Posted inଫୁରସତ

ଏତେ ବଡ ଇରେଜର୍‌!

ପେନ୍‌ସିଲର ବନ୍ଧୁ ହେଉଛି ଇରେଜର୍‌। ସବୁ ସ୍କୁଲ ପିଲାଙ୍କ ପେନ୍‌ସିଲ ବକ୍ସରେ ଏହା ଥାଏ। ପେନ୍‌ସିଲ୍‌ରେ ଲେଖିବାବେଳେ ଯଦି କିଛି ଭୁଲ ହୋଇଯାଏ ଛୋଟିଆ ଇରେଜର୍‌କୁ ହାତରେ ଧରି ତାକୁ ଲିଭେଇ ଦିଆଯାଏ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ଇରେଜର୍‌ ତିଆରି କରାଯାଇଛି, ଯାହାକୁ ନା ପେନ୍‌ସିଲ ବକ୍ସ ଭିତରେ ରଖି ହେବ। ନା ଛୋଟ ପିଲା ତାକୁ ଉଠାଇ ହାତରେ ଧରିପାରିବେ। କାରଣ ଏହି ଇରେଜର୍‌ ବହୁତ ବଡ଼। ଜାପାନର ଇରେଜର୍‌ ତିଆରି କରୁଥିବା କମ୍ପାନୀ ‘ସିଡ୍‌’ ଏହାକୁ ତିଆରି କରିଛି। ଏସ୍‌-୧୦୦୦୦ ନାମକ ଉକ୍ତ ଇରେଜର୍‌ ପୃଥିବୀର ସବୁଠାରୁ ବଡ଼ ବୋଲି ଦାବି କରାଯାଉଛି। ଏହାର ଓଜନ ୨ କିଲୋ ୨୮୫ ଗ୍ରାମ ହୋଇଥିବାବେଳେ ଏହାର ଦାମ ୧୦୦ ଡଲାର। ଏହି ଇରେଜର୍‌ ଭଲ ଲିଭାଇପାରୁଥିଲେ ହେଁ ଏତେ ବଡ ଇରେଜର୍‌କୁ କିଏ ବା କାହିଁକି କିଣିବ ଅନେକେ ପ୍ରଶ୍ନ କରନ୍ତି। ହେଲେ କମ୍ପାନୀ କିଛି ଭିନ୍ନ କରିଥିବାରୁ ଆତ୍ମସନ୍ତୋଷ ପ୍ରକାଶ କରେ।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri