Posted inଜାତୀୟ

ଦେଖୁ ଦେଖୁ ଭୁଶୁଡ଼ି ପଡ଼ିଲା ପୁରା ପାହାଡ଼, ଅଳ୍ପକେ ବର୍ତ୍ତିଗଲେ ଏହି ଭାଜପା ଏମ୍‌ପି , Video  ଦେଖିଲେ…  

ଡେରାଡୁନ,୧୮।୯: ଉତ୍ତରାଖଣ୍ଡ ସମେତ ଅନେକ ରାଜ୍ୟରେ ଏବେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ବାଦଲ ଫଟା ବର୍ଷା ହେତୁ ପରିସ୍ଥିତି ବିଗିଡ଼ି ଯାଇଛି। ସେହିଭଳି ଲଗାତାର ଭୂସ୍ଖଳନ ହେତୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏସବୁ ମଧ୍ୟରେ ଭାଜପା ଏମ୍‌ପି ଅନୀଲ ବଲୁନୀ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ ସାମ୍ନାରେ ଏକ ସମ୍ପୂର୍ଣ୍ଣ ପାହାଡ଼ ଖସି ପଡ଼ିଥିଲା। ସୌଭାଗ୍ୟବଶତଃ ତାଙ୍କୁ କୌଣସି ଆଘାତ ଲାଗିନାହିଁ। ହେଲେ ଯଦି ସେ ଆଗକୁ ବଢ଼ିଥାନ୍ତେ, ତେବେ ଏକ ବଡ଼ ଦୁର୍ଘଟଣା ଘଟିିଥାନ୍ତା।
ଭାଜପା ଏମ୍‌ପି ଅନୀଲ ବଲୁନୀ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଦେଖୁ ଦେଖୁ କିପରି ପାହାଡ଼ରୁ ମାଟି ଓ ପଥର ଖସି ରାସ୍ତାରେ ଜମା ହେଉଛି ତାହା ଦେ। ଏହି ସମୟରେ ରାସ୍ତାରେ ଅନେକ ଗାଡ଼ି ମଧ୍ୟ ଥିଲା, କିନ୍ତୁ ସୌଭାଗ୍ୟବଶତଃ କୌଣସି ଗାଡ଼ି କ୍ଷତିଗ୍ରସ୍ତ ହୋଇ ନ ଥିଲା। ତଥାପି ଏପରି ଭୂସ୍ଖଳନ ଘଟଣା ଲୋକଙ୍କୁ ଭୟଭୀତ କରି ଦେଇଛି।
ଭିଡିଓ ସେୟାର କରି ଏମ୍‌ପି ବଲୁନୀ ଲେଖିଛନ୍ତି, ଉତ୍ତରାଖଣ୍ଡରେ ଏହି ବର୍ଷ ଅତିବୃଷ୍ଟି ଓ ଭୂସ୍ଖଳନ ଯୋଗୁ ଏପରି ଗଭୀର କ୍ଷତ ହୋଇଛି, ଯାହାକୁ ପୂରଣ କରିବାକୁ ବହୁତ ସମୟ ଲାଗିବ। ଗତକାଲି ସାରେ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଭୂସ୍ଖଳନର ଏକ ଭୟଙ୍କର ଦୃଶ୍ୟ ଆପଣଙ୍କ ସହ ଶେୟାର କରୁଛି। ଏହି ଦୃଶ୍ୟ ନିଜେ କହୁଛି ଯେ ଆମର ଉତ୍ତରାଖଣ୍ଡ ଏବେ କେତେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସହ ଗତି କରୁଛି।
ସେ ଆହୁରି ଲେଖିଛନ୍ତି, ମୁଁ ବାବା କେଦାରନାଥଙ୍କଠାରୁ ସମସ୍ତଙ୍କ ସୁରକ୍ଷିତ ଜୀବନ, ସୁସ୍ଥତା ଓ ଖୁସି ପାଇଁ ମଙ୍ଗଳ କାମନା କରୁଛି। ଏହି ବିପଦ ସମୟରେ ଜନସେବାରେ ନିୟୋଜିତ ସମସ୍ତ ଅଧିକାରୀ, ଏନଡିଆରଏଫ ଓ ଏସଡିଆରଏଫ ଯବାନ, ପ୍ରଶାସନ ଏବଂ କଠିନ ପରିସ୍ଥିତିରେ ମଧ୍ୟ ରାସ୍ତାରୁ ମାଟି ହଟାଉଥିବା କର୍ମଚାରୀଙ୍କ ସେବାଭାବକୁ ମୁଁ ପ୍ରଶଂସା କରୁଛି।  ମୁଁ ନିରନ୍ତର ପ୍ରଶାସନ ସହ ସମ୍ପର୍କରେ ଅଛି ଓ ନିଜେ ପରିସ୍ଥିତିର ଗଭୀର ନିରୀକ୍ଷଣ କରୁଛି। ଈଶ୍ୱରଙ୍କଠାରୁ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?