ଇ-ଯାନ ମାଲିକଙ୍କୁ ସବ୍‌ସିଡି

ଭୁବନେଶ୍ୱର, ୨ା୪(ବ୍ୟୁରୋ): ରାଜ୍ୟରେ ପରିବେଶ ଅନୁକୁଳ ଇ-ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ। ଏଥିଲାଗି ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ବିଦ୍ୟୁତ୍‌ ଯାନ ସବ୍‌ସିଡି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ପୋର୍ଟାଲକୁ ବ୍ୟାଙ୍କ ଅନ୍‌ଲାଇନ୍‌ ପେମେଣ୍ଟ୍‌ ବ୍ୟବସ୍ଥା ସହ ସଂଯୋଗ କରି ୧୦୦ ପ୍ରତିଶତ ସ୍ବୟଂକ୍ରିୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ଆର୍‌ଟିଓ-୨ରେ ପଞ୍ଜୀକୃତ ୨ଚକିଆ ବିଦ୍ୟୁତ୍‌ ଯାନ ମାଲିକ ତ୍ରିଲୋଚନ ବେହେରା ପ୍ରଥମ ବ୍ୟକ୍ତି ଭାବେ ଏହି ସବ୍‌ସିଡିର ଲାଭ ଉଠାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିଲାଗି ଆବଶ୍ୟକ ମଞ୍ଜୁରୀ ଦିଆଯାଇଛି।
ପୋର୍ଟାଲ ବିଷୟରେ ସୂଚନା ଦେଇ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି, ଓଡ଼ିଶାର ବିଦ୍ୟୁତ୍‌ ଯାନ ନିୟାମକ ଏକ ପ୍ରଗତିଶୀଳ ଏବଂ ଆଗୁଆ ନିୟମ। ଏହାର ସରଳ କାର୍ଯ୍ୟାନ୍ବୟନ ନିମନ୍ତେ ଏନ୍‌ଆଇସିଙ୍କ ବୈଷୟିକ ସହାୟତାରେ ପ୍ରସ୍ତୁତ ୱେବ୍‌ ପୋର୍ଟାଲ ଦେଶରେ ସର୍ବପ୍ରଥମ। ପରିବହନ ଆୟୁକ୍ତ ଅରୁଣ ବୋଥ୍ରା କହିଛନ୍ତି, ବିଦ୍ୟୁତ୍‌ ଯାନ ମାଲିକଙ୍କୁ ସିଧାସଳଖ ଏହି ପୋର୍ଟାଲ ମାଧ୍ୟମରେ ସବ୍‌ସିଡି ପ୍ରଦାନ କରାଯିବ। ଏଥିପାଇଁ ସେମାନଙ୍କୁ ଆର୍‌ଟିଓ ଅଫିସ୍‌କୁ ଦୌଡିବାକୁ ପଡିବ ନାହିଁ। ୨୦୨୧ ସେପ୍ଟେମ୍ବର ପରଠାରୁ କିଣାଯାଇଥିବା

ସମସ୍ତ ଇ-ଯାନ ମାଲିକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ। ୨ ଚକିଆ ଇ-ଯାନ ପାଇଁ ସର୍ବାଧିକ ୫ ହଜାର, ୩ ଚକିଆ ଇ-ଯାନ ସର୍ବାଧିକ ୧୦ ହଜାର ଏବଂ ୪ ଚକିଆ ଇ-ଯାନ ସର୍ବାଧିକ ୫୦ ହଜାର ପର୍ଯ୍ୟନ୍ତ ସବ୍‌ସିଡି ପ୍ରଦାନ ପରାଯିବ। ଏହି ବ୍ୟବସ୍ଥା ଆସନ୍ତା ୪ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ୨ ଚକିଆ ଇ-ଯାନ ସବ୍‌ସିଡି ଲାଗି ‘ଫାଷ୍ଟର ଆଡପ୍ସନ୍‌ ଆଣ୍ଡ୍‌ ମାନୁଫାକ୍ଚରିଂ ଅଫ୍‌ ଇଲେକ୍ଟ୍ରିକ୍‌ ଭେଇକିଲ ସ୍କିମ୍‌’ର ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ପଡ଼ିବ।
ସୂଚନାଯୋଗ୍ୟ, ରାଜ୍ୟରେ ଇ-ଯାନ ପାଇଁ ଗାଡ଼ି ପଞ୍ଜୀକରଣ ଦେୟ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ବର୍ତ୍ତମାନ ଏହି ବର୍ଗର ଗାଡିର ମାଲିକମାନେ ଏହି ସୁବିଧା ପାଉଛନ୍ତି। ସବ୍‌ସିଡି ପାଇବା ପାଇଁ ସମ୍ପୃକ୍ତ ଗାଡ଼ି ମାଲିକ odishatransport.gov.in ପୋର୍ଟାଲକୁ ଯାଇ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?