ସପ୍ତାହେ ପରେ ସୁବର୍ଣ୍ଣରେଖାରେ ପୁଣି ବନ୍ୟା

ଭୋଗରାଇ,୧ା୭(ପ୍ରଦୀପ ଦାସ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ସୁବର୍ଣ୍ଣରେଖା ଉପରମୁଣ୍ଡ ଓ ନିମ୍ନ ଅବବାହିକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଏଭଳି ସ୍ଥିତିରେ ଝାଡ଼ଖଣ୍ଡରେ ଥିବା ଚାନ୍ଦଲି ଡ୍ୟାମ ସହିତ ଗାଲୁଡ଼ିହି ଓ ଖରଖାଇ ବ୍ୟାରେଜରୁ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ ବନ୍ୟାଜଳ ବୃଦ୍ଧିପାଇଛି।

ରାଜଘାଟ ଗେଜଠାରେ ବିପଦସଂକେତ ୧୦. ୩୬ ମିଟର ଊର୍ଦ୍ଧ୍ୱରେ ପ୍ରବାହିତ ହୋଇ ୨ କୂଳ ଲଙ୍ଘି ଭୋଗରାଇ, ବାଲିଆପାଳ, ଜଳେଶ୍ୱର ଓ ବସ୍ତା ବ୍ଲକର ନଦୀକୂଳିଆ ଗାଁର ସ୍ଥିତିକୁ ବିଗାଡି ଦେଇଛି। ସୋମବାର ୧୧. ୫୬ମିଟରରେ ବନ୍ୟା ପାଣି ସ୍ଥିର ରହି ଅପରାହ୍ନ ୩ଟାରେ ପାଣି ଧୀରେ ଧୀରେ କମୁଥିବା କେନ୍ଦ୍ରୀୟ ଜଳ ଆୟୋଗ ସୂଚନା ଦେଇଛନ୍ତି।

ସପ୍ତାହେ ପରେ ସୁବର୍ଣ୍ଣରେଖାରେ ପୁଣି ଏକ ବନ୍ୟା ଜନଜୀବନକୁ ଦୁର୍ବିଷହ କରିଥିବା ବେଳେ ଉତ୍ତର ବାଲେଶ୍ୱରର ୪ ବ୍ଲକର ଶତାଧିକ ଗାଁର ଲକ୍ଷାଧିକ ଲୋକେ ଜଳବନ୍ଦୀ ହୋଇଛନ୍ତି। ଭୋଗରାଇ ବ୍ଲକର ୧୬, ବାଲିଆପାଳ ବ୍ଲକର ୧୨, ଜଳେଶ୍ୱର ବ୍ଲକ ୧୨, ବସ୍ତା ବ୍ଲକର ୬ ପଞ୍ଚାୟତ ସହିତ ମୟୂରଭଞ୍ଜ ଜିଲାର ରାସଗୋବିନ୍ଦପୁର ଓ ସାରସକଣା ପଞ୍ଚାୟତ ଲୋକେ ସୁବର୍ଣ୍ଣରେଖା ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଭୋଗରାଇ ବ୍ଲକର ମନୁନଗର, କୁହ୍ଲା, କୁମ୍ଭୀରଗ ମାଟିଖଣା, ନାନକାର, ଖଳାବାଡିଆ, ରସଲପୁର, ସନ୍ତୋଷପୁର, ଗବଗାଁଚିରକୁଳା, ନୀଳପୁରା ଆଦି ଗାଁଗୁଡିକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ବାଲିଆପାଳ ବ୍ଲକର ବଢାପାଳ, କୁଦମାନସିଂ, ବିଷ୍ଣୁପୁର, କୁହ୍ଲାଚଢ଼ ଆଦି ଗାଁଗୁଡିକ ଜଳବନ୍ଦୀ ହୋଇଛନ୍ତି। ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବା ପାଇଁ ଡଙ୍ଗା ଏକମାତ୍ର ସାହାରା ପାଲଟିଛି।

ବନ୍ୟାଞ୍ଚଳର ମୁଖ୍ୟ ରାସ୍ତାଗୁଡିକ ବୁଡ଼ିଯାଇ କେଉଁଠି ଅକାତକାତ ପାଣିର ସ୍ରୋତ ଛୁଟୁଛି। ଭୋଗରାଇ ଓ ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳରେ ବନ୍ୟାପାଣି ଲହଡି ଭାଙ୍ଗୁଥିବାରୁ ଲୋକେ ଭୟଭୀତ ହୋଇଛନ୍ତି। ଆରଡିସି ବି. ପରମେଶ୍ୱର, ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଏଡିଏମ୍‌(ସାଧାରଣ) ସୁଧାକର ନାୟକ, ଏଡିଏମ (ରାଜସ୍ବ) ହେମନ୍ତ ସିଂ, ୪ ବ୍ଲକର ବିଡିଓ, ତହସିଲଦାର, ପଞ୍ଚାୟତ ସମିତି ଅଧ୍ୟକ୍ଷ, ସେଚ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ନବକୁମାର ମହାଳିକ, ଏସ୍‌ପି ରାଜପ୍ରସାଦଙ୍କ ସହ ବହୁ ବରିଷ୍ଠ ଅଧିକାରୀ ବନ୍ୟାଞ୍ଚଳ ସ୍ଥିତି ଅନୁଧ୍ୟାନ କରି ବନ୍ୟା ପ୍ରପୀଡିତଙ୍କ ସମସ୍ୟା ପଚାରି ବୁଝିଛନ୍ତି।

ବନ୍ୟାରେ କେହି ଭୟଭୀତ ନ ହୋଇ ସୁରକ୍ଷା ସ୍ଥାନକୁ ଚାଲିଯିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଶୁଖିଲା ଖାଦ୍ୟ, ବିଶୁଦ୍ଧ ପାନୀୟଜଳ, ବିଦ୍ୟୁତ ସେବା ଓ ଗୋଖାଦ୍ୟର ବ୍ୟବସ୍ଥା କରାଯାଇଛି ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?