ଶୁଭମିତ୍ରା ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ ନୂଆ ତଥ୍ୟ, ପ୍ରଥମ ସ୍ତ୍ରୀଙ୍କୁ ବି ହତ୍ୟା କରିଥିଲେ ଦୀପକ, ପୋଲିସ କହିଲା…

ଭୁବନେଶ୍ୱର,୧୮ା୯: ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ପୁଣି ଏକ ନୂଆ ମୋଡ଼ ଆସିଛି। ଅଭିଯୁକ୍ତ ଦୀପକ ରାଉତ ତାଙ୍କ ପ୍ରଥମ ସ୍ତ୍ରୀ ଅପର୍ଣ୍ଣାଙ୍କୁ ମଧ୍ୟ ହତ୍ୟା କରିଥିଲେ। ମୃତ୍ୟୁର ୩ ବର୍ଷ ପରେ ମୁହଁ ଖୋଲିଛନ୍ତି ପ୍ରଥମ ସ୍ତ୍ରୀଙ୍କ ପରିବାର ଲୋକେ।

ମୃତ ଅପର୍ଣ୍ଣାଙ୍କ ମାଆ କହିଛନ୍ତି, ତାଙ୍କ ଝିଅକୁ ଦୀପକ ମାରି ଦେଇଛନ୍ତି। ଉଭୟଙ୍କ ମଧ୍ୟରେ ସବୁବେଳେ କଳିକଜିଆ ଲାଗେ। ଦୀପକ ମୋ’ ଝିଅକୁ ନିର୍ଯାତନା ଦିଅନ୍ତି ବୋଲି ଅପର୍ଣ୍ଣାଙ୍କ ମାଆ କହିଛନ୍ତି। ସେ କହିଛନ୍ତି, ସେତେବେଳେ ଆମ ପାଖରେ ବଳ ନ ଥିଲା। ଲୋକ ବଳ ବି ନ ଥିଲା। ପରିସ୍ଥିତି ଖରାପ ଥିଲା। ତେଣୁ ତଦନ୍ତ ହୋଇପାରିଲାନି। କାଲିର ଘଟଣା ପରେ ଭାବୁଛୁ ଆମ ଝିଅକୁ ଦୀପକ ହିଁ ମାରିଛି। ନିଜେ ମାରି ଦୁର୍ଘଟଣା କଥା କହୁଛି। ଆମକୁ ନ୍ୟାୟ ମିଳୁ ବୋଲି ଅପର୍ଣ୍ଣାଙ୍କ ଭଉଣୀ ରୋଜାଲିନ ବି କହିଛନ୍ତି।

ପ୍ରଥମ ସ୍ତ୍ରୀ ଅପର୍ଣ୍ଣାଙ୍କ ମୃତ୍ୟୁକୁ ନେଇ  ଦୀପକଙ୍କ ଅଡୁଆ ବଢ଼ିପାରେ। ଦୀପକଙ୍କୁ ନେଇ କଟକ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ସୂଚନା ଦେଇଛି। କମିଶନରେଟ୍ ପୋଲିସ ସହ ଯୋଗାଯୋଗରେ ଅଛୁ, ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଛି, ଦୀପକ ଉପରେ ନଜର ରଖିଛୁ। ଯଦି କିଛି ତଥ୍ୟ ମିଳେ, ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ୨୦୨୨ରେ ଦୀପକଙ୍କ ପ୍ରଥମ ସ୍ତ୍ରୀ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିଲା। ଖୁଣ୍ଟୁଣିରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କହିଥିଲେ ଦୀପକ।

ସୂଚନାଯୋଗ୍ୟ, ଭୁବନେଶ୍ୱର ଟ୍ରାଫିକ୍‌ ମହିଳା କନଷ୍ଟେବଳ ଶୁଭମିତ୍ରା ନିଖୋଜ ଘଟଣାର ବୁଧବାର ପର୍ଦ୍ଦାଫାଶ ହୋଇଛି। ଶୁଭମିତ୍ରାଙ୍କୁ ଭୁବନେଶ୍ୱରରେ ତଣ୍ଟିଚିପି ହତ୍ୟା ପରେ କେନ୍ଦୁଝର ଜିଲା ଘଟଗାଁ ନିକଟ ଜଙ୍ଗଲରେ ପୋତି ଦିଆଯାଇଥିଲା। ଏହି ଘଟଣା ଘଟାଇଥିଲେ ତାଙ୍କ ସ୍ବାମୀ(୨୦୨୪ ଜୁଲାଇ ୨୩ରେ କୋର୍ଟରେ ବିବାହିତ) ତଥା କନ୍‌ଷ୍ଟେବଳ ଦୀପକ ରାଉତ। ଶୁଭମିତ୍ରାଙ୍କ ତଣ୍ଟିଚିପି ହତ୍ୟା ପଛରେ ଟଙ୍କା କାରବାର ବଡ଼ କାରଣ ବୋଲି କୁହାଯାଉଛି। ପୋଲିସ ସୂଚନାମୁତାବକ ଉଭୟଙ୍କ ବିବାହ ଉପଲକ୍ଷେ ହେବାକୁ ଥିବା ଉତ୍ସବ ପାଇଁ ଶୁଭମିତ୍ରା ଦୀପକଙ୍କଠାରୁ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ। ଏଥିରୁ ବିବାଦ ଘଟି ଦୀପକ ତାଙ୍କୁ ହତ୍ୟା କରିଥିଲେ। ଅନ୍ୟପକ୍ଷରେ ଦୀପକଙ୍କ ଏହା ଦ୍ୱିତୀୟ ବିବାହ। ପୂର୍ବରୁ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଇନ୍‌ସ୍ୟୁରାନ୍ସ ବାବଦରେ କୁଆଡ଼େ ୧ କୋଟି ଟଙ୍କା ପାଇଥିଲେ। ଏହି ଇନ୍‌ସ୍ୟୁରାନ୍ସ ଟଙ୍କା ଉପରେ ଶୁଭମିତ୍ରାଙ୍କ ଦୃଷ୍ଟି ଥିବାରୁ ତାଙ୍କ ଜୀବନ ନେବାକୁ ଦୀପକ ପଛାଇ ନ ଥିଲେ ବୋଲି କୁହାଯାଉଛି। ସେହିପରି ଶୁଭମିତ୍ରାଙ୍କଠାରୁ ଦୀପକ ୧୦ ଲକ୍ଷ ଟଙ୍କା ନେଇ ଫେରାଇ ନ ଥିଲେ। ସେହି ଟଙ୍କା ମାଗିବାରୁ ଦୀପକ ଏହି ଘଟଣା ଘଟାଇଥିବା କୁହାଯାଉଛି। ଏନେଇ ତଦନ୍ତ ଚାଲିଥିବା ପୋଲିସ କମିଶନର ଏସ୍‌.ଦେବଦତ୍ତ ସିଂହ କହିଛନ୍ତି।
ପୋଲିସ ସୂଚନା ମୁତାବକ ଶୁଭମିତ୍ରାଙ୍କୁ ଦୀପକ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଭୁବନେଶ୍ୱରରୁ କାର୍‌ ଯୋଗେ ଘଟଗାଁ ନେଇ ସେଠାରେ ଏକ ଜଙ୍ଗଲରେ ଜଣେ ସମ୍ପର୍କୀୟ ଭାଇଙ୍କ ସହଯୋଗରେ ମାଟି ତଳେ ପୋତିଥିଲେ। ଶୁଭମିତ୍ରା ନିଖୋଜ ହେବାର ୧୧ଦିନ ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସ୍ବୀକାର କରିଛନ୍ତି ଖୋଦ୍‌ ହତ୍ୟାକାରୀ ସ୍ବାମୀ ଦୀପକ। କମିଶନରେଟ୍‌ ପୋଲିସ ଶୁଭମିତ୍ରାଙ୍କ କଲ୍‌ ଡିଟେଲ୍ସ ଯାଞ୍ଚ

ସହ କମିଶନରେଟ୍‌ ପୋଲିସ ମୁଖ୍ୟାଳୟର ଆକାଉଣ୍ଟ ସେକ୍ସନରେ କାମ କରୁଥିବା କନ୍‌ଷ୍ଟେବଲ ଦୀପକଙ୍କୁ ଜେରା କରିବା ପରେ ସେ ଗୋଟି ଗୋଟି କରି ସତ ମାନିଛନ୍ତି। କମିଶନରେଟ ପୋଲିସର ଏକ ଟିମ୍‌ ବୁଧବାର ଦୀପକଙ୍କୁ କେନ୍ଦୁଝର ଘଟଗାଁ ନିକଟ ଜଙ୍ଗଲକୁ ନେଇ ମାଟିଖୋଳି ଶୁଭମିତ୍ରାଙ୍କ ମୃତଦେହ ଜବତ କରିଛି। ଯାଜପୁର ଜିଲା ଟମ୍‌କା ଥାନା ଅନ୍ତର୍ଗତ ବାଙ୍ଗରପଟା ଗ୍ରାମରେ ଦୀପକଙ୍କ ଘର ହୋଇଥିବାବେଳେ ସେ ପୂର୍ବରୁ ଅନ୍ୟଜଣଙ୍କୁ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଦୀପକ ଇନ୍‌ସ୍ୟୁରାନ୍ସ ବାବଦ ୧ କୋଟି ଟଙ୍କା ପାଇଥିଲେ। ଉକ୍ତ ଇନ୍ସ୍ୟୁରାନ୍ସ ଟଙ୍କାକୁ ନେଇ ଶୁଭମିତ୍ରା ଓ ଦୀପକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ଶୁଭମିତ୍ରା ଏବଂ ଦୀପକଙ୍କ ଆକାଉଣ୍ଟ ଯାଞ୍ଚ ଏବଂ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ପୋଲିସ କମିଶନର କହିଛନ୍ତି। ଏନେଇ କ୍ୟାପିଟାଲ ଥାନା ପକ୍ଷରୁ ଏକ ହତ୍ୟା ମାମଲା (ନଂ.୫୩୫/୨୦୨୫) ରୁଜୁ କରାଯାଇ ଅଧିକ ଖୋଳତାଡ଼ କରାଯାଇଛି। ଦୀପକଙ୍କୁ ସହଯୋଗ କରିଥିବା ଅଭିଯୋଗରେ ସମ୍ପର୍କୀୟ ଭାଇ ପପୁ ଭୂୟାଁ ଓ ତାଙ୍କ ସାଙ୍ଗ ଜଟଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଉଭୟଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସୂଚନା ମିଳିଛି। ଏହି ଘଟଣାରେ ଆଗକୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସିପି ଦେବଦତ୍ତ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?