Posted inଫୁରସତ

ଚତୁର୍ଥୀ ରାତିରେ ସ୍ବାମୀ ରଖିଲେ ଏମିତି ସର୍ତ୍ତ, ଛାଡପତ୍ର ପର୍ଯ୍ୟନ୍ତ ଗଲା କଥା

ରାଞ୍ଚି,୭।୧୨: ଝାଡଖଣ୍ଡର ପୂର୍ବ ସିଂହବୁମ ଜଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ବ୍ୟାଙ୍କ ଅଫିସର ସ୍ବାମୀ ଚତୁର୍ଥୀ ରାତିରେ ସ୍ତ୍ରୀଙ୍କ ଆଗରେ ଏପରି ସର୍ତ୍ତ ରଖିଥିଲେ ଯେ, ଏବେ ଛାଡପତ୍ର ପର୍ଯ୍ୟନ୍ତ କଥା ପହଞ୍ଚିଛି। ଫଳରେ ନବବିବାହିତା ଘର ସଜାଡିବା ପୂର୍ବରୁ ଉଜୁଡିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିବାହର ପ୍ରଥମ ରାତିରେ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ଅଜବ ଅବସ୍ଥା ଶୁଣିବା ପରେ ପୋଲିସ ପାଖରେ ପହଞ୍ଚିଥିଲେ। ବିବାହ ପରେ ହନିମୁନ ଯିବା ପରିବର୍ତ୍ତେ ମହିଳା ଜଣକ କୋର୍ଟ ଏବଂ ପୋଲିସ ଷ୍ଟେଶନକୁ ଯିବାକୁ ବାଧ୍ୟ ହୋଇଛନ୍ତି।
ସୂଚନାନୁସାରେ, ଏହି ମାମଲା ପୂର୍ବ ସିଂହବୁମ ଜିଲାର ପୋଟକା ପୋଲିସ ଷ୍ଟେଶନ ଅଞ୍ଚଳର ଅଟେ। ଏଠାରେ ଥିବା ଏକ ଗାଁର ଜଣେ ଯୁବତୀ ୧୮ ଜୁନ ୨୦୧୮ ରେ ହିନ୍ଦୁ ରୀତିନୀତି ଅନୁଯାୟୀ ପାରସୁଦିର ଜଣେ ଯୁବକଙ୍କୁ ବିବାହ କରିଥିଲେ। ଯୁବକ ଜଣେ ଏମବିଏ ପଢିବା ପରେ ଲକ୍ଷ୍ନୌ ସ୍ଥିତ ଏକ ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ। ଯୁବତୀ ଜଣକ କହିଛନ୍ତି ଯେ, ବିବାହ ପରେ ପ୍ରଥମ ରାତିରେ ସ୍ବାମୀ ତାଙ୍କ ସାମ୍ନାରେ ୨ ବର୍ଷ ମଧ୍ୟରେ ଆଇଏସ ହେବା ପାଇଁ ଏକ ସର୍ତ୍ତ ରଖିଥିଲେ। ଯଦି ସେ ଏହା କରିବାକୁ ସକ୍ଷମ ନୁହଁନ୍ତି ତେବେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଶେଷ ହେବ। ପ୍ରାରମ୍ଭରେ ମହିଳା ଜଣକ ଏହାକୁ ଥଟ୍ଟା ଭାବିଥିଲେ। କିନ୍ତୁ ପରଦିନ ସକାଳେ ତାଙ୍କ ସ୍ବାମୀ ଏକ ଇଣ୍ଟରଭ୍ୟୁ ଦେବାକୁ ଯାଉଛି କହି ଘରୁ ବାହାରିଥିଲେ ଏବଂ ଏହା ପରେ ଆଉ ଫେରି ନ ଥିଲେ। ଏହା ପରେ ତାଙ୍କ ସ୍ବାମୀ ଫୋନରେ ମଧ୍ୟ କଥା ହୋଇ ନ ଥିଲେ। ଯୁବତୀ ଜଣଙ୍କ କଥାବାର୍ତ୍ତା କରିବାକୁ ଚେଷ୍ଟା କଲେ, କିନ୍ତୁ ତାଙ୍କ ସ୍ବାମୀ କଥା ହେବାକୁ ମନା କରିଦେଇଥିଲେ। ଅନ୍ୟ ପଟେ ଶାଶୁଘର ଲୋକେ ମଧ୍ୟ ତାଙ୍କୁ ଥଟ୍ଟା କରିବା ଆରମ୍ଭ କରିଥିଲେ। ଏସବୁ ମଧ୍ୟରେ ଯୁବକ ଜଣକ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଛାଡପତ୍ର ନୋଟିସ ପାଇବା ପରେ ମହିଳା ଜଣକ ବହୁତ ଚାପରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri