Subhadra yojana: ମହିଳାଙ୍କ ପରେ ଛାତ୍ରୀଛାତ୍ରଙ୍କୁ ପାଇଁ ବଡ଼ ସୁଯୋଗ, ପ୍ରତି ପଞ୍ଚାୟତରେ ହେବ…

ଭୁବନେଶ୍ୱର,୧୩।୯: ରାଜ୍ୟରେ କୋଣ ଅନୁକୋଣରେ ବଢି ଚାଲିଛି ସୁଭଦ୍ରା ପାଇଁ ଉତ୍ସାହ। ତେବେ ୧୧ ତାରିଖ ଅର୍ଥାତ୍‌ ବୁଧବାର ସୁଦ୍ଧା ରାଜ୍ୟରେ ୪୫ ଲକ୍ଷ ଆବେଦନକାରୀ ପଞ୍ଜିକରଣ କରିଛନ୍ତି। ଏନେଇ ଘରେଘରେ ସୁଭଦ୍ରା ବାବଦରେ କଲେଜର ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରତିଭାର ପ୍ରତିଯୋଗିତା କରାଯିବ। ପ୍ରତି ବ୍ଲକ ଓ ଗ୍ରାମ ପଞ୍ଚାୟତରେ ଆରମ୍ଭ ହେବ ‘ସୁଭଦ୍ରା ସ୍ବାଗତ ସପ୍ତାହ’।

ତେବେ ଯୋଜନା ସମ୍ବନ୍ଧୀୟ ଜନସଚେତନତା ସୃଷ୍ଟି କରାଯିବାକୁ ସପ୍ତାହେ ଯାଏଁ ପ୍ରତି ବ୍ଲକ ଓ ପଞ୍ଚାୟତରେ ସୁଭଦ୍ରା ସ୍ବାଗତ ସପ୍ତାହ ଅନୁଷ୍ଠିତ ହେବ। ପ୍ରତି ଗ୍ରାମ ପଞ୍ଚାୟତରେ ପଥପ୍ରାନ୍ତ ନାଟକ ସମେତ ଚିତ୍ରାଙ୍କନ, କୁଇଜ ପ୍ରତିଯୋଗିତା ମାଧ୍ୟମରେ ସଚେତନ କରାଯିବ। ପ୍ରତି ଅଞ୍ଚଳରେ ସଫଳ ମହିଳାଙ୍କୁ ‘ସୁଭଦ୍ରା ଅପା’ର ଆଖ୍ୟା ଦିଆଯିବା ସହ ସଫଳ ମହିଳାଙ୍କ କାହାଣୀକୁ ‘ମୋ ସୁଭଦ୍ରା ଷ୍ଟୋରୀ’ ଭାବେ ପ୍ରତିଷ୍ଠିତ କରାଯିବ।

ଏହି ଯୋଜନାକୁ ସୁଦୂରପ୍ରସାରୀ କରିବା ନିମନ୍ତେ ଘରେ ଘରେ ସୁଭଦ୍ରା ବିଷୟବସ୍ତୁ ଉପରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ବକୃତା, ରଙ୍ଗୋଲୀ ଓ ଫଟୋଗ୍ରାଫି ଆଦିର ପ୍ରତିଯୋଗିତା ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri