ବିଜେଡି ସଫଳତା ଦେଖି ବିରୋଧୀ ଆଶ୍ଚର୍ଯ୍ୟ

ଭୁବନେଶ୍ୱର, ୨୮ା୨(ବ୍ୟୁରୋ): ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ଗଣତି ଏକପାଖିଆ ଭାବେ ବିଜେଡି ସପକ୍ଷରେ ଯିବାରେ ଲାଗିଛି। ୬୦୦ ଜିଲା ପରିଷଦ ଆସନ ମଧ୍ୟରୁ ପ୍ରାୟ ୫୪୮ ଆସନରେ ବିଜେଡି ଆଗୁଆ ରହିଛି। ବିଜେଡି ତୁଳନାରେ ଭାଜପା, କଂଗ୍ରେସ ଏବଂ ସ୍ବାଧୀନ ପ୍ରାର୍ଥୀ ବହୁ ପଛରେ ରହିଛନ୍ତି। ଗତଥର ତୁଳନାରେ ବିଜେଡି ଏଥର ସମଗ୍ର ରାଜ୍ୟରେ ଅତ୍ୟନ୍ତ ଭଲ ପ୍ରଦର୍ଶନ ଜାରି ରଖିଛି। ଶାସକ ଦଳର ଏଭଳି ସଫଳତା ଆସିବା ପରେ ବିରୋଧୀ ଏକ ପ୍ରକାର ଚିନ୍ତାରେ ପଡ଼ିଯାଇଛନ୍ତି। ଗୋଟିଏ ଦଳ ସପକ୍ଷରେ ଏକପାଖିଆ ଜନମତ ପରେ ବିରୋଧୀ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହି ପାଲଟା ଜବାବ ଦେଇଛନ୍ତି। ହେଲେ ରାଜ୍ୟରେ ଲଗାତର ୨୨ ବର୍ଷର ଶାସନ ପରେ ସୁଦ୍ଧା ବିଜେଡିକୁ ଏଭଳି ଏକପାଖିଆ ଜନସମର୍ଥନ ମିଳିବା ପରେ ବିରୋଧୀ ଏକ ପ୍ରକାର ଧରାଶାୟୀ ହୋଇପଡ଼ିଛନ୍ତି। ସେହିଭଳି ବିଜେଡି ପ୍ରତି ଲୋକଙ୍କର ଏପରି ଏକପାଖିଆ ସମର୍ଥନ ମିଳିବାର କାରଣ କ’ଣ ବୋଲି ସବୁଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସେହିପରି ପଞ୍ଚାୟତ ଭୋଟ ପୂର୍ବରୁ ବିଜେଡି ନେତୃତ୍ୱ ସବୁଠାରେ ବିରୋଧୀଙ୍କୁ ଦଳରେ ସାମିଲ କରି ମଧ୍ୟ ନିଜ ଭୋଟକୁ ବହୁଗୁଣରେ ବୃଦ୍ଧି କରିପାରିଛନ୍ତି। ଏହାକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଲୋକମାନେ ଗୋଟିଏ ଦଳକୁ ଭରସା କରି ମତ ଦେଉଛନ୍ତି। ରାଜ୍ୟରେ ବିରୋଧୀଙ୍କୁ ନିଶ୍ଚିହ୍ନ କରିବାକୁ ଚାହୁଁଛନ୍ତି। ଏହା ନିଶ୍ଚୟ ଗଣତାନ୍ତ୍ରିକ ଉପାୟ। ଲୋକଙ୍କ ମାନସିକତା, ଉପସ୍ଥିତି ଏବଂ ଆଲୋଚନା ଆଭାସ ଦେଇଥିଲା କିଛି ପରିବର୍ତ୍ତନ ହେବାକୁ ଯାଉଛି। ଲୋକମାନେ ମଧ୍ୟ ପରିବର୍ତ୍ତନ କଲେ ହେଲେ ଯାହା ଚାହୁଁଥିଲୁ ତା’ର ସମ୍ପୂର୍ଣ୍ଣ ଓଲଟା କଲେ ବୋଲି ନରସିଂହ କହିଛନ୍ତି। ଭାଜପା ଏମ୍‌ପି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଏହା ଜନାଦେଶ ନୁହେଁ ବରଂ ଧନାଦେଶ। ସରକାରୀ କଳ ଓ ପ୍ରଶାସନର ଏଭଳି ରାଜନୀତୀକରଣ ସମ୍ପୂର୍ଣ୍ଣ ନିର୍ଲଜ୍ଜତାପୂର୍ଣ୍ଣ। ଯେପରି ଭୋଟ ହଜାର, ୫ ହଜାରରେ କିଣାଗଲା ଏହା ଏକ ପ୍ରକାର ଗଣତନ୍ତ୍ରର ହତ୍ୟା ସହ ସମାନ। ସତ୍ୟର କଣ୍ଠରୋଧ କରାଯାଇଛି। ଲୋକମାନେ ମଧ୍ୟ ଏସବୁକୁ ଗମ୍ଭୀରତାର ସହ ନେଇଛନ୍ତି ବୋଲି ପ୍ରତାପ କହିଛନ୍ତି। ବିଜେଡି ନେତା ପ୍ରତାପ ଦେବ ଉଭୟ କଂଗ୍ରେସ ଓ ଭାଜପାକୁ ଜବାବ ଦେଇ କହିଛନ୍ତି, ସରକାରୀ କଳ, ବାହୁବଳ, ଧନବଳ କଥା କହିବା ବିରୋଧୀଙ୍କ ପାଇଁ ନୂଆ ନୁହେଁ। ଜନାଦେଶକୁ ଏସବୁ ଲୋଭ କେବେହେଲେ ବଦଳାଇ ପାରିବନି। ଭାଜପା କେନ୍ଦ୍ରରେ ସରକାରରେ ଅଛି। ନିର୍ବାଚନ କମିଶନରଙ୍କ ତଥ୍ୟ ମୁତାବକ ଭାଜପାର ମଧ୍ୟ ଧନାଭାବ ନାହିଁ। ରେକର୍ଡ କହୁଛି, ସର୍ବାଧିକ ଅର୍ଥ ଭାଜପା ପାଖରେ ରହିଛି। ତେଣୁ ସେମାନେ ଏଭଳି କଥା କହି ଉତ୍ତର ଦେବା ଅନୁଚିତ। ନିଜ ଘର ନ ସଜାଡି ଅନ୍ୟ ଘରକୁ କାହିଁକି ଲୋକମାନେ ଗଲେ ବୋଲି ପ୍ରଶ୍ନ କରିବା ଠିକ୍‌ ନୁହେଁ ବୋଲି ପ୍ରତାପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

ନବରାତ୍ରୀ ଆରମ୍ଭରୁ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରଚୁର ଧନବର୍ଷା ସହ ଘରକୁ ଆସିବ ଖୁସି ଖବର

ଶାରଦୀୟ ନବରାତ୍ରୀର ପବିତ୍ର ପର୍ୱ ୧୧ ଅକ୍ଟୋବର, ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ନବରାତ୍ରୀର ପ୍ରଥମ ଦିନରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କଳସ ସ୍ଥାପନ କରାଯାଏ…

ODI ବ୍ୟାଟ୍ସମ୍ୟାନଙ୍କ ଟପ-୧୦ରେ ସାମିଲ ହେଲେ କେଏଲ ରାହୁଲ, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ ଅଛନ୍ତି

ନୂଆଦିଲ୍ଲୀ,୭।୧୦: ODI କ୍ରିକେଟରେ ଭାରତୀୟ ବ୍ୟାଟରମାନଙ୍କର ପ୍ରାଧାନ୍ୟ ପୁଣିଥରେ ସ୍ପଷ୍ଟ ହୋଇଛି। ସାମ୍ପ୍ରତିକ ICC ରାଙ୍କିଙ୍ଗରେ, କେ.ଏଲ. ରାହୁଲ ଏକ ବଡ଼ ଧରଣର ଅଗ୍ରଗତି କରି ଶ୍ରେଷ୍ଠ…

ଇନଷ୍ଟାଗ୍ରାମ୍ ପ୍ରେମିକଙ୍କ ସହ ବିବାହ କରିବାକୁ ରାଜି ହେଲେନି ମା’; ଏମିତି ହତ୍ୟା କଲେ ଝିଅ, ଶୁଣିଲେ ଥରିଉଠିବ ଛାତି

ନୂଆଦିଲ୍ଲୀ,୭ା୧୦: ହରିୟାଣାର ସୋନିପତରୁ ଆସିଛି ଛାତିଥରା ଘଟଣା।ଇନଷ୍ଟାଗ୍ରାମ୍‌ରେ ହୋଇଥିବା ପ୍ରେମ ଓ ବିବାହ କରିବାକୁ ନେଇ ମା’ ପ୍ରତିବନ୍ଧକ ସାଜିବାରୁ ନିଜ ପ୍ରେମିକ ସହ ମିଶି ମା’ଙ୍କୁ…

ଘର ଦୋହଲିଲା, ଟିଭି ଭାଙ୍ଗିଲା! ଗାଁଲୋକଙ୍କ ଅଭିଯୋଗ ପରେ ବେଆଇନ ପଥର ଖାଦାନ ଉପରେ ଚଢ଼ାଉ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଆଙ୍କୋରଡ଼ା ମୌଜା ବଡ଼ଢ଼ିମିରା ପାହାଡ଼ରେ ବେଆଇନ ପଥର ଖନନ ଓ ବ୍ଲାଷ୍ଟିଂ ଅଭିଯୋଗ ହୋଇଛି। ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?