Posted inଫୁରସତ

ଏମିତି ଷ୍ଟଣ୍ଟ ମାରିଲା କୁକୁର, ଭିଡିଓ ଦେଖିଲେ…

କୁକୁରମାନେ ଶକ୍ତିଶାଳୀ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। ସେମାନେ କିଛି ବି କରିବାକୁ ଭୟ କରନ୍ତି ନାହିଁ। କିଛି କୁକୁରଙ୍କୁ ଏତେ ତାଲିମ ଦିଆଯାଏ ଯେ, ସେମାନେ ଅତି ବିପଜ୍ଜନକ ଷ୍ଟଣ୍ଟ୍‌କୁ ମଧ୍ୟ ସହଜରେ କରିପାରନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟ୍‌ରେ ଏକ ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ତିନୋଟି କୁକୁର ଏକ ପଡ଼ିଆରେ ଥିବା ନାଳକୁ ଉଚ୍ଚ କୁଦା ମାରି ଡେଉଁଛନ୍ତି। ଏଥିରେ କ୍ୟାପଶନ ଲେଖାଯାଇଛି, ଏକ ସାଙ୍ଗରେ ଡେଇଁବା ସହିତ ମୁକାବିଲା କରିବାର ତିନୋଟି ଉପାୟ।

ଭିଡିଓରେ ତିନୋଟି କୁକୁର ଦୌଡ଼ୁଥିବା ଦେଖାଯାଉଛି। ଯେତେବେଳେ ସେମାନେ ରାସ୍ତାରେ ଏକ ନାଳ ଦେଖନ୍ତି ଅପରପାର୍ଶ୍ୱକୁ ଯିବା ପାଇଁ ଏକା ସାଙ୍ଗରେ ଡେଇଁବା ପାଇଁ ପଦକ୍ଷେପ ନିଅନ୍ତି। ଆଉ ଏଥିରେ ସଫଳ ବି ହୋଇଛନ୍ତି।

ନାଳ ଅତିକ୍ରମ କରୁଥିବା ପ୍ରଥମ କୁକୁରଟି ଅତ୍ୟନ୍ତ ରାଜକୀୟ ଢଙ୍ଗରେ ଅନ୍ୟ ପାର୍ଶ୍ୱକୁ ସୁରୁଖୁରୁରେ କୁଦା ମାରୁଛି। ଅନ୍ୟ କୁକୁରଟି କୁଦା ମାରିବା ସମୟରେ ନାଳ ମଝିରେ ଅଟକିଗଲା। ପରେ ଅନ୍ୟ ପାର୍ଶ୍ୱକୁ ଡେଇଁ ପଡ଼ିଲା। ତୃତୀୟ କୁକୁର ଡେଇଁବା ସମୟ ସବୁଠୁ ମଜାଳିଆ। ସେ ଗୋଟିଏ କୁଦା ବ୍ୟବଧାନ ଅତିକ୍ରମ କରିବାକୁ ଆଗେଇ ଆସୁଛି ପୁଣି ଟିକେ ଅଟକି ଯାଉଛି। ଯାହା ବି ହେଉ ଶେଷରେ ଏହି ୩ କୁକୁର ନାଳ ପାରି ହେବାରେ ସକ୍ଷମ ହୋଇଛନ୍ତି। ଭିଡିଟିକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି। ପ୍ରଥମ କୁକୁରର ସାହସକୁ ଲୋକେ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri