ଇ-ଯାନ ମାଲିକଙ୍କୁ ସବ୍‌ସିଡି

ଭୁବନେଶ୍ୱର, ୨ା୪(ବ୍ୟୁରୋ): ରାଜ୍ୟରେ ପରିବେଶ ଅନୁକୁଳ ଇ-ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ। ଏଥିଲାଗି ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ବିଦ୍ୟୁତ୍‌ ଯାନ ସବ୍‌ସିଡି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ପୋର୍ଟାଲକୁ ବ୍ୟାଙ୍କ ଅନ୍‌ଲାଇନ୍‌ ପେମେଣ୍ଟ୍‌ ବ୍ୟବସ୍ଥା ସହ ସଂଯୋଗ କରି ୧୦୦ ପ୍ରତିଶତ ସ୍ବୟଂକ୍ରିୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ଆର୍‌ଟିଓ-୨ରେ ପଞ୍ଜୀକୃତ ୨ଚକିଆ ବିଦ୍ୟୁତ୍‌ ଯାନ ମାଲିକ ତ୍ରିଲୋଚନ ବେହେରା ପ୍ରଥମ ବ୍ୟକ୍ତି ଭାବେ ଏହି ସବ୍‌ସିଡିର ଲାଭ ଉଠାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିଲାଗି ଆବଶ୍ୟକ ମଞ୍ଜୁରୀ ଦିଆଯାଇଛି।
ପୋର୍ଟାଲ ବିଷୟରେ ସୂଚନା ଦେଇ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି, ଓଡ଼ିଶାର ବିଦ୍ୟୁତ୍‌ ଯାନ ନିୟାମକ ଏକ ପ୍ରଗତିଶୀଳ ଏବଂ ଆଗୁଆ ନିୟମ। ଏହାର ସରଳ କାର୍ଯ୍ୟାନ୍ବୟନ ନିମନ୍ତେ ଏନ୍‌ଆଇସିଙ୍କ ବୈଷୟିକ ସହାୟତାରେ ପ୍ରସ୍ତୁତ ୱେବ୍‌ ପୋର୍ଟାଲ ଦେଶରେ ସର୍ବପ୍ରଥମ। ପରିବହନ ଆୟୁକ୍ତ ଅରୁଣ ବୋଥ୍ରା କହିଛନ୍ତି, ବିଦ୍ୟୁତ୍‌ ଯାନ ମାଲିକଙ୍କୁ ସିଧାସଳଖ ଏହି ପୋର୍ଟାଲ ମାଧ୍ୟମରେ ସବ୍‌ସିଡି ପ୍ରଦାନ କରାଯିବ। ଏଥିପାଇଁ ସେମାନଙ୍କୁ ଆର୍‌ଟିଓ ଅଫିସ୍‌କୁ ଦୌଡିବାକୁ ପଡିବ ନାହିଁ। ୨୦୨୧ ସେପ୍ଟେମ୍ବର ପରଠାରୁ କିଣାଯାଇଥିବା

ସମସ୍ତ ଇ-ଯାନ ମାଲିକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ। ୨ ଚକିଆ ଇ-ଯାନ ପାଇଁ ସର୍ବାଧିକ ୫ ହଜାର, ୩ ଚକିଆ ଇ-ଯାନ ସର୍ବାଧିକ ୧୦ ହଜାର ଏବଂ ୪ ଚକିଆ ଇ-ଯାନ ସର୍ବାଧିକ ୫୦ ହଜାର ପର୍ଯ୍ୟନ୍ତ ସବ୍‌ସିଡି ପ୍ରଦାନ ପରାଯିବ। ଏହି ବ୍ୟବସ୍ଥା ଆସନ୍ତା ୪ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ୨ ଚକିଆ ଇ-ଯାନ ସବ୍‌ସିଡି ଲାଗି ‘ଫାଷ୍ଟର ଆଡପ୍ସନ୍‌ ଆଣ୍ଡ୍‌ ମାନୁଫାକ୍ଚରିଂ ଅଫ୍‌ ଇଲେକ୍ଟ୍ରିକ୍‌ ଭେଇକିଲ ସ୍କିମ୍‌’ର ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ପଡ଼ିବ।
ସୂଚନାଯୋଗ୍ୟ, ରାଜ୍ୟରେ ଇ-ଯାନ ପାଇଁ ଗାଡ଼ି ପଞ୍ଜୀକରଣ ଦେୟ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ବର୍ତ୍ତମାନ ଏହି ବର୍ଗର ଗାଡିର ମାଲିକମାନେ ଏହି ସୁବିଧା ପାଉଛନ୍ତି। ସବ୍‌ସିଡି ପାଇବା ପାଇଁ ସମ୍ପୃକ୍ତ ଗାଡ଼ି ମାଲିକ odishatransport.gov.in ପୋର୍ଟାଲକୁ ଯାଇ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri