ୍ତି ହେଉଛନ୍ତି ଗୁଜରାଟର ଜଣେ ଦୋକାନୀ। ତାଙ୍କ ଦୋକାନ ଦିନରାତି ୨୪ ଘଣ୍ଟା ଖୋଲା ରହିଥାଏ। ଦୋକାନର କବାଟ ମଧ୍ୟ ନାହିଁ। ଦୋକାନର ମାଲିକ ବି ଦୋକାନରେ ଉପସ୍ଥିତ ରୁହନ୍ତି ନାହିଁ। ଗ୍ରାହକଙ୍କ ପାଇଁ ଦୋକାନ କେବେ ବନ୍ଦ ହୁଏ ନାହିଁ। କେବଳ ଏତିକି ନୁହେଁ, ଦୋକାନୀ ସଉଦା ନେବାକୁ ଆସିଥିବା ଗ୍ରାହକଙ୍କଠାରୁ ଟଙ୍କାଟିଏ ମଧ୍ୟ ମାଗନ୍ତି ନାହିଁ। ଗ୍ରାହକମାନେ ନିଜେ ଆବଶ୍ୟକ ସାମଗ୍ରୀ ନେଇ ଟଙ୍କା ରଖି ଦେଇ ଯାଇଥାନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

ଗୁଜରାଟର ଛୋଟଉଦୟପୁର ଜିଲାର କେଭାଡି ଗ୍ରାମରେ ଏଭଳି ଏକ ଅନନ୍ୟ ଦୋକାନ ରହିଛି। ଗତ ୩୦ ବର୍ଷ ଧରି ଚାଲୁଥିବା ଏହି ଦୋକାନ କେବେବି ବନ୍ଦ ହୋଇନାହିଁ। ଏହି ଦୋକାନର ମାଲିକ ସୟଦ  ଏକ ସାକ୍ଷାତକାରରେ ଏପରି କହିଛନ୍ତି।

ସେ କୁହନ୍ତି, ତାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ସେ ଏହି ଦୋକାନ ଆରମ୍ଭ କରିଥିଲେ। ସେ କହିଛନ୍ତି, ଆରମ୍ଭରୁ ଏହି ଦୋକାନ ବିଶ୍ୱାସରେ ଚାଲୁଛି ଏବଂ ଭବିଷ୍ୟତରେ ମଧ୍ୟ ଏହିପରି ଚାଲିବ।

ପ୍ରଥମେ ଗାଁ ଲୋକମାନେ ଏହାକୁ ଅଦ୍ଭୁତ ମନେ କରୁଥିଲେ। ସମସ୍ତେ ଭାବୁଥିଲେ ଏହା କେଉଁ ପ୍ରକାରର ଦୋକାନ ଏବଂ ଅନେକ ଲୋକଙ୍କ ମନରେ ବିଭିନ୍ନ ପ୍ରକାରର ସନ୍ଦେହ ଥିଲା। କିନ୍ତୁ ତା’ପରେ ସୟଦ ଭାଇ ଲୋକମାନଙ୍କୁ ବୁଝାଇ ଘର ଘର ବୁଲିବାକୁ ଲାଗିଲେ। ସେ ଲୋକମାନଙ୍କୁ କୁହନ୍ତି, ଯଦି ତୁମର କିଛି ଦରକାର, ମୋର ଦୋକାନ ସବୁବେଳେ ଖୋଲା ଅଛି ଏବଂ ତୁମେ ଯାହା ଚାହିଁବ ତାହା ନେଇ ପାରିବ। ସମୟ ସହିତ ଧୀରେ ଧୀରେ ଲୋକମାନେ ଦୋକାନ ଉପରେ ବିଶ୍ୱାସ କରିବା ଆରମ୍ଭ କଲେ।

ସୟଦ କୁହନ୍ତି, ଯେକୌଣସି ବ୍ୟବସାୟ ହେଉ ତା’ର କେବଳ ଗୋଟିଏ ନିୟମ ହେଉଛି ବିଶ୍ୱାସ। ମୁଁ ଆଜି ପର୍ଯ୍ୟନ୍ତ କିଛି ଭୁଲ କରି ନାହିଁ, ତେବେ ମୁଁ କଦାପି ଭୁଲ କରିବି ନାହିଁ। ଜୀବନରେ ମୁଁ କେବଳ ଭଗବାନଙ୍କୁ ଭୟ କରେ। ତୁମେ ମଣିଷକୁ କାହିଁକି ଭୟ କରୁଛ? ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି ମୁଁ ଏହି ଅନନ୍ୟ ଦୋକାନକୁ ଏହି ଉପାୟରେ ଚଳାଇବା ଆରମ୍ଭ କଲି। ଯାହା ଆଜି ପର୍ଯ୍ୟନ୍ତ ଚାଲିଆସିଛି।

ସେ ଏକ କଥା କହିଛନ୍ତି, ତାଙ୍କ ଦୋକାନରୁ ଥରେ ଚୋରି ହୋଇଥିଲା। ସେ କିନ୍ତୁ କୌଣସି ଥାନାରେ ଅଭିଯୋଗ କରି ନ ଥିଲେ। କାରଣ ସେ ଜାଣିଥିଲେ ଯିଏ ବି ଚୋରି କରିବାକୁ ଆସିଛି ତା’ର କିଛି ଅସୁବିଧା ଥିବ। ତେଣୁ ଥାନାରେ ଅଭିଯୋଗ କରି ଲାଭ କିଛି ନାହିଁ। ଚୋର ଟଙ୍କା ନୁହେଁ ବରଂ ଗୋଟିଏ ବ୍ୟାଟେରୀ ଚୋରି କରିଥିଲା। ଯାହା ତା’ର ଆବଶ୍ୟକ ଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri