Posted inଜାତୀୟ

ଆଇଏନ୍‌ଏସ୍‌ ଅରିହନ୍ତରୁ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

ନୂଆଦିଲ୍ଲୀ,୧୫।୧୦: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ଆଣବିକ ଶକ୍ତି ଚାଳିତ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିହନ୍ତରୁ ଶୁକ୍ରବାର ଏକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷା କରାଯାଇଛି। ବଙ୍ଗୋପସାଗରରେ ଏକ ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳକୁ ଏହି ମିସାଇଲ ସଠିକ୍‌ ଟାର୍ଗେଟ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତର ଆକ୍ରମଣ ଦକ୍ଷତା ବୃଦ୍ଧିରେ ଏହା ଏକ ବଡ଼ ମାଇଲଖୁଣ୍ଟ। ଆଣବିକ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ ନିର୍ମାଣ କରିବାରେ ଭାରତ ବିଶ୍ୱରେ ଷଷ୍ଠ ରାଷ୍ଟ୍ର। ୨୦୦୯ ଜୁଲାଇରେ କାର୍ଗିଲ ବିଜୟ ଦିବସ ଅବସରରେ ଏହି ବୁଡ଼ାଜାହାଜକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ତ୍ରୀ ଗୁରୁଶରଣ କୌର ଶୁଭାରମ୍ଭ କରିଥିଲେ। କେ-୧୫ ଏବଂ କେ-୪ ଭାରତ ନିର୍ମିତ ସବ୍‌ମାରିନ୍‌ ଲଞ୍ଚ୍‌ଡ ବାଲିଷ୍ଟିକ୍‌ ମିସାଇଲ ଯାହାର ଲକ୍ଷ୍ୟଭେଦ କ୍ଷମତା ୩,୫୦୦ କିଲୋମିଟର।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ଝଟ୍‌କା: ଦଳ ଛାଡି ଭାଜପାରେ ଯୋଗ ଦେଲେ ୨ ବିଧାୟକ

ଇମ୍ଫାଲ,୮।୧୧: ମଣିପୁରରେ କଂଗ୍ରେସ ଏକ ବଡ଼ ଝଟ୍‌କା ଲାଗିଛି। ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସୋମବାର କଂଗ୍ରେସର ଦୁଇ ଜଣ ବିଧାୟକ...

ଅକ୍ଟୋବରରେ ୩୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ

ଦିଲ୍ଲୀ,୧୨ା୧୧(ଆଇଏଏନ୍‌ଏସ୍‌)- ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ଅକ୍ଟୋବର ମାସରେ ୩୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ୨୦୧୯ ବର୍ଷରେ ଏହା ସର୍ବାଧିକ ଅସ୍ତ୍ରବିରତି ଉଲ୍ଲଂଘନ...

୬୨ ପ୍ରତିଶତ ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅମଙ୍ଗ…

ମୁମ୍ବାଇ, ୨୪।୧ : ସୋମବାରଠାରୁ ମହାରାଷ୍ଟ୍ରରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ଲାଗି ସରକାର ଘୋଷଣା କରିଛନ୍ତି। ଏହା ଦ୍ୱାରା ଏବେ ବିଦ୍ୟାଳୟରେ...

ଯେଉଁଠି ବାଦୁଡିଙ୍କୁ କରାଯାଏ ପୂଜା

ଏମିତି ତ ଆପଣ ବାଦୁଡ଼ି ଦେଖିଥିବେ। ବାଦୁଡି ଘରେ ବସିଲେ ତାକୁ ଅଶୁଭ ମନେ କରାଯାଏ କିନ୍ତୁ ବିହାରର ବୈଶାଳୀ ଜିଲାରେ ରାଜାପାକର ପ୍ରଖଣ୍ଡରେ ସରସଇ...

ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୧୧।୧୧: ଜମ୍ମୁ-କଶ୍ମୀରର ଶୋପିଆନ ଜିଲାର କପ୍ରିନ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଏହି ଏନକାଉଣ୍ଟରରେ ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ...

ଜମ୍ମୁ-କଶ୍ମୀର-ଲଦାଖକୁ ଅଲଗା ଦେଶ ଦର୍ଶାଇଲା ଟୁଇଟର୍‌…

ନୂଆଦିଲ୍ଲୀ,୨୮।୬: ଭାରତ ଏବଂ ଟୁଇଟର ମଧ୍ୟରେ ବିବାଦ ଥମିବାର ନାଁ ଧରୁନି। ଏବେ ଟୁଇଟର୍‌ରେ ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଅଲଗା ଦେଶ ଭାବେ ଦର୍ଶାଯାଇଛି। ଟୁଇଟର୍‌...

୫୦୦ ଏକର ସରକାରୀ ଜମି ହଡ଼ପ ମାମଲା: ଚପରାସୀଙ୍କୁ ଆଜୀବନ କରାଦଣ୍ଡ

ଭୋପାଳ,୧।୩: ମଧ୍ୟପ୍ରଦେଶରେ ସରକାରୀ ଜମି ହଡ଼ପ ମାମଲାରେ ଜଣେ ଚପରାସୀଙ୍କୁ ଆଜୀବନ କାରାଦଣ୍ଡାଦେଶ କରାଯାଇଛି। ଭୋପାଳରେ ଜିଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ବାବୁଲାଲ ସୁନହରେଙ୍କ ବିରୋଧରେ...

ମହିଳା ଶୋଭାଯାତ୍ରାର ନେତୃତ୍ୱ ନେବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୨।୧୨(ଆଇଏଏନ୍‌ଏସ୍‌): କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଏବେ ରାଜସ୍ଥାନରେ ପହଞ୍ଚତ୍ଛି। ସମସ୍ତ ରାଜ୍ୟ ରାଜଧାନୀରେ ମହିଳା ଶୋଭାଯାତ୍ରା କରିବା ଲାଗି ଦଳ ଯୋଜନା କରିଛି। ଏଥିରେ...

Advertisement
Archives

Model This Week