ପ୍ରଚେଷ୍ଟାରୁ ପ୍ରତିଷ୍ଠିତ ବ୍ୟବସାୟୀ ତାରିଣୀ ପ୍ରସାଦ

ମେଧାବୀ ଛାତ୍ର ଜଣକ ମନରେ ଅନେକ ଆଶା ବାନ୍ଧି କେନ୍ଦୁଝରରୁ ଭୁବନେଶ୍ୱର ଉଚ୍ଚଶିକ୍ଷା ପାଇଁ ଆସି ସଫଳତାର ସହ ଶିକ୍ଷା ଶେଷକରି ନିଯୁକ୍ତି ପାଇଁ ପ୍ରସ୍ତୁତି କରୁଥାନ୍ତି। ହେଲେ ସମୟକ୍ରମେ ପାରିବାରିକ ଘଟଣା ପାଇଁ ସେ ଭୁବନେଶ୍ୱରରୁ କେନ୍ଦୁଝରକୁ ଫେରିଆସନ୍ତି। ଏପରିକି ପାରିବାରିକ ବ୍ୟବସାୟ ସହିତ ବାପାଙ୍କ ସହ ସହଯୋଗୀ ହେବାକୁ ପଡ଼ିଥିଲା। କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଅଳ୍ପ ଦିନରେ ଅନେକ କିଛି ସଫଳତା ହାସଲ କରିଛନ୍ତି। ପରବର୍ତ୍ତୀ ସମୟରେ ସେ ଖଣି ବ୍ୟବସାୟରେ ପ୍ରବେଶକରି ଆଶାନୁରୂପ ସଫଳତା ମଧ୍ୟ ପାଇଛନ୍ତି। ସେହି ସଫଳ ଖଣି ବ୍ୟବସାୟୀ ତଥା ମେସର୍ସ ଟି.ପି. ମହାନ୍ତି ପ୍ରା.ଲି.ର ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରସାଦ ମହାନ୍ତିଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ….

ପ୍ର-୧: ଖଣି ବ୍ୟବସାୟର ଯାତ୍ରା କିଭଳି ରହିଛି?
ଉ- ୮୦ଦଶକରେ ପରିସ୍ଥିତିରେ ପଡ଼ି ମୋତେ ଭୁବନେଶ୍ୱରରୁ କେନ୍ଦୁଝର ଫେରିବାକୁ ପଡ଼ିଥିଲା। ଏପରିକି ବହୁ ଘାତ ପ୍ରତିଘାତ ମଧ୍ୟରେ ପରିବାର ଓ ପାରିବାରିକ ବ୍ୟବସାୟରେ ଜଡ଼ିତ ହେବା ସାଙ୍ଗକୁ ଅନ୍ୟ ବ୍ୟବସାୟରେ ମଧ୍ୟ ଜଡ଼ିତ ହୋଇ ରହିଲି। ବିଶେଷକରି କେନ୍ଦୁଝର ଏକ ଖଣିଭିତ୍ତିକ ଜିଲା ହୋଇଥିବାରୁ ୯୦ ଦଶକରେ ମୁଁ ଖଣି ବ୍ୟବସାୟରେ ପ୍ରବେଶ କରିବାକୁ ଆବଶ୍ୟକ ପ୍ରୟାସ ଓ ପ୍ରଚେଷ୍ଟା ଆରମ୍ଭ କରିଥିଲି। ଦୀର୍ଘ ୧୮ ବର୍ଷର କସରତ ଓ ନୀତିନିୟମ ଏବଂ ପ୍ରଣାଳୀ ମଧ୍ୟରେ ଅହରହ ଚେଷ୍ଟା ପରେ ୨୦୦୯ରେ ଆନୁଷ୍ଠାନିକ ଭାବେ ଖଣି ବ୍ୟବସାୟରେ ପ୍ରବେଶ କରିଥିଲି। ପରବର୍ତ୍ତୀ ସମୟରେ ଆବଶ୍ୟକ ସରକାରୀ କାଗଜପତ୍ର ଓ ପ୍ରତିକୂଳ ପରିସ୍ଥିତିରେ ବ୍ୟବସାୟ ଜାରି ରହିଛି। ବହୁ ଘାତ ପ୍ରତିଘାତ ଓ ଆଇନକାନୁନ ସହ ବୃହତ୍‌ ଖଣି କମ୍ପାନୀ ତଥା ଲିଜ୍‌ଧାରୀଙ୍କ ମଧ୍ୟରେ ବ୍ୟବସାୟ ଅଗ୍ରସର ହୋଇଚାଲିଛି।
ପ୍ର-୨: ୨୦୦୦ମସିହା ପୂର୍ବ ଏବଂ ପରବର୍ତ୍ତୀ ଖଣି ଆବଣ୍ଟନକୁ କିଭଳି ଦେଖୁଛନ୍ତି?
ଉ- ୨୦୦୦ ମସିହାର ପୂର୍ବ ୨୦ବର୍ଷ (୧୯୮୦) ଏବଂ ପରବର୍ତ୍ତୀ ୨୦ବର୍ଷ (୨୦୨୦) ମଧ୍ୟରେ ଅନେକ ଫରକ ଏବଂ ପରିବର୍ତ୍ତନ ଆସିଛି। ବିଶେଷକରି ବର୍ତ୍ତମାନ ସମୟରେ ଖଣି ଲିଜ୍‌ଧାରୀମାନେ ବୃହତ୍‌ ବିଡର ହୋଇଥିବା ବେଳେ ସ୍ଥାନୀୟ ଏବଂ ମଧ୍ୟମ ବର୍ଗର ବିଡରମାନେ ଅନେକାଂଶରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ୮୦ ଓ ୯୦ଦଶକରେ ସରକାର ସ୍ଥାନୀୟ ଖବରକାଗଜ ମାଧ୍ୟମରେ ସମ୍ପୃକ୍ତ ଖଣିର ବିବରଣୀ ସହ ନିଲାମୀ ପ୍ରକ୍ରିୟାକୁ ତ୍ୱରାନ୍ବିତ କରୁଥିବା ବେଳେ ବର୍ତ୍ତମାନ ଅନେକ ସରକାରୀ ନୀତିନିୟମ ଏବଂ ଅନ୍‌ଲାଇନ ଜରିଆରେ ଖଣି ନିଲାମ କରାଯାଉଛି। ସେହିଭଳି ସେ ସମୟରେ ବିଡରମାନେ ଆଶାପୋଷଣ କରୁଥିବା ବେଳେ ବର୍ତ୍ତମାନ ଭାଗ୍ୟରେ ଥିଲେ ମିଳିବ ବୋଲି ଆକଳନ କରାଯାଉଛି।
ପ୍ର-୩: ଡିଏମ୍‌ଏଫ୍‌ ବିଷୟରେ କ’ଣ କହିବେ?
ଉ- ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ସମ୍ପୃକ୍ତ ଜିଲାର ଅତ୍ୟାବଶ୍ୟକ ବିକାଶ କାର୍ଯ୍ୟରେ ବିନିଯୋଗ ପାଇଁ ଉଭୟ ସରକାର ଓ ଜିଲା ପ୍ରଶାସନ ଜରିଆରେ କାର୍ଯ୍ୟକାରୀ କରାଯାଇଥାଏ। ହେଲେ ବର୍ତ୍ତମାନ ସମୟରେ ଉକ୍ତ ପାଣ୍ଠି ଅବାଟରେ ବିନିଯୋଗ ହେଉଛି। ସରକାର ଉକ୍ତ ପାଣ୍ଠିକୁ ସମ୍ପୃକ୍ତ ଜିଲାର ବିକାଶ ସହ ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ ଓ ଗମନାଗମନ (ରାସ୍ତା) ଦିଗରେ ଠିକ୍‌ ଭାବେ ବିନିଯୋଗ କରିପାରିଲେ ସବୁ ବର୍ଗଙ୍କର ବିକାଶ ଓ ଉନ୍ନତି ହୋଇପାରିବ। ସରକାର ଉକ୍ତ ପାଣ୍ଠି ସୁବିନିଯୋଗ କଲେ ଉଭୟ ଖଣି ଅଞ୍ଚଳର ଅଧିବାସୀ ଓ ଜିଲାର ବିକାଶ ଏବଂ ଅଭିବୃଦ୍ଧି ଘଟିପାରିବ ବୋଲି ଆଶା କରାଯାଉଛି।
ପ୍ର-୪: ଖଣି ବ୍ୟବସାୟରେ ସ୍ବଚ୍ଛତା କିଭଳି ଆସିପାରିବ ?
ଉ- ପ୍ରତି ବ୍ୟବସାୟରେ ବ୍ୟବସାୟୀଙ୍କ ଆଭିମୁଖ୍ୟ ଓ ସଚ୍ଚୋଟତା ଉପରେ ଉକ୍ତ ବ୍ୟବସାୟର କାର୍ଯ୍ୟଧାରା ଓ ଶୈଳୀ ନିର୍ଭର କରିଥାଏ। ପୂର୍ବର ଖଣି ବ୍ୟବସାୟ ସମ୍ପର୍କରେ ବିଶେଷ ଅବଗତ ନୁହେଁ। କିନ୍ତୁ ୨୦୦୦ ପରଠାରୁ ଖଣି ବ୍ୟବସାୟରେ ଅନେକ ପରିବର୍ତ୍ତନ ସହ ସ୍ବଚ୍ଛତା ରହିଛି। ଏପରିକି ଧୀରେ ଧୀରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ସାଙ୍ଗକୁ ନିୟମ ମଧ୍ୟ କଡ଼ାକଡ଼ି ହୋଇଯାଇଛି। ବର୍ତ୍ତମାନ ଖଣି ବ୍ୟବସାୟରେ ବ୍ୟାପକ ସ୍ବଚ୍ଛତା ଆସିଛି। ଆଗକୁ ମଧ୍ୟ ଆହୁରି ସ୍ବଚ୍ଛତା ରହିବ ବୋଲି ଆଶା କରାଯାଉଛି।
ପ୍ର-୫: ନୂତନ ଖଣି ବ୍ୟବସାୟୀ ବା ଯୁବ ଉଦ୍ୟୋଗୀଙ୍କୁ କ’ଣ କହିବେ?
ଉ- ବ୍ୟବସାୟ ପ୍ରତି ଯୁବବର୍ଗ ଆଗ୍ରହ ଦେଖାଇବା ଭଲ କଥା, ହେଲେ ଆଗ୍ରହକୁ ଉଚିତ ମାର୍ଗରେ ଆଗେଇନେଇ ସେହି ଅନୁଯାୟୀ କାର୍ଯ୍ୟ କରିବାକୁ ହେବ। ବିଶେଷକରି ଖଣି ବ୍ୟବସାୟରେ ପରିବେଶ ଓ ପରିସ୍ଥିତିକୁ ଆଖି ଆଗରେ ରଖି ବ୍ୟବସାୟ କରିବାକୁ ହେବ।
ପ୍ର- ୬: ଅବସର ସମୟରେ କ’ଣ କରିବାକୁ ଭଲ ପାଆନ୍ତି ?
ଉ- ଅବସର ସମୟରେ ପରିବାର ଓ ପରିଜନଙ୍କ ସହିତ ସମୟ ବିତାଇବା ସହ ବିଦେଶ ଭ୍ରମଣ ଓ ସ୍ବଦେଶୀ ପର୍ଯ୍ୟଟନସ୍ଥଳ ବୁଲିବାକୁ ଭଲଲାଗେ। ଏପରିକି ବ୍ୟବସାୟରେ ଜଡ଼ିତ ଥିବାରୁ ବିଭିନ୍ନ ଦିଗ ଓ ସରକାରୀ ନୀତିନିୟମ ସମ୍ପର୍କରେ ଅବଗତ ହେବା ସହ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ଚର୍ଚ୍ଚା, ଆଲୋଚନା କରିବାକୁ ଭଲଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

‘ପରାଜୟ ପରେ ECI ଉପରେ ଆକ୍ରମଣ’ SIR-ନିର୍ବାଚନ ଆୟୋଗ ବିବାଦ ଉପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଭାଜପା ନିଜର ପ୍ରଥମ ପ୍ରତିକ୍ରିୟା ରଖିଛି। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଭାଜପା ଏମପି ସମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?