Posted inଜାତୀୟ

ବିପିନ ରାଓ୍ବତଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି, ସମସ୍ତଙ୍କ ହୃଦୟ ଜିତିଲା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ.୧୦।୧୨: ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କୁ ପୂରା ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। କେବଳ ଭାରତରେ ନୁହେଁ, ଅନେକ ଦେଶରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଡିସେମ୍ବର ୮ରେ ତାମିଲନାଡୁର କୁନୁରରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ରାୱତ, ତାଙ୍କ ସ୍ତ୍ରୀ ମଧୁଲିକାଙ୍କ ସମେତ ୧୧ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା।
ସୋସିଆଲ ମିଡିଆରେ ସିଡିଏସ ଜେନେରାଲ ବିପିନ ରାୱତଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଭିଡିଓ, ଫଟୋ ଏବଂ ମେସେଜ୍‌ ମାଧ୍ୟମରେ ଲୋକମାନେ ତାଙ୍କୁ ସ୍ମରଣ କରୁଛନ୍ତି। ଆଜିକାଲି ଟୁଇଟର୍‌ରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏହା ଦେଖାଯାଉଛି ଯେ, ଜଣେ ଚିତ୍ରକର ଓସ୍ତ ପତ୍ରରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ଚିତ୍ର ଖୋଦିତ କରିଛନ୍ତି। ଏହା ପରେ ତାଙ୍କୁ ହାତରେ ପବନରେ ଉଡ଼ାଇ ଆକାଶକୁ ଦେଖାଉଛନ୍ତି। ଏହି ଭିଡିଓକୁ ଲୋକେ ପସନ୍ଦ କରୁଛନ୍ତି। ଏହା ଏତେ ଭାଇରାଲ ହୋଇଛି ଯେ ଏହାକୁ କିଛି ମିନିଟରେ ୯୯ ହଜାରରୁ ଅଧିକ ଥର ଦେଖାଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ୧୩ଜଣଙ୍କ ଅନ୍ତିମ ସଂସ୍କାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାୟକ ସିଧୁଙ୍କ ପରିବାର ଲୋକଙ୍କୁ ଭେଟିବେ ରାହୁଲ

ଚଣ୍ଡୀଗଡ଼,୬।୬: ଗାୟକ ସିଧୁ ମୂସେ ୱାଲାଙ୍କ ହତ୍ୟା ଘଟଣାର ଏକ ସପ୍ତାହ ପରେ ତାଙ୍କ ପରିବାର ଲୋକଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭେଟିବେ। ମଙ୍ଗଳବାର...

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି: ୫୦ ପ୍ରତିଶତ କର୍ମଚାରୀ ଘରେ ବସି କରିବେ ଅଫିସ କାମ

ନୂଆଦିଲ୍ଲୀ,୧୯।୩: କରୋନା ଭାଇରସର ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ବି ଓ ସି ଗ୍ରୁପର ୫୦ ପ୍ରତିଶତ ସରକାରୀ କର୍ମଚାରୀ ନିତିଦିନ କାର୍ଯ୍ୟାଳୟ ଆସିବେ ବୋଲି...

ବିଚାରପତି ହେଲେ ଆଇନ ସଚିବ

ନୂଆଦିଲ୍ଲୀ,୧୫ା୧୦(ପି.ଟି.): ପ୍ରଥମ ଥର ଲାଗି ଜଣେ ଜିଲା ଓ ଦୌରାଜଜ୍‌ଙ୍କୁ ସୋମବାର କେନ୍ଦ୍ର ଆଇନ ସଚିବ ନିଯୁକ୍ତ କରାଯାଇଛି। ଅନୁପ କୁମାର ମେଣ୍ଡିରତ୍ତା ଆଇନ ମନ୍ତ୍ରଣାଳୟର...

୫ରେ ଭାରତ ଆସିବେ ହାସିନା

ନୂଆଦିଲ୍ଲୀ,୧ା୯: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଆସନ୍ତା ୫ରେ ଭାରତ ଆସିବେ। ହାସିନା ୫ରୁ ୮ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ ବୋଲି ଗୁରୁବାର ବହିର୍ବ୍ୟାପାର...

ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ

କୋଲକାତା/ଗୁଆହାଟୀ,୨୬ା୩:ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ହାଇଭୋଲ୍ଟେଜ ପ୍ରଚାର ଥମିଛି। ଏହି ପର୍ଯ୍ୟାୟରେ ଶନିବାର ସକାଳ ୮ଟାରୁ ସନ୍ଧ୍ୟା ୬ଟା...

ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଛୁଇଁଲା ୧,୩୧,୮୬୮

ନୂଆଦିଲ୍ଲୀ,୨୪।୫: ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬,୭୬୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା...

ଅମିତ ଶାହଙ୍କ ପରେ କିଏ ହେବ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ: ଏହି ନେତାଙ୍କ ନାଁ ସବୁଠୁ ଆଗରେ

ନୂଆଦିଲ୍ଲୀ, ୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଅମିତ ଶାହ ସ୍ଥାନ ପାଇବା ପରେ ଏବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ ତାକୁ ଚର୍ଚ୍ଚା...

ଆଣ୍ଡାମାନରେ ଭୂକମ୍ପ ଝଟକା

ପୋର୍ଟବ୍ଲେୟାର,୫।୭: ଆଣ୍ଡାମାନ-ନିକୋବର ରାଜଧାନୀ ପୋର୍ଟବ୍ଲେୟାରରେ ମଙ୍ଗଳବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି। ଭୂକମ୍ପର ତୀବ୍ରତା...

Advertisement
Archives

Model This Week