ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ ବିରୋଧ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ବର୍ଦ୍ଧିତ ବିଦ୍ୟୁତ୍‌ ଦେୟ ଦେଇ ରାଜ୍ୟବାସୀ ଶୋଷଣର ଶିକାର ହେବାକୁ ଯାଉଛନ୍ତି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି। ଏନେଇ ଦଳର ରାଜ୍ୟ କମିଟି ସଭାପତି ରବି ବେହେରା କହିଛନ୍ତି, ହାଇକୋର୍ଟ ନିର୍ଦ୍ଦେଶ ସତ୍ତ୍ବେ ବେଦାନ୍ତ ତା’ର ଥର୍ମାଲ ପାୱାର ପ୍ଲାଣ୍ଟରୁ ବିଜୁଳି ନ ଦେବା ପାଇଁ ଚକ୍ରାନ୍ତ କରି ବାର୍ଷିକ ରକ୍ଷଣାବେକ୍ଷଣ ନାମରେ ଗତ ସୋମବାର ଅର୍ଥାତ୍‌ ୨୧ ତାରିଖରୁ ପ୍ଲାଣ୍ଟକୁ ବନ୍ଦ କରିଛି। ଫଳରେ ଓ.ଇ.ଆର୍‌.ସି. ଗତ ସପ୍ତାହକ ତଳେ ତଥା ଗତ ଶନିବାର ଦେଇଥିବା ରାୟ ମୂଲ୍ୟହୀନ ହୋଇଗଲା ବୋଲି ବେହେରା କହିଛନ୍ତି। ଗ୍ରୀଡ୍‌କୋ ରାଜ୍ୟବାସୀଙ୍କୁ ବିଜୁଳି ଯୋଗାଇବା ପାଇଁ ବର୍ତ୍ତମାନ ବାହାରୁ ବିଜୁଳି କିଣିବ। ୟୁନିଟ୍‌ ପିଛା ୨ଟଙ୍କା ୫୨ ପଇସା ବଦଳରେ ଏବେ ୪ଟଙ୍କା ୬୯ ପଇସାରେ ବିଜୁଳି କିଣାହେବ, ଯାହାର ବୋଝ ବୋହିବେ ୯୨ଲକ୍ଷ ଗ୍ରାହକ। ତିନିମାସକୁ ହାରାହାରି ୧୬୩ କୋଟି ଟଙ୍କା ଗଣିବେ। ବେଦାନ୍ତ – ଓଇଆର୍‌ସି – ଗ୍ରୀଡ୍‌କୋ- ଶକ୍ତି ବିଭାଗର ଇନ୍ଦ୍ରଜାଲ ଭିତରେ ରାଜ୍ୟବାସୀ ଫସିଯାଇଛନ୍ତି। ବିଦ୍ୟୁତ୍‌ ଘରୋଇକରଣ ଓ ସଂସ୍କାର ନାମରେ ଦୀର୍ଘ ୨୭ ବର୍ଷ ହେଲା ରାଜ୍ୟବାସୀ ଶୋଷଣର ଶିକାର ହେବାରେ ଲାଗିଛନ୍ତି। ତେଣୁ ସରକାର ତୁରନ୍ତ ବିଦ୍ୟୁତ୍‌ ସଂସ୍କାର ଉପରେ ଏକ ‘ଶ୍ୱେତପତ୍ର’ ପ୍ରକାଶ କରନ୍ତୁ ଓ ରାଜ୍ୟବାସୀଙ୍କୁ ବର୍ଦ୍ଧିତ ଶୁଳ୍କ କବଳରୁ ରକ୍ଷା କରନ୍ତୁ। ତାହା ନ ହେଲେ ଆଗାମୀ ଦିନରେ ବିଦ୍ୟୁତ୍‌ ଶୁଳ୍କକୁ ନେଇ ଜନଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବେହେରା ସତର୍କ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରୁ ଆଜି ୧୬୮ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୭।୯-କଟକ ସହରରୁ ଆଜି ଆଉ ୧୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୮୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌...

ଓଟିଭି ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ଓଟିଭି ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିବାକୁ କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ ସୋମବାର ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଚିଠି ଲେଖି...

ଆଜି ଅପରାହ୍ନ ୨ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ଗୁରୁବାର ଅପରାହ୍ନ ୨ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ ଜରିଆରେ ସେ ବାର୍ତ୍ତା ଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ...

୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଗସ୍ତ ସମୟରେ ସେ ଶନିବାର ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଆୟୋଜିତ ହେବାକୁ ଥିବା...

ଚାହିଦା ମେଣ୍ଟାଇପାରୁନି ଚିଲିକା ମାଛ: ଜୀବିକା ହରାଉଛନ୍ତି ମତ୍ସ୍ୟଜୀବୀ

ଚିଲିକା, ୧୨।୧୦(ଡି.ଏନ.ଏ.): ଚିଲିକା ଉପରେ ପେଟପାଟଣା ପାଇଁ ନିର୍ଭରଶୀଳ ୨ ଲକ୍ଷ ମତ୍ସ୍ୟଜୀବୀ ଏବେ ଚିନ୍ତାରେ ପଡିଛନ୍ତି। ଚିଲିକାକୁ ଭାତହାଣ୍ଡି ମନେକରି କୌଳିକ ବୃତ୍ତି ଭାବେ...

ଖୋଲିଲା ପଞ୍ଚାୟତସ୍ତରୀୟ ଟିଏମ୍‌ସି ସେଣ୍ଟର

ରସାଳପୁର,୩୧।୩(ଡି.ଏନ୍‌.ଏ.)-ମହାମାରୀ କରୋନାକୁ ନେଇ ଏବେ ସାରା ବିଶ୍ୱ ଆତଙ୍କିତ। ଏଭଳି ପରିସ୍ଥିତିରେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ...

ପ୍ରତିମାସ ୨୩ରେ ଛତୁଆ ମିଶ୍ରଣ, ୧ରେ ବଣ୍ଟନ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ସମନ୍ବିତ ଶିଶୁ ବିକାଶ ଯୋଜନାରେ ରାଜ୍ୟର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୂତିଙ୍କ ଅତିରିକ୍ତ ପୁଷ୍ଟି ସାଧନ ପାଇଁ...

ବିଧାନସଭାରେ ମମିତା ତାତି

ଭୁବନେଶ୍ୱର, ୨।୧୨(ବ୍ୟୁରୋ): କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ବୁଧବାର ବିଧାନସଭା ହୁଲସ୍ଥୂଲ ହୋଇଛି। ଶୀତକାଳୀନ ଅଧିବେଶନ ଆରମ୍ଭରୁ ଏକ...

Advertisement
Archives

Model This Week