Posted inଫୁରସତ

ଚତୁର୍ଥୀ ରାତିରେ ସ୍ବାମୀ ରଖିଲେ ଏମିତି ସର୍ତ୍ତ, ଛାଡପତ୍ର ପର୍ଯ୍ୟନ୍ତ ଗଲା କଥା

ରାଞ୍ଚି,୭।୧୨: ଝାଡଖଣ୍ଡର ପୂର୍ବ ସିଂହବୁମ ଜଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ବ୍ୟାଙ୍କ ଅଫିସର ସ୍ବାମୀ ଚତୁର୍ଥୀ ରାତିରେ ସ୍ତ୍ରୀଙ୍କ ଆଗରେ ଏପରି ସର୍ତ୍ତ ରଖିଥିଲେ ଯେ, ଏବେ ଛାଡପତ୍ର ପର୍ଯ୍ୟନ୍ତ କଥା ପହଞ୍ଚିଛି। ଫଳରେ ନବବିବାହିତା ଘର ସଜାଡିବା ପୂର୍ବରୁ ଉଜୁଡିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିବାହର ପ୍ରଥମ ରାତିରେ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ଅଜବ ଅବସ୍ଥା ଶୁଣିବା ପରେ ପୋଲିସ ପାଖରେ ପହଞ୍ଚିଥିଲେ। ବିବାହ ପରେ ହନିମୁନ ଯିବା ପରିବର୍ତ୍ତେ ମହିଳା ଜଣକ କୋର୍ଟ ଏବଂ ପୋଲିସ ଷ୍ଟେଶନକୁ ଯିବାକୁ ବାଧ୍ୟ ହୋଇଛନ୍ତି।
ସୂଚନାନୁସାରେ, ଏହି ମାମଲା ପୂର୍ବ ସିଂହବୁମ ଜିଲାର ପୋଟକା ପୋଲିସ ଷ୍ଟେଶନ ଅଞ୍ଚଳର ଅଟେ। ଏଠାରେ ଥିବା ଏକ ଗାଁର ଜଣେ ଯୁବତୀ ୧୮ ଜୁନ ୨୦୧୮ ରେ ହିନ୍ଦୁ ରୀତିନୀତି ଅନୁଯାୟୀ ପାରସୁଦିର ଜଣେ ଯୁବକଙ୍କୁ ବିବାହ କରିଥିଲେ। ଯୁବକ ଜଣେ ଏମବିଏ ପଢିବା ପରେ ଲକ୍ଷ୍ନୌ ସ୍ଥିତ ଏକ ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ। ଯୁବତୀ ଜଣକ କହିଛନ୍ତି ଯେ, ବିବାହ ପରେ ପ୍ରଥମ ରାତିରେ ସ୍ବାମୀ ତାଙ୍କ ସାମ୍ନାରେ ୨ ବର୍ଷ ମଧ୍ୟରେ ଆଇଏସ ହେବା ପାଇଁ ଏକ ସର୍ତ୍ତ ରଖିଥିଲେ। ଯଦି ସେ ଏହା କରିବାକୁ ସକ୍ଷମ ନୁହଁନ୍ତି ତେବେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଶେଷ ହେବ। ପ୍ରାରମ୍ଭରେ ମହିଳା ଜଣକ ଏହାକୁ ଥଟ୍ଟା ଭାବିଥିଲେ। କିନ୍ତୁ ପରଦିନ ସକାଳେ ତାଙ୍କ ସ୍ବାମୀ ଏକ ଇଣ୍ଟରଭ୍ୟୁ ଦେବାକୁ ଯାଉଛି କହି ଘରୁ ବାହାରିଥିଲେ ଏବଂ ଏହା ପରେ ଆଉ ଫେରି ନ ଥିଲେ। ଏହା ପରେ ତାଙ୍କ ସ୍ବାମୀ ଫୋନରେ ମଧ୍ୟ କଥା ହୋଇ ନ ଥିଲେ। ଯୁବତୀ ଜଣଙ୍କ କଥାବାର୍ତ୍ତା କରିବାକୁ ଚେଷ୍ଟା କଲେ, କିନ୍ତୁ ତାଙ୍କ ସ୍ବାମୀ କଥା ହେବାକୁ ମନା କରିଦେଇଥିଲେ। ଅନ୍ୟ ପଟେ ଶାଶୁଘର ଲୋକେ ମଧ୍ୟ ତାଙ୍କୁ ଥଟ୍ଟା କରିବା ଆରମ୍ଭ କରିଥିଲେ। ଏସବୁ ମଧ୍ୟରେ ଯୁବକ ଜଣକ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଛାଡପତ୍ର ନୋଟିସ ପାଇବା ପରେ ମହିଳା ଜଣକ ବହୁତ ଚାପରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?