ଗଛ ଉପରେ ବସି ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି ପିଲା: ଭିଡିଓ ଭାଇରାଲ

ମୁମ୍ବାଇ,୧୮।୮: କରୋନା ଲକ୍‌ଡାଉନ ଯୋଗୁ ଦେଶରେ ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ପିଲାଙ୍କ ଭବିଷତ୍ୟକୁ ନଜରରେ ରଖି ଅନ୍‌ଲାଇନରେ ପାଠ ପଢ଼ାଇବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ ଅନ୍‌ଲାଇନରେ ପାଠପଢ଼ାକୁ ନେଇ ବିଭିନ୍ନ ପ୍ରକାରର ସମସ୍ୟା ଉପୁଜିଥିବା ଦେଖିବାକୁ ମିଳିଛି। କାହା ପାଖରେ ସ୍ମାର୍ଟ ଫୋନ୍‌ ନାହିଁ ତ ଆଉ କେଉଁଠି ନେଟଓ୍ବାର୍କ ନାହିଁ। ଫଳରେ ପିଲାଙ୍କୁ କେତେବେଳେ ପାହାଡ଼ ଉପରେ ଚଢ଼ିବାକୁ ପଡ଼ୁଛି ଆଉ କେତେବେଳେ ଗଛ ଉପରେ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ। ମହାରାଷ୍ଟ୍ରର ନାସିକ ଜିଲା ସ୍ଥିତ ନନ୍ଦୁରବାରରେ କେତେକ ପିଲା ଅନ୍‌ଲାଇନ କ୍ଲାସ୍‌ ପାଇଁ ଗଛ ଉପରେ ଚଢ଼ି ପାଠପଢ଼ୁଥିବା ଦେଖିବାକୁ ମିଳିଛି। କାରଣ ଗାଁରେ ଭଲ ନେଟଓ୍ବାର୍କ ଆସୁ ନ ଥିବାରୁ ବାଧ୍ୟ ହୋଇ ପିଲାମାନେ ଗଛ ଉପରେ ଚଢ଼ି ପାଠପଢ଼ୁଛନ୍ତି।

ଗଛ ଉପରେ ନେଟଓ୍ବାର୍କ ଭଲ ଆସୁଥିବାରୁ ପିଲାମାନେ ସେଠାରେ ବସି ପାଠପଢ଼ୁଛନ୍ତି। ବର୍ତ୍ତମାନ କରୋନା କାଳରେ ପିଲାଙ୍କ ପାଇଁ ଅନ୍‌ଲାଇନ ଶିକ୍ଷା ଜରୁରୀ ହୋଇପଡ଼ିଥିବା ବେଳେ ଇଣ୍ଟରନେଟ ଅଭାବରୁ ପିଲାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏମାନଙ୍କ ମଧ୍ୟରେ କମ୍‌ ବୟସର ଶିଶୁ ଥିବା ବେଳେ କାଲି କିଛି ଅଘଟଣ ନ ଘଟିବ ବୋଲି କିଏ କହିବ। ଅନ୍ୟପଟେ ଏନେଇ ନାସିକ ଡିଭିଜନର ଶିକ୍ଷା ଉପ ନିର୍ଦ୍ଦେଶକ ପ୍ରବୀଣ ପାଟିଲ କହିଛନ୍ତି, ଉକ୍ତ ଅଞ୍ଚଳରେ ମାତ୍ରାଧିକ ମୋବାଇଲ ଟାଓ୍ବାର ନାହିଁ। ଯେଉଁଥିପାଇଁ ସେଲୁଲାର ସଂଯୋଗ ଓ ଇଣ୍ଟରନେଟ ସ୍ପିଡ୍‌ରେ ସମସ୍ୟା ଦେଖାଯାଉଛି। ତେଣୁ ଅନ୍‌ଲାଇନ କ୍ଲାସ୍‌ ପାଇଁ ପିଲାଙ୍କୁ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଏମ୍‌ସିର ନୂଆ ଗାଇଡ୍‌ଲାଇନ୍‌: ବିବାହ ଉତ୍ସବରେ ୧୦୦, ଶୁଦ୍ଧି କାର୍ଯ୍ୟରେ ୫୦ ଲୋକଙ୍କୁ ଅନୁମତି

କଟକ ଅଫିସ, ୩।୪: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନୂଆ ଗାଇଡ୍‌ଲାଇନ୍‌...

ଅଧିକ ସୂର୍ଯ୍ୟକିରଣରୁ ସଂକ୍ରମଣ

ଟରଣ୍ଟୋ,୧୧ା୬(ପି.ଟି.): ଅଧିକ ଉତ୍ତାପ ଏବଂ ଆର୍ଦ୍ରତା କୋଭିଡ୍‌-୧୯ ସଂକ୍ରମଣକୁ ହ୍ରାସ କରିଥାଏ ବୋଲି କୁହାଯାଉଥିଲାବେଳେ ଅଧିକ ସମୟ ସୂର୍ଯ୍ୟକିରଣ ଯୋଗୁ ସଂକ୍ରମଣ ବଢ଼ିଥାଏ ବୋଲି ଏକ...

୨୦୨୪ ନିର୍ବାଚନ: ଅକାଳୀ ସହ ମେଣ୍ଟ ନେଇ ସଙ୍କେତ ଦେଲେ ମାୟାବତୀ

ନୂଆଦିଲ୍ଲୀ,୨।୨: ଲୋକ ସଭା ନିର୍ବାଚନ ପାଇଁ ପଞ୍ଜାବରେ ଶିରୋମଣିି ଅକାଳୀ ଦଳ ସହ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ମେଣ୍ଟ ଜାରି ରହିବ। ଅର୍ଥାତ୍‌ ଲୋକ...

ବିୟରର ନାମ ‘କରୋନା’

ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ ଏବେ ବିଶ୍ୱର ସମସ୍ତ ଦେଶକୁ ଗ୍ରାସ...

ଭାରତରେ ୧୧ହଜାରରୁ ଊର୍ଦ୍ଧ୍ୱ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୫।୪: ଦେଶରେ ଲକ୍‌ଡାଉନ୍‌ର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାରରୁ ଉର୍ଦ୍ଧ୍ୱ ଟପିଛି। ଭାରତରେ ଏପର୍ଯ୍ୟନ୍ତ କରୋନାରେ ସଂକ୍ରମିତ ହୋଇ...

ଗୋଟିଏ ପରିବାର ସମସ୍ତ ସଦସ୍ୟଙ୍କ ଆତ୍ମହତ୍ୟା: କାନ୍ଥରେ ଲେଖାଅଛି ସୁଇସାଇଡ୍‌ ନୋଟ୍‌

ଗାଜିଆବାଦ,୩।୧୨: ଉତ୍ତର ପ୍ରଦେଶର ଗାଜିଆବାଦରେ ମଙ୍ଗଳବାର ସକାଳୁ ଗୋଟିଏ ପରିବାରର ଜଣେ ପୁରୁଷ, ଜଣେ ମହିଳା ଓ ୨ ପିଲାଙ୍କ ମୃତ ଦେହ ମିଳିବା ପରେ...

ମହିଳାଙ୍କୁ ମର୍ଯ୍ୟାଦା ମିଳୁନି: ପାରମିତା

ମହିଳାମାନଙ୍କ ପାଇଁ ସତର୍କ ଏବଂ ସୁରକ୍ଷାପୂର୍ଣ୍ଣ ସମାଜ ଲାଗି ସବୁବେଳେ କାମନା କରି ଆସିଛି। ମଣିଷ ଭାବେ ମହିଳା ଏବଂ ପୁରୁଷ ଦୁହେଁ ସମାନ। ଏବେ...

ଘର ପାଖରେ ପହଞ୍ଚିବ ପନିପରିବା: କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଭ୍ରାମ୍ୟମାଣ ପରିବା ଦୋକାନର ଶୁଭାରମ୍ଭ

କେନ୍ଦୁଝର,୨।୪(ସ୍ବ.ପ୍ର.): କରୋନା ମୁକାବିଲାକୁ ନେଇ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ସମୟରେ ଖାଉଟି ସାମଗ୍ରୀ, ପନିପରିବା, ମାଛମାଂସ, ଔଷଧ ଆଦି ଦୋକାନ ଖୋଲା...

Advertisement
Archives

Model This Week